ଗାଡି ଚାଳକଙ୍କୁ ଆଉ ଶୋଷଣ କରିପାରିବେନି ପୁଲିସ୍, ତଦନ୍ତ ଆଳରେ କାଟି ପାରିବେନି ମୋଟା ଅଙ୍କର ଚାଲାଣ ! ସର୍କୁଲାର ଜାରି କଲା ସଡକ ପରିବହନ ମନ୍ତ୍ରାଳୟ

ଗାଡି ଚାଳକଙ୍କୁ ଆଉ ଶୋଷଣ କରିପାରିବେନି ପୁଲିସ୍, ତଦନ୍ତ ଆଳରେ କାଟି ପାରିବେନି ମୋଟା ଅଙ୍କର ଚାଲାଣ ! ସର୍କୁଲାର ଜାରି କଲା ସଡକ ପରିବହନ ମନ୍ତ୍ରାଳୟ

ଆପଣ ଯେତେବେଳେ ଆପଣଙ୍କ କାର କିମ୍ବା ବାଇକରେ ଯାତ୍ରା କରୁଥାନ୍ତି, ସେତେବେଳେ ଆପଣଙ୍କୁ ଡ୍ରାଇଭିଙ୍ଗ ଲାଇସେନ୍ସ ଠାରୁ ଆରମ୍ଭ କରି ଇନସ୍ୟୁରାନ୍ସ ପେପର, ପଲ୍ୟୁସନ ସାର୍ଟିଫିକେଟ୍ ସମେତ ଅନ୍ୟ କେତେକ ଦସ୍ତାବିଜ୍ ମଧ୍ୟ ସାଙ୍ଗରେ ରଖିବାକୁ ପଡିଥାଏ । କିନ୍ତୁ ଏଣିକି ଆଉ ଏସବୁର ଆବଶ୍ୟକତା ରହିବ ନାହିଁ । ଏଥିପାଇଁ ସଡକ ପରିବହନ ମନ୍ତ୍ରାଳୟ ଏକ ନୂଆ ବ୍ୟବସ୍ଥା ଆରମ୍ଭ କରିଛି ।

publive-image

ଗତ ନଭେମ୍ବର ୧୯ ତାରିଖରେ ସଡକ ପରିବହନ ମନ୍ତ୍ରାଳୟ ସମସ୍ତ ରାଜ୍ୟର ପରିବହନ ବିଭାଗକୁ ଏକ ସର୍କୁଲାର ଜାରି କରିଛି । ଏଥିରେ ମନ୍ତ୍ରାଳୟ କହିଛି ଯେ, ଯଦି ସାଧାରଣ ଲୋକ ଚାହିଁବେ ତେବେ ସେମାନେ ଡ୍ରାଇଭିଙ୍ଗ ଲାଇସେନ୍ସ, ପଲ୍ୟୁସନ୍ ସାର୍ଟିଫିକେଟ୍ ସମେତ ଗାଡିର ଅନ୍ୟ ସବୁ ଡକ୍ୟୁମେଣ୍ଟର ଡିଜିଟାଲ କପି ଦେଖାଇପାରିବେ ।

publive-image

ସର୍କୁଲାରରେ କୁହାଯାଇଛି ଯେ, ଚେକିଂ ବେଳେ କିମ୍ବା ଅନ୍ୟ କୌଣସି ସ୍ଥାନରେ ପୋଲିସ ଗାଡିର କାଗଜପତ୍ର ଯାଞ୍ଚ କରିଥାନ୍ତି, ସେତେବେଳେ ସାଧାରଣ ଲୋକେ ଚାହିଁଲେ, ଗାଡିର ସବୁ କାଗଜପତ୍ରର କପି ଡିଜିଟାଲ ଫର୍ମାଟରେ ଦେଖାଇପାରିବେ । ଉପସ୍ଥିତ ଥିବା ପୋଲିସ ଅଧିକାରୀ ଏହାକୁ ଅସ୍ୱୀକାର କରିପାରିବେ ନାହିଁ ।

publive-image

ଏହି ସର୍କୁଲାର ପୂର୍ବରୁ, ଅଗଷ୍ଟ ୨୦୧୮ରେ ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ, ସମସ୍ତ ରାଜ୍ୟ ଗୁଡିକୁ ଏହି ସମ୍ବନ୍ଧୀୟ ଅଧିସୂଚନା ଜାରି କରିଥିଲା । ଏଥିରେ କୁହାଯାଇଥିଲା ଯେ, ସାଧାରଣ ଲୋକ ସେମାନଙ୍କର ତଥ୍ୟ ଏମପରିବହନ ଆପରେ ରଖିପାରିବେ । ପୋଲିସ କିମ୍ବା ଅନ୍ୟ କୌଣସି ଅଧିକାରୀ ଗାଡିର କାଗଜପତ୍ର ଯାଞ୍ଚ କରିବା ସମୟରେ ଏହି ଆପରେ ସେଭ୍ କରାଯାଇଥିବା ଦସ୍ତାବିଜକୁ ଦେଖାଯାଇପାରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe