କମିପାରେ ପେଟ୍ରୋଲ-ଡିଜେଲ ଦର ! ଯଦି ଏହି ଦେଶର ଅଫରରେ ରାଜି ହୋଇଯାଆନ୍ତି କେନ୍ଦ୍ର ସରକାର

67

ସାରା ଦେଶରେ ଅହେତୂକ ଭାବରେ ବୃଦ୍ଧି ପାଉଛି ପେଟ୍ରୋଲ-ଡିଜେଲର ଦର । ଯାହାକୁ ନେଇ ଦିନକୁ ଦିନ ବଢି ଚାଲିଛି ଜନଅସନ୍ତୋଷ । ଗତ ୧୨ ଦିନ ଧରି ତୈଳ ଦର କମିବାର ନା ଧରୁନାହିଁ । କେଉଁଠି ପେଟ୍ରୋଲର ଦାମ ୮୫ ଟଙ୍କାରେ ପଂହଚିଲାଣି ତ ପୁଣି କେଉଁଠି ୭୦ ଛୁଇଁଛି । ଏଭଳି ପରିସ୍ଥିତିରେ ସାଧାରାଣ ଜନତାଙ୍କୁ ଏହି ମହଙ୍ଗା ବଜାରରୁ ଆସ୍ୱସ୍ତି ଦେବାପାଇଁ ସରକାର ଯୋଜନା ଚଳାଉଥିଲେ ବି କୌଣସି ଲାଭ ମିଳିପାରିନି । କିନ୍ତୁ ଯଦି ସରକାର ଚାହିଁବେ ତେବେ ସାଧାରଣ ଜନତାଙ୍କୁ ସେ ଏଭଳି ସମସ୍ୟାରୁ ମୁକ୍ତି ଦେଇପାରିବେ । ଗତ ଶୁକ୍ରବାର କଂଚା ତୈଳ ୭୮ ଡଲାର ପ୍ରତି ବ୍ୟାରେଲ ଉପରେ ପହଂଚି ସାରିଛି କିନ୍ତୁ ଏହି ତୈଳ କଂପାନୀମାନଙ୍କୁ ମାତ୍ର ୫୫ ଡଲାର ପ୍ରତି ବ୍ୟାରେଲ ମିଳିପାରିବ । ଯଦି ଭାରତ ସରକାର Venezuelaର ଅଫରକୁ ଗ୍ରହଣ କରିଦିଅନ୍ତି ।

ସୂଚନା ମୁତାବକ, ଚଳିତ ମାସ ଆରମ୍ଭରେ Venezuela ଭାରତ ସମ୍ମୁଖରେ ଏକ ଖାସ୍ ଅଫର ରଖିଥିଲା । ଏଥିରେ କଂପାନୀ ତରଫରୁ କୁହାଯାଇଥିଲା କି, ସେ ଭାରତକୁ ସାଉଦ ଆରବ ତୁଳନାରେ ୩୦ ପ୍ରତିଶତ ଶସ୍ତାରେ କଂଚା ତୈଳ ଯୋଗାଇଦେବ । ଏଥିପାଇଁ ଭାରତ ସରକାରଙ୍କୁ ଯେଉଁ ପେମେଂଟ କରିବାକୁ ପଡିବ , ସେ ଏଠାକାର Crypto pector ଜରିଆରେ ହିଁ କରିବାକୁ ପଡିବ । ଯଦି ଭାରତ ସରକାର ଏହି ପ୍ରସ୍ତାବକୁ ସ୍ୱୀକାର କରିଦିଏ ତେବେ ଭାରତ ପାଇଁ କଂଚା ତୈଳ କିଣିବା ବହୁତ ଶସ୍ତା ହୋଇପାରେ । କଂଚା ତୈଳର ୫୫ ଡଲାର ପ୍ରତି ବ୍ୟାରେଲ କିମ୍ବା ଏହାର ଆଖାପାଖ ଆସିବା ପରେ ପେଟ୍ରୋଲ ଏବଂ ଡିଜେଲ ଦର ବହୁତ ମାତ୍ରାରେ ହ୍ରାସ ପାଇପାରେ ।

ଖାଲି ଏତିକି ନୁହେଁ, Venezuela ଆଉ ଏକ ପ୍ରସ୍ତାବ ମଧ୍ୟ ରଖିଛି । Venezuela କହିବା କଥା ହେଲା କି, ସେ ଭାରତ ତରଫରୁ କଂଚା ତୈଳ କିଣିବା ପାଇଁ ପେମେଂଟ କରିବାକୁ ପ୍ରସ୍ତୁତ ଅଛି । ଠରଦ୍ଭରଚ୍ଛଙ୍କରକ୍ଷବ କହିବା ଅନୁସାରେ, ଏହାଦ୍ୱାରା ସେ ଆମେରିକା ତରଫରୁ ଲଗା ଯାଇଥିବା ପ୍ରତିବନ୍ଧକରୁ ବଂଚି ଯିବ ଓ ସେ ସମସ୍ତ ଭାରତୀୟ ସାମଗ୍ରୀ କିଣିପାରିବ । ତେବେ କେନ୍ଦ୍ର ସରକାର Venezuelaର ଏହି ଦୁଇଟି ଅଫର୍ସକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ଉତ୍ତର ମିଳିପାରିନାହିଁ କିନ୍ତୁ ଯଦି ଏହି ଅଫର୍ସକୁ ଭାରତ ସରକାର ମାନି ନିଅନ୍ତି ତେବେ ଦେଶରେ ପେଟ୍ରୋଲ-ଡିଜେଲର ଦର ବହୁ ମାତ୍ରାରେ କମିପାରେ ।