ପବିତ୍ର ଚୈତ୍ର ନବରାତ୍ରୀ ! ଜାଣନ୍ତୁ କିଭଳି ଭାବେ କଠିନ ବ୍ରତ ରଖନ୍ତି ମୋଦି ଏବଂ ଯୋଗୀ

70

ଆଜିଠାରୁ ପବିତ୍ର ଚୈତ୍ର ନବରାତ୍ରୀ ଆରମ୍ଭ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଏହି ବ୍ରତକୁ ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ବହୁ ନିଷ୍ଠା ସହକାରେ ପାଳନ କରିଥାନ୍ତି । ଖାଲି ସେତିକି ନୁହେଁ ଏହି ନବରାତ୍ରୀରେ ଉଭୟେ ବ୍ରତ ରଖନ୍ତି ଏବଂ ବହୁ ରୀତିନୀତିରେ ମଧ୍ୟ ତାକୁ ସମାପନ ମଧ୍ୟ କରନ୍ତି । ତେବେ ଆସନ୍ତୁ ଜାଣିବା କିଭଳି ଭାବରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଏହି ବ୍ରତ ପାଳନ କରନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ବର୍ଷର ଦୁଇଟି ଯାକ ନବରାତ୍ରୀରେ ବ୍ରତ ରଖନ୍ତି । ସେ ଏହି ନଅ ଦିନ ଯାଙ୍କ କିଛି ବି ସେବନ କରନ୍ତି ନାହିଁ ,କେବଳ ଲେମ୍ବୁ ସରବତ ପିଇ ଉପବାସରେ ରହି ବ୍ରତ ପାଳନ୍ତି । ଆଉ ଏହି ଦିନମାନଙ୍କରେ ମୋଦି ମାତା ଦୁର୍ଗା ସପ୍ତଶତିଙ୍କର ଯଜ୍ଞପାଠ କରିଥାନ୍ତି । ତେବେ ମୋଦି ଏହି ବ୍ରତ ଦୀର୍ଘ ୪୦ ଧରି ଏହି ପରି ଭାବରେ କରି ଆସୁଛନ୍ତି । ୨୦୧୪ରେ ଯେତେବେଳେ ମୋଦି ଆମେରିକା ଗସ୍ତରେ ଥିଲେ ସେତେବେଳେ ମଧ୍ୟ ସେ ବ୍ରତ ରଖିଥିଲେ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେକି ସେ ସେତେବେଳେ ବରାକ୍ ଓବାମାଙ୍କ ସହିତ ଡିନରରେ କେବଳ ସାଧା ପାଣି ହିଁ ପିଇଥିଲେ ।

ସେହିପରି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ନବରାତ୍ରୀରେ ଅନେକ ପୂଜାପାଠ କରନ୍ତି । ସୁଚନା ମୁତାବକ, ଏହି ସମୟରେ ସେ ଦିନରେ ମାତ୍ର ଦୁଇଥର ଫଳମୂଳ ସେବନ କରି ରହିଥାନ୍ତି । ଯୋଗୀ ସକାଳୁ ସକାଳୁ ଉଠି ମାଙ୍କ ପୂଜନ କରିନ୍ତି । ଯଦିଓ ଆପଣଙ୍କୁ ଜଣାଥିବା କି ସେ ପ୍ରତିଦିନ ବଡି ଭୋରୁ ଉଠି ନିତ୍ୟକର୍ମସବୁ ସମାପ୍ତ କରିଥାନ୍ତି । କିନ୍ତୁ ଏହି ବ୍ରତ ସମୟରେ ସେ ଭୋର୍ ୩ଟାରୁ ଉଠି ମାଙ୍କ ପୂଜା ଅର୍ଚ୍ଚନାରେ ଲାଗି ପଡନ୍ତି ।

ଯୋଗୀ ,ଚୈତ୍ର ନବରାତ୍ରୀ ସମୟରେ ତଥା ଶାରଦୀୟ ନବରାତ୍ରୀ ରେ ହୋମ ଯଜ୍ଞ କରିଥାନ୍ତି ଆଉ ଯାହାକୁ ସେ ନାଥ ପରମ୍ପରା ଅନୁସାରେ ପାଳନ କରନ୍ତି । ଗୋରଖନାଥ ମଠରେ ବାସ କରୁଥିବା ଲୋକଙ୍କ କଥାନୁସାରେ, ଯୋଗୀ ଏହି ସମୟରେ ନିଜ କୋଠରୀ ମଧ୍ୟରେ ହିଁ ରହିଥାନ୍ତି ଏବଂ ବାହାରକୁ କେଉଁଆଡେ ଯାଆନ୍ତି ନାହିଁ ।