ଅଡୁଆରେ ହ୍ୱାଟସଆପ ୟୁଜର୍ସ ! କିଭଳି ବ୍ୟବହାର କରିବେ ହ୍ୱାଟସଆପ ? ଏନେଇ ପୁଲିସ ପକ୍ଷରୁ ଜାରି ହେଲା ନିୟମାବଳୀ, ଜାଣନ୍ତୁ କଣ କରିବେ ଆଉ କଣ ନୁହେଁ

102

ସର୍ବପ୍ରଥମେ ଏଠାରେ ଆମେ କହି ରଖୁଛୁ କି, ପୁଲିସର ଏହି ନିର୍ଦ୍ଦେଶ ହ୍ୱାଟସଆପ ଗ୍ରୁପ ଆଡମିନଙ୍କ ପାଇଁ ହିଁ ଉଦ୍ଦିଷ୍ଟ । ଯଦି ଆପଣ ହ୍ୱାଟସଆପ ବ୍ୟବହାର କରୁଛନ୍ତି କିମ୍ବା ଆପଣ ହ୍ୱାଟସଆପର କୌଣସି ଗ୍ରୁପର ଆଡମିନ ଅଛନ୍ତି । ତେବେ ଏହି ଖବରଟି ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ । କାରଣ ଯଦି ଆପଣ ଏହାକୁ ଅଣଦେଖା କରନ୍ତି ତେବେ ଆପଣଙ୍କ ପାଇଁ ଏହା ମହଙ୍ଗା ପଡିପାରେ ।

ମିଳିଥିବା ସୂଚନା ଅନୁସାରେ, ହ୍ୱାଟସଆପ ଗ୍ରୁପକୁ ନେଇ ମହାରାଷ୍ଟ୍ର ପୁଲିସ କିଛି ନିୟମାବଳୀ ଜାରି କରିଛି । ଯାହା ସଂପର୍କରେ ଆପଣ ନିଶ୍ଚୟ ଜାଣି ରଖିବା ଉଚିତ । ତେବେ ଆସନ୍ତୁ ଜାଣିବା ହ୍ୱାଟସଆପ ଗ୍ରୁପ ଆଡମିନଙ୍କ ପାଇଁ କି ସର୍ତ ରଖିଛି ପୁଲିସ ।

• ଯଦି ଆପଣ କୌଣସି ହ୍ୱାଟସଆପ ଗ୍ରୁପର ଆଡମିନ ଅଛନ୍ତି ତେବେ ଆପଣ ଗ୍ରୁପ ଜରିଆରେ କୌଣସି ପ୍ରକାରର ଆପତିଜନକ ଭିଡିଓ, ଫଟୋ କିମ୍ବା ମେସେଜ ସେୟାର କରିପାରିବେ ନାହିଁ ।

• ସେହିପରି, ଆପଣଙ୍କର ହ୍ୱାଟସଆପ ଗ୍ରୁପ ଦ୍ୱାରା କୌଣସି ପ୍ରକାରର ଧାର୍ମିକ ଭିଡିଓ, ଫଟୋ, ଟେକ୍ସଟ, ଐତିହାସିକ ବିଷୟ ବସ୍ତୁ ମଧ୍ୟ ସେୟାର ନହେବ ଦରକାର ।

• ହ୍ୱାଟସଆପ ଗ୍ରୁପରେ ଜାତି କିମ୍ବା ଧାର୍ମିକ ଭାବନା, ଯାହା ଅନ୍ୟକୁ କଷ୍ଟଦେଲା ଭଳି କିମ୍ବା ଉତକ୍ଷିପ୍ତ କଲା ଭଳି କଂଟେଂଟ ସେୟାର ନହେବା ଦରକାର । ତେବେ ଏହି ନିୟମ ମଧ୍ୟ ଭିଡିଓ, ଫଟୋ, ଅଡିଓ ଏବଂ ଟେକ୍ସଟ ସମସ୍ତ ଫର୍ମାଟ ଉପରେ ବି କାର୍ଯ୍ୟକାରୀ ଅଟେ ।

• ଯଦି ଏହି ମାମଲାରେ କୌଣସି ହ୍ୱାଟସଆପ ଗ୍ରୁପର ଆଡମିନ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କ ବିରୋଧରେ ଉଭୟ ଆଇପିସି ଏବଂ ଇନଫରମେସନ ଆକ୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।