ଆଜିର ଦିନ ଭାରତୀୟ ମୁଦ୍ରା ପାଇଁ ପାଲଟିଛି ଅଶୁଭ । କାରଣ ନା ଡଲାର ତୁଳନାରେ ଭାରତୀୟ ମୁଦ୍ରା ୬ ମାସ ମଧ୍ୟରେ ସବୁଠାରୁ ନିମ୍ନ ସ୍ତରରେ ପହଂଚିଛି । ଯାହାଦ୍ୱାରା କି ଦେଶର ଆର୍ଥିକ କ୍ଷେତ୍ରରେ ଏକ ବଡ ଧରଣର ପରିବର୍ତ୍ତନ ଆସିବାର ଆଶଙ୍କା ରହିଛି । ଏପରିକି ଏହାର ପ୍ରଭାବ ପେଟ୍ରୋଲ-ଡିଜେଲ ଉପରେ ପଡିବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି ।
ଜାତୀୟ ଗଣମାଧ୍ୟମ ଅମର ଉଜାଲାରେ ପ୍ରକାଶିତ ଖବର ମୁତାବକ, ଡଲାର ତୁଳନାରେ ଭାରତୀୟ ମୁଦ୍ରା ୬୫ ଟଙ୍କା ୩୮ ପଇସାକୁ ହ୍ରାସ ପାଇଛି । ଗତ ସୋମବାର ଦିନ ତୁଳନାରେ ମଙ୍ଗଳବାର ଦିନ ଏଥିରେ ୨୮ ପଇସା ହ୍ରାସ ପାଇଥିବା ନଜର ଆସିଛି । ଗତ ସୋମବାର ମଧ୍ୟ ୩୧ ପଇସା ହ୍ରାସ ପାଇଥିବା ନଜର ଆସିଥିଲା । ଯାହାକି ଏବେ ୬୫ ଟଙ୍କା ୧୦ ପଇସାରେ ସ୍ଥିର ରହିଛି । ଏହା ପୂର୍ବରୁ ବି ଚଳିତ ବର୍ଷ ୨୪ ମାର୍ଚ୍ଚ ତାରିଖରେ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୬୫ ଟଙ୍କା ୪୧ ପଇସାରେ ସ୍ଥିର ରହିଥିଲା । ତେବେ ଟଙ୍କାରେ ଦେଖାଦେଇଥିବା ଏହି ପରିବର୍ତ୍ତନ କାରଣରୁ ୟୁଏସ ଫେଡ୍ ରିଜର୍ଭ ଡିସେମ୍ବରରେ ନିଜ ଦରଗୁଡିକରେ ବୃଦ୍ଧି କରିବାକୁ ନେଇ ସଂକେତ ମିଳିଛି । ଏହି ସମୟରେ ବିଦେଶି ସଂସ୍ଥାଗତ ନିବେଶକଙ୍କ ମାର୍କେଟରୁ ଡଲାର ବାହାର କରିବା ଆରମ୍ଭ କରିଦେଇଛନ୍ତି । ବ୍ୟାଙ୍କ ମଧ୍ୟ ଏଥିରେ ସହଯୋଗ କରିଛି ।
ତେଣୁ ଟଙ୍କାର ଏଭଳି ପରିବର୍ତ୍ତନ ପାଇଁ ଜିଡିପି ପକ୍ଷରୁ ଦୁର୍ବଳ ହେବାର ଆଶଙ୍କା ରହିଛି । ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଜିଏସଟିକୁ ନେଇ ଆଶ୍ୱାସନା ଦେଇ କହିଛନ୍ତି, ଖୁବଶୀଘ୍ର ଅର୍ଥବ୍ୟବସ୍ଥାରେ ଗଭୀର ପରିବର୍ତ୍ତନ ଆସିବ । ମାନ୍ୟୁଫେକ୍ଚରିଂ କ୍ଷେତ୍ର ନିମ୍ନ ସ୍ତରରେ ପଂହଚିବା କାରଣରୁ ଏଭଳି ପରିସ୍ଥିତି ଉପୁଜିଛି । ଜେଟଲି କହିଛନ୍ତି ଯେ, ଆଗାମୀ ଦିନରେ ବିଶ୍ୱର ଆର୍ଥିକ ଅବସ୍ଥାରେ ସୁଧାର ଆସିବା ସହିତ ଏକ ଭଲ ମାଧ୍ୟମ ଦେଇ ଜିଡିପିର ବିକାଶ ଦର ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଯଦି ଆମର ଲକ୍ଷ୍ୟ ପୁରଣ ହୋଇଯାଏ ତେବେ ବିକାଶ ଦରରେ ବି ସୁଧାର ଆସିପାରେ ।
ଉଲ୍ଲେଖଯୋଗ୍ୟ କି, ଆର୍ଥିକ ସର୍ଭେର ୨୦୧୭-୧୮ ମଧ୍ୟରେ ବିକାଶ ଦର ୬.୭୫ ପ୍ରତିଶତରୁ ବୃଦ୍ଧି ପାଇ ୭.୫ ପ୍ରତିଶତ ରହିବା ଅନୁମାନ ଲଗାଯାଉଛି ।
ଏଠାରେ ଆମେ କହି ରଖୁଛୁ କି, ପୂର୍ବ ତ୍ରିମାସରେ ଦୁର୍ବଳ ଜିଡିପି ଆକଳନକୁ ଚିନ୍ତାଜନକ କହିବା ସହ ଅରୁଣ ଜେଟଲି ବ୍ୟକ୍ତ କରିଛନ୍ତି ଯେ, ସରକାର ଏହି ଆକଳନରେ ସୁଧାର ଆଣିବା ପାଇଁ ନିତିଗତ ଏବଂ ନିବେଶ ସ୍ତର ଉପରେ ଗମ୍ଭୀରତାର ସହ କାମ କରିବାକୁ ଚେଷ୍ଟା ଚଳାଇଛନ୍ତି । ତେବେ ମୋଟ ଉପରେ କହିବାକୁ ଗଲେ ବିଶେଷ କରି କୃଷି କ୍ଷେତ୍ରକୁ ଅଧିକ ପ୍ରାଧାନ୍ୟତା ଦେବାକୁ ସରକାର ଏବେ ଅଧିକ କ୍ରିୟାଶୀଳ ହୋଇପଡିଛନ୍ତି ।
ସୌଜନ୍ୟ: ଅମର ଉଜାଲା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/09/15.jpg)