ଏପ୍ରିଲ୍ ୨୩ରେ ଧ୍ୱଂସ ହୋଇପାରେ ପୃଥିବୀ ! ଭବିଷ୍ୟବକ୍ତାଙ୍କ ଏଭଳି ଏକ ଅବିଶ୍ୱନୀୟ ଓ ଚାଞ୍ଚଲ୍ୟକର ଭବିଷ୍ୟବାଣୀ

ଏପ୍ରିଲ୍ ୨୩ରେ ଧ୍ୱଂସ ହୋଇପାରେ ପୃଥିବୀ ! ଭବିଷ୍ୟବକ୍ତାଙ୍କ ଏଭଳି ଏକ ଅବିଶ୍ୱନୀୟ ଓ ଚାଞ୍ଚଲ୍ୟକର ଭବିଷ୍ୟବାଣୀ

Source:RT.com

ଆଉ ମାତ୍ର ୧୦ ଦିନ ପରେ ପୃଥିବୀ ଧ୍ୱଂସ ହୋଇଯିବ ! ଏପ୍ରିଲ୍ ୨୩ ତାରିଖ ଦିନ ଧ୍ୱସ୍ତବିଧ୍ୱସ୍ତ ହୋଇଯିବ ପୃଥିବୀ ପୃଷ୍ଠର ଜୀବସତ୍ତା ! ଏପରି ଅବିଶ୍ୱନୀୟ ଓ ଚାଞ୍ଚଲ୍ୟକର ଭବିଷ୍ୟବାଣୀ କରିଛନ୍ତି ଗବେଷକ ଡାଭିଡ୍ ମେଡେ। ଏଥିପୂର୍ବରୁ ଏକାଧିକ ବାର ମହାଜାଗତିକ ଘଟଣାବଳୀ ସମ୍ବନ୍ଧରେ ପୂର୍ବାନୂମାନ କରିଥିବା ମେଡେଙ୍କ ଏହି ପୃଥିବୀ ଧ୍ୱଂସର ପୂର୍ବାନୁମାନ ସମଗ୍ର ବିଶ୍ୱରେ ଚହଳ ପକାଇ ଦେଇଛି ।

publive-image

ତେବେ ମେଡେଙ୍କ ଏହି ସଦ୍ୟତମ ପୂର୍ବାନୁମାନ ବାଇବେଲ୍ ଅନ୍ତର୍ଗତ ବୁକ୍ ଅଫ୍ ରିଭିଲେନ୍ସ ଉପରେ ଆଧାରିତ। ଏହି ଗ୍ରନ୍ଥର ଦ୍ୱାଦଶ ଅଧ୍ୟାୟରେ ପୃଥିବୀ ଧ୍ୱଂସ ହେବାର ସ୍ଥିତି ଏପ୍ରିଲ୍ ୨୩ରେ ଆସିବ ବୋଲି ସାଙ୍କେତିକ ସୂଚନା ରହିଛି। ଗ୍ରନ୍ଥ ଅନୁସାରେ ଧ୍ୱଂସର ସଂଙ୍କେତ ଏପରି ! ଜଣେ ଗର୍ଭବତୀ ମହିଳା ସୂର୍ୟ୍ୟଙ୍କୁ ପରିଧାନ କରି ଚନ୍ଦ୍ରକୁ ପାଦ ତଳେ ରଖିଥିବେ। ତାଙ୍କ ମଥାରେ ୧୨ଟି ନକ୍ଷତ୍ର ଶୋଭା ପାଉଥିବ। ମହିଳା ଜଣକ ଗର୍ଭଯନ୍ତ୍ରଣାରେ ଚିତ୍କାର କରୁଥିବେ।

publive-image

ଏହି ସ୍ଥତିକୁ ନାସା ଓ ଇସ୍ରୋର ବୈଜ୍ଞାନିକ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି। ଏପ୍ରିଲ୍ ମାସରେ ସୂର୍ଯ୍ୟ, ଚନ୍ଦ୍ର ଓ ବୃହସ୍ପତି ଗୋଟିଏ ସରଳ ରେଖାରେ ରହିବେ । ଏଥିସହ ସେମାନେ ଏକ ସମୟରେ କନ୍ୟା ରାଶି କ୍ଷେତ୍ରରେ ଅବସ୍ଥାନ କରିବେ। ଏହାର ପ୍ରଭାବ ନକାରାତ୍ମକ ହୋଇପାରେ। ଅନ୍ୟପକ୍ଷରେ ମେଡେ କହିଛନ୍ତି କି ଏହି ସମୟରେ ଦୁଷ୍ଟଗ୍ରହ ନିବିରୁ ପୃଥିବୀ ସହ ଧକ୍କା ଖାଇବ। ଏହା ପୃଥିବୀ ଲାଗି କ୍ଷତିକାରକ ହେବ । ମେଡେଙ୍କ ଅନୁଯାୟୀ ୨୦୧୮ ଏପ୍ରିଲରେ ଏଭଳି ପରିସ୍ଥିତି ଆସିବ କି ସବୁଠାରେ ଅରାଜକତା ବ୍ୟାପିବ, ଦଶମ ଗ୍ରହ ଦୃଶ୍ୟମାନ ହେବ, ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବ । ସାତ ବର୍ଷ ଧରି ବିଶୃଙ୍ଖଳା ପୃଥିବୀକୁ ଗ୍ରାସ କରିବ ।

ସୌଜନ୍ୟ: ଗ୍ଲୋବାଲ ନ୍ୟୁଜ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe