ଯଦି ଆପଣଙ୍କ ନିକଟରେ ଏଭଳି କୌଣସି ଉପାୟ ବା ଆଇଡିଆ ରହିଛି, ଯାହା ଦ୍ୱାରା ସାଧାରଣ ଜନତାଙ୍କର ମଙ୍ଗଳ ହୋଇପାରିବ ତଥା ସବୁ ସମସ୍ୟାର ସମାଧାନ ହୋଇପାରିବ, ସେମାନଙ୍କ ଜୀବନରେ କୌଣସି ପରିବର୍ତ୍ତନ ଆସିପାରିବ ତେବେ ଏଥିପାଇଁ ନୀତି ଆୟୋଗ ଆପଣଙ୍କ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିଛି । ଗତକାଲି ଆୟୋଗ ତରଫରୁ “ଅଟଳ ନ୍ୟୁ ଇଣ୍ଡିଆ ଚ୍ୟାଲେଂଜ” ନାମକ ଏକ କାର୍ଯ୍ୟକ୍ରମ ଲଂଚ କରାଯାଇଛି । ଯେଉଁଥିରେ ଷ୍ଟାର୍ଟ ଅପ, ସୁକ୍ଷ୍ମ, ଲଘୁ ଓ ମଧ୍ୟମ ଧରଣର ଉଦ୍ୟୋଗ (ଏମଏସଏମଇ) ଭାଗ ନେଇପାରିବେ । ଏବଂ ଏଥିରେ ବିଜେତାଙ୍କୁ କୋଟିଏ ଟଙ୍କାର ଅନୁଦାନ ମଧ୍ୟ ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି ।
ନୀତି ଆୟୋଗର ସିଇଓ ଅମିତାଭ କାନ୍ତଙ୍କ କହିବାନୁସାରେ, ଭାରତୀୟ ନାଗରିକମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖାଯାଇ ଇନୋଭେସନ କରୁଥିବା ଉଦ୍ୟୋଗୀମାନେ ଏହି ଚ୍ୟାଲେଂଜରେ ଭାଗ ନେଇପାରିବେ । ଏହି କାର୍ଯ୍ୟକ୍ରମ କେନ୍ଦ୍ରସରକାରଙ୍କ ସମ୍ବନ୍ଧିତ ମନ୍ତ୍ରାଳୟ ସହ ବ୍ୟାପକ ବିଚାର ବମର୍ଷ କରାଯିବା ପରେ ଯାଇ ପ୍ରସ୍ତୁତ କରାଯାଇଛି । ତେବେ ଏହି ଚ୍ୟାଲେଂଜରେ ଜିତିବା ବ୍ୟକ୍ତି ବିଶେଷଙ୍କୁ ଆୟୋଗ ଅନୁଦାନ ପ୍ରଦାନ କରିବା ସହିତ ହିଁ ଅନ୍ୟାନ୍ୟ ସୁବିଧା ମଧ୍ୟ ଯୋଗାଇ ଦେବାକୁ ଘୋଷଣା କରିଛି ।
ଅଟଳ ନ୍ୟୁ ଇଣ୍ଡିଆ ଚ୍ୟାଲେଂଜ ଆଧାରରେ ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିପାରୁଥିବା କୃଷି ପ୍ରଣାଳୀ, ସଡକ ଏବଂ ରେଳ ପରିବହନ ପାଇଁ ଫଙ୍ଗ ଭିଜନ ସିଷ୍ଟମ, ସ୍ମାର୍ଟ ମୋବିଲିଟି, ଇଲେକ୍ଟ୍ରିକ ମୋବିଲିଟି, ସୁରକ୍ଷିତ ପରିବହନ, ଜଳ ଗୁଣବତା ପରୀକ୍ଷଣ ଏବଂ ଅଳିଆ ଆବର୍ଜନାକୁ ନବୀକରଣ କରାଯାଇପାରୁଥିବା ଉପକରଣ ଭଳି ୧୭ଟି ଚିହ୍ନିଟ କ୍ଷେତ୍ରରେ ଇନୋଭେସନ ପାଇଁ ଆବେଦନ କରିପାରିବେ । ଭାରତୀୟ କଂପାନୀମାନେ ବିଶେଷ କରି ଏମଏସଏମଇ, ସୈକ୍ଷିକ ସଂସ୍ଥା ଏବଂ ଷ୍ଟାର୍ଟ ଅପ ଭଳି କଂପାନୀ ମାନେ ଏହି ଚ୍ୟାଲେଂଜରେ ଭାଗ ନେଇପାରିବେ ଏବଂ ଏଥିପାଇଁ ଜୁନ ୧୦ ତାରିଖ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି । ଚଳିତ ଆର୍ଥିକ ବର୍ଷରେ ନୀତି ଆୟୋଗ ଏଭଳି ଭାବରେ ୫୦ଟି ଅନୁଦାନ ପ୍ରଦାନ କରିବ । ଯାହାକି ବର୍ଷେରୁ ଦେଢ ବର୍ଷ ସମୟ ସୀମା ମଧ୍ୟରେ କିସ୍ତି ଆକାରରେ ମିଳିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/13-10.jpg)
/kanak/media/post_attachments/wp-content/uploads/2018/04/11-14-300x200.jpg)
/kanak/media/post_attachments/wp-content/uploads/2018/04/12-11-300x169.jpg)