ମୋଦିଙ୍କ ପରାମର୍ଶରେ ଅନୁପ୍ରାଣିତ ହୋଇ ସଫଳ ହେଲେ ଏହି ବେରୋଜଗାର ! ପକୁଡ଼ି ବିକି ମାସକୁ କରୁଛନ୍ତି ୯ ଲକ୍ଷ ରୋଜଗାର

Advertisment
ମୋଦିଙ୍କ ପରାମର୍ଶରେ ଅନୁପ୍ରାଣିତ ହୋଇ ସଫଳ ହେଲେ ଏହି ବେରୋଜଗାର ! ପକୁଡ଼ି ବିକି ମାସକୁ କରୁଛନ୍ତି ୯ ଲକ୍ଷ ରୋଜଗାର

Source:Postcard News

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବପିଢ଼ିକୁ ଚାକିରି ପଛରେ ନଗୋଡ଼ାଇ ପକୁଡ଼ି ଛାଣିବାକୁ ଦେଇଥିବା ପରାମର୍ଶ କେବଳ ବାବାଦ ସୃଷ୍ଟି କରି ନଥିଲା, ବରଂ ଏଥିରେ ଜଣେ ବ୍ୟକ୍ତିଙ୍କ ଜୀବନ ସୁଧୁରି ଯାଇଛି। ଭଦୋଦରାର ବାସିନ୍ଦା ନାରୟାଣ ନାମକ ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣରେ ଅନୁପ୍ରାଣିତ ହୋଇ ଏକ ପକୁଡ଼ି ଦୋକାନ ଖୋଲିଥିଲେ। ଧୀରେ ଧୀରେ ତାଙ୍କ ଦୋକାନ ଏବେ ବଡ଼ ହୋଇଗଲା ଯେ ସେ ଏବେ ଦିନକୁ ୩୦,୦୦୦ ଟଙ୍କା ରୋଜଗାର କରୁଛନ୍ତି, ଅର୍ଥାତ ମାସକୁ ୯ ଲକ୍ଷ। ସହରରେ ତାଙ୍କର ଗୋଟାଏ ନୁହେଁ, ପୂରା ୩୫ଟି ପକୁଡ଼ି ଷ୍ଟଲ୍‌ ରହିଛି। ନାରାୟଣଙ୍କ କହିବା କଥା ହେଲା ସେ ହିନ୍ଦିରେ ସ୍ନାତକତ୍ତୋର କରି ମଧ୍ୟ ତାଙ୍କ ପାଖରେ କୌଣସି ଚାକିରି ନଥିଲା। ସେ ମୋଦିଙ୍କ ପକୁଡ଼ି ଛଣା ଭାଷଣରେ ଅନୁପ୍ରାଣିତ ହୋଇ ପକୁଡ଼ି ଦୋକାନ ଦେବା ପରେ ଏବେ ସେ ମାସକୁ ୯ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ରୋଜଗାର କରି ପାରୁଛନ୍ତି ।

ଗଣାମଧ୍ୟମରେ ନାରାୟଣ ତାଙ୍କ ସଫଳତାର ଶ୍ରେୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଇଛନ୍ତି। ସେ କହିଛନ୍ତି କି ମୋଦି ବତାଇଥିବା ବାଟରେ ଯିବା ହେତୁ ସେ ଆଜି ଭଲ ରକମର ରୋଜଗାର କରିପାରୁଛନ୍ତି। ପ୍ରଥମେ ଯେତେବେଳେ ସେ ଷ୍ଟଲ୍‌ ଦେଇଥିଲେ ମାତ୍ର ୧୦ କିଲୋଗ୍ରାମ ବେସନରେ ସେ ପକୁଡ଼ି ଛାଣୁଥିଲେ। ମାତ୍ର ଏବେ ତାଙ୍କ ବେପାର ଏତେ ବଢ଼ି ଯାଇଛି ଯେ ଦିନକୁ ପ୍ରାୟ ସେ ୫୦୦ରୁ ୬୦୦ କିଲୋ ବେସନ ବ୍ୟବହାର କରୁଛନ୍ତି। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ଥରେ ଏକ ସାକ୍ଷାତ୍‌କାର୍‌ରେ ଟିଭିରେ କହିଥିଲେ ବି ପକୁଡ଼ି ବିକ୍ରିି କରିବା ବି ଏକ ପକାରର ରୋଜଗାର ।

ନାରାୟଣ ଏହି ପକୁଡ଼ି ମାତ୍ର ୪ ଘଣ୍ଟା ବିକ୍ରି କରନ୍ତି। ଏହି ଚାରି ଘଣ୍ଟାରେ ସେ ୩୦ ହଜାର ଟଙ୍କା ରୋଜଗାର କରିଥାନ୍ତି। ସହରରେ ଥିବା ୩୫ଟି ଯାକ ଷ୍ଟଲ୍‌ର ସେ ସେହି ଗୋଟାଏ ନାମ ରଖିଛନ୍ତି। ତାଙ୍କ ଷ୍ଟଲ୍‌ର ନାମ ‘ଶ୍ରୀରାମ ଡାଲବଡ଼ା’। ଏବେ ସେ ଆୟକର ରିଟର୍ଣ୍ଣ ବି ଭରୁଛନ୍ତି। ଲୋକେ ‘ଶ୍ରୀରାମ ଡାଲବଡ଼ା’କୁ ଧୀରେ ଧୀରେ ଏକ ବ୍ରାଣ୍ଡେଡ୍‌ ଷ୍ଟଲ୍‌ ଭାବିବାରେ ଲାଗିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe