ପିଏଫ ପାଇଁ ଆଉ କାଟିବାକୁ ପଡିବ ନାହିଁ କଂପାନୀର ଚକ୍କର ! ଆପଣଙ୍କୁ କରିବାକୁ ପଡିବ କେବଳ ଗୋଟିଏ କାମ

84

ସାଧାରଣତଃ ପ୍ରୋଭିଡେଂଟ ଫଣ୍ଡରୁ ପିଏଫ ଉଠାଇବା ଏତେ ସହଜ ନୁହେଁ । କାରଣ, ଏଥିପାଇଁ ଆବଶ୍ୟକ ପଡିଥାଏ କଂପାନୀର ହସ୍ତାକ୍ଷର । କିନ୍ତୁ ଏଣିକି ଆପଣଙ୍କୁ ବୋଧହୁଏ ଏହି ସମସ୍ୟାର ସାମ୍ନା କରିବାକୁ ନପଡିପାରେ । କାହିଁକି ନା ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଭବିଷ୍ୟତ ନିଧି ସଂଗଠନ ତଥା ଇପିଏଫଓ ଏକ ନୂଆ ଫର୍ମ ନିକଟରେ ଜାରି କରିଛି । ଯାହାଦ୍ୱାରା କି କୌଣସି ବ୍ୟକ୍ତିବିଶେଷଙ୍କୁ ପିଏଫ ପାଇଁ ଆଉ କଂପାନୀର ଚକ୍କର କାଟିବାକୁ ପଡିବ ନାହିଁ ।

ସୂଚନା ମୁତାବକ, ଏହି ଫର୍ମର ଲାଭ ଆପଣଙ୍କୁ ସେତେବେଳେ ମିଳିପାରିବ ଯେତେବେଳେ ଆପଣଙ୍କ ନିକଟରେ ୟୁଏଏନ ନମ୍ବର ରହିଥିବ । ଏହାବ୍ୟତୀତ, ଆପଣଙ୍କ କେୱାଇସି ସଂପୂର୍ଣ୍ଣ ହେବା ସହ ଆପଣଙ୍କର ବ୍ୟାଙ୍କ ଆକାଉଂଟ ଆଧାର ସହ ସଂଯୋଗ ହୋଇଥିବ । ଯଦି ଉପରିସ୍ଥ ସମସ୍ତ ସର୍ତ୍ତଗୁଡିକୁ ଆପଣ ସଂପୂର୍ଣ୍ଣ କରନ୍ତି ତେବେ ଆପଣ ପିଏଫ ପାଇଁ ୧୯ ନମ୍ବର ଫର୍ମ ବ୍ୟବହାର କରିପାରିବେ । ଏହି ଫର୍ମକୁ ଭରିବା ଦ୍ୱାରା ଆପଣଙ୍କୁ ଯଦିଓ କଂପାନୀର ଚକ୍କର କାଟିବାକୁ ପଡି ନପାରେ କିନ୍ତୁ ବର୍ତ୍ତମାନ ପାଇଁ ଏହି ଫର୍ମ ଆପଣ ଅନଲାଇନରେ ଭରି ପାରିବେ ନାହିଁ । ଏଥିପାଇଁ ଆପଣଙ୍କୁ ପିଏଫ ଅଫିସ ଯାଇ ହିଁ ଫର୍ମଟିକୁ ଜମା କରିବାକୁ ପଡିବ ।

ଖୁବ୍ ଶୀଘ୍ର ହିଁ ଇପିଏଫଓ ସହ ଏହାକୁ ଅନଲାଇନ କରିବା ନେଇ ଯୋଜନା ଚଳାଇଛି । ଏହାବ୍ୟତୀତ ଇପିଏଫଓ ମଧ୍ୟ ପୁଣି ଏକ ସୁବିଧା ନିଜର ସବ୍ସକ୍ରାଇବର୍ସ କରିଦେଇଛି । ଏହି ନୂଆ ସୁବିଧା ଆଧାରରେ ଚାକିରୀ ପରିବର୍ତ୍ତନ ଉପରେ ଆପଣଙ୍କୁ ଇପିଏଫ ଟ୍ରାନ୍ସଫର କରିବା ପାଇଁ ଅଲଗା ଭାବେ ୧୩ ନମ୍ବର ଫର୍ମ ଭରିବାକୁ ପଡିବ । ଯାହାକି ଆପଣ ଛାଏଁ ହୋଇଯିବ । ସେହିପରି ଚାକିରୀ ପରିବର୍ତ୍ତନ ସମୟରେ ଆପଣଙ୍କୁ ନୂଆ ଏଫ-୧୧ କଂପୋଜିଟ୍ ଫର୍ମ ଭରିବାକୁ ହେବ । ଏଥିରେ ଆପଣଙ୍କୁ ବ୍ୟାଙ୍କ ଆକାଉଂଟ ଏବଂ ଆଧାର ନମ୍ବର ସମେତ ଅନ୍ୟ ତଥ୍ୟ ଦେବାକୁ ପଡିବ । ତେବେ ଏଫ-୧୧ ଫର୍ମରେ ଇପିଏଫ ଆକାଉଂଟର ସୂଚନା ଦାଖଲ ହେବାପରେ ଇପିଏଫଓ ଫଣ୍ଡ ଆପଣାଛାଏଁ ନୂଆ ଆକାଉଂଟରେ ଟ୍ରାନ୍ସଫର କରିଦିଆଯିବ ।

ସୌଜନ୍ୟ: ଆଜତକ୍