୪୩ ଟଙ୍କାରେ ମିଳିବ ପେଟ୍ରୋଲ ! ଯଦି ସରକାର ମାନି ନିଅନ୍ତି ଫଡନାବିସଙ୍କ ଗୋଟିଏ ପରାମର୍ଶ

58

ପେଟ୍ରୋଲ ଏବଂ ଡିଜେଲର ଅହେତୂକ ବୃଦ୍ଧିରୁ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ଦେବା ପାଇଁ କେନ୍ଦ୍ର ସରକାର ରାଜସ୍ୱ କରକୁ ୨ ଟଙ୍କାକୁ ହ୍ରାସ କରି ଦେଇଛନ୍ତି । ସେହିପରି ମହାରାଷ୍ଟ୍ର ସମେତ କିଛି ରାଜ୍ୟ ମଧ୍ୟ ଭାଟ୍ ମୂଲ୍ୟକୁ କମାଇ ଦେଇଛନ୍ତି । ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ପାଖରେ ଏହି ସମସ୍ୟାର ସମାଧାନ ନେଇ ଏକ ଭଲ ତଥା ଉତ୍ତମ ଉପାୟ ରହିଛି ଆଉ ଯଦି ସରକାର ତାଙ୍କ କଥାକୁ ମାନି ନିଅନ୍ତି ତେବେ ବୋଧହୁଏ ଏହି ସମସ୍ୟାରୁ ମୁକ୍ତି ମିଳିବା ନେଇ ଯଥେଷ୍ଟ ସମ୍ଭାବନା ରହିଛି ।

ସୂଚନା ମୁତାବକ, ଦେବେନ୍ଦ୍ର ଫଡନାବିସ୍ ନିକଟରେ ଜାତୀୟ ଗଣମାଧ୍ୟମ ଆଜତକର ‘ମୁମ୍ବାଇ ମନ୍ଥନ’ ନାମକ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ମତ ଦେଇଛନ୍ତି । ତାଙ୍କ କହିବା କଥା ହେଲା କି, ଯଦି ପେଟ୍ରୋଲୃ-ଡିଜେଲକୁ ଜିଏସଟି ପରିସରର୍ଭୁକ୍ତ କରାଯାଏ ତେବେ ଏହି ସମସ୍ୟା ସବୁଦିନ ପାଇଁ ଦୂର ହୋଇପାରିବ ।

ଖାଲି ଦେବେନ୍ଦ୍ର କାହିଁକି କେନ୍ଦ୍ରତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏସଂପର୍କରେ ପୂର୍ବରୁ ନିବେଦନ କରିସାରିଛନ୍ତି । ତାଙ୍କ କହିବା ମୁତାବକ, ଯଦି ପେଟ୍ରେଲ-ଡିଜେଲକୁ ଜିଏସଟି ପରିସରରେ ଅଣାଯାଏ ତେବେ ଏହାଦ୍ୱାରା ସବୁଠାରୁ ଅଧିକ ଲାଭ ସାଧାରଣ ଜନତାଙ୍କୁ ହିଁ ମିଳିବ । ଖାଲି ସେତିକି ନୁହେଁ ଇନ୍ଧନର ମୂଲ୍ୟ ବର୍ତ୍ତମାନର ମୂଲ୍ୟଠାରୁ ବି ଅଧା ହୋଇଯିବ । ସେହିପରି ଯଦି ଜିଏସଟି ପରିଷଦ ପେଟ୍ରୋଲ-ଡିଜେଲକୁ ଜିଏସଟି ପରିସରର୍ଭୁକ୍ତ କରନ୍ତି ତେବେ ଏହା ଉପରେ ଅତି ବେଶିରେ ୨୮ ପ୍ରତିଶତ ଟାକ୍ସ ଲଗାଯାଇପାରିବ ଆଉ ୨୮ ପ୍ରତିଶତ ଟାକ୍ସ ଲାଗିବା ଦ୍ୱାରା ପେଟ୍ରୋଲ ଦର ଲିଟର ପିଛା ୪୩ ଟଙ୍କାରେ ମିଳିବ ଏବଂ ଡିଜେଲ ଲିଟର ପିଛା ୪୧ ଟଙ୍କାରେ ମିଳବ ।

ଇଣ୍ଡିଆନ ଅଏଲ୍ କଂପାନୀ ପକ୍ଷରୁ ନିକଟରେ ଜାରି କରାଯାଇଥିବା ଏକ ରିପୋର୍ଟ ମୁତାବକ, ବିଭିନ୍ନ ତୈଳ କଂପାନୀମାନଙ୍କ ପେଟ୍ରୋଲ ପାଇଁ ଲିଟର ପ୍ରତି ଦେବାକୁ ପଡିଥାଏ ୨୬.୬୫ ଟଙ୍କା । ସେହିପରି ଡିଲରମାନେ ଏହାକୁ ଲିଟର ପ୍ରତି ୩୦.୧୩ ଟଙ୍କା ହିସାବରେ ବିକ୍ରୀ କରିଥାନ୍ତି । ଯେଉଁଥିରେ ଡିଲରଙ୍କର ୩.୨୪ ଟଙ୍କା ନିଜର କମିଶନ ଯୋଡା ଯାଇଥାଏ ଏବଂ ଏଭଳି ଭାବେ ହିଁ ୩୩.୩୭ ଟଙ୍କାରେ ଲିଟର ପ୍ରତି ପେଟ୍ରୋଲ ଦର ପ୍ରସ୍ତୁତ କରାଯାଇଥାଏ । କିନ୍ତୁ ଏହାକୁ ଯଦି ଜିଏସଟି ଅର୍ନ୍ତଭୁକ୍ତ କରିଦିଆଯାଏ ତେବେ ଏହା ଉପରେ ଅତି ବେଶିରେ ୨୮ ପ୍ରତିଶତ ଟାକ୍ସ ଲଗାଯାଇପାରିବ । ଯାହାଦ୍ୱାରା ଆପଣଙ୍କୁ ପାଖାପାଖି ୯.୪୨ ପଇସା ଜିଏସଟି ବାବଦକୁ ଦେବାକୁ ପଡିବ । ଏଭଳି ଭାବରେ ୩୩.୩୭ଟଙ୍କା ସହିତ ଜିଏସଟି ଯୋଡିଯିବ ଆଉ ଆପଣଙ୍କୁ ଦେବାକୁ ପଡିବ ଲିଟର ପ୍ରତି ମାତ୍ର ୪୨.୭୯ ଟଙ୍କା ।

ସେହିପରି ଡିଜେଲର ଅବସ୍ଥା ମଧ୍ୟ ସମାନ ରହିବ । ତୈଳ କଂପାନୀଙ୍କୁ ରିଫାଇନରିଜକୁ ୨୩.୮୬ଟଙ୍କାରେ ଦେବାକୁ ପଡିଥାଏ ଆଉ ଡିଲର୍ସ ଏହାକୁ ୨୭.୬୩ ଟଙ୍କାରେ ବିକିଥାନ୍ତି । ଯେଉଁଥିରେ ଡିଲରଙ୍କର କମିଶନ ରହିଥାଏ ୧.୬୫ ଟଙ୍କା । ତେବେ ଜିଏସଟି ସାମିଲ ହେବା ଦ୍ୱାରା ଏହାର ମୂଲ୍ୟ ୨୯.୨୮ ଟଙ୍କା ହୋଇଯିବ । ଅର୍ଥାତ୍ ଏଥିରେ ଯଦି ୨୮ ପ୍ରତିଶତ ଜିଏସଟି ସାମିଲ କରାଯାଏ ତେବେ ଏହା ୯.୦୨ ଟଙ୍କା ଅଧିକ ଯୋଡି ହୋଇଯିବ । ଏଭଳି ଭାବେ ଆପଣଙ୍କୁ ଲିଟର ପ୍ରତି ଦେବାକୁ ପଡିବ ମାତ୍ର ୪୧.୧୭ ଟଙ୍କା ।

ସୌଜନ୍ୟ: ଆଜତକ୍