‘ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ’! ୨୪ ଘଂଟା ପରେ କବର ମଧ୍ୟରୁ ଜୀବିତ ଅବସ୍ଥାରେ ଉଦ୍ଧାର ହେଲେ ଯୁବକ

Advertisment
‘ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ’! ୨୪ ଘଂଟା ପରେ କବର ମଧ୍ୟରୁ ଜୀବିତ ଅବସ୍ଥାରେ ଉଦ୍ଧାର ହେଲେ ଯୁବକ

Source: khabar.ndtv.com

‘ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ’ ଏହି ଉକ୍ତିର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ଛତିଶଗଡରେ । ଜଣେ ବ୍ୟକ୍ତିଙ୍କୁ କିଛି ଦୁର୍ବୃତ୍ତ ହତ୍ୟା କରି ଗାତ ଖୋଳି ପୋତି ଦେଇଥିଲେ । ପୋତିବାର ପାଖାପାଖି ୨୪ ଘଂଟା ପରେ ତାଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା ଉକ୍ତ ବ୍ୟକ୍ତି ଜଣକ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ।

ସୂଚନା ଯୋଗ୍ୟ, ଛତିଶଗଡର ବମ୍ବା ଭଣ୍ଡାରପାରା ନାମକ ଗାଁ ବାସକରୁଥିବା ପ୍ଲାଜୁସ ମିଞ୍ଜଙ୍କ ଭଉଣୀ ସହ ବିବେକ ନାମକ ଜଣେ ଯୁବକର ବିବାହ ସ୍ଥିର ହୋଇଥିଲା । ଗତ ସପ୍ତାହ ମଙ୍ଗଳବାର ସଂନ୍ଧ୍ୟାରେ ବିବେକ ନିଜ ବନ୍ଧୁମାନଙ୍କ ସହ ପ୍ଲାଜୁସ ମିଞ୍ଜଙ୍କ ଘରେ ପହଂଚିଥିଲା । ଏବଂ ସେମାନଙ୍କୁ ସହରରେ ଛାଡିବା ଭଳି ମିଛ ବାହାନା କରି ପ୍ଲାଜୁସଙ୍କୁ ସାଥୀରେ ନେଇଯାଇଥିଲେ । ଏକ ନିଛାଟିଆ ତଥା ଜଙ୍ଗଲରେ ବିବେକ ଓ ତାର ସାଙ୍ଗମାନେ ମିଶି ପ୍ଲାଜୁସଙ୍କୁ ଅତି ଅମାନୁସିକ ମାଡମାରି ଥିଲେ ଆଉ ଯେତେବେଳେ ପ୍ଲାଜୁସ ଅଚେତ ହୋଇଯାଇଥିଲେ ତାଙ୍କୁ ସେମାନେ ଏକ ଗାତ ଖୋଳି ପୋତି ଦେଇ ଫେରାର ହୋଇଯାଇଥିଲେ ।

ପର ଦିନ ଯେତେବେଳେ ସ୍ଥାନୀୟ ଲୋକେ ସେହି ବାଟ ଦେଇ ଯାଇଥିଲେ ସେତେବେଳେ ସେ ମାଟି ଭିତରୁ ହଲଚଲ ହେବାର ଦେଖିଥିଲେ । ଆଉ ଏହାକୁ ଖୋଳିବାପରେ ସେମାନେ ମାଟି ଭିତରୁ ପ୍ଲାଜୁସଙ୍କୁ ଜୀବିତ ଅବସ୍ଥାରେ ପାଇଥିଲେ । ଏହାପରେ ସେମାନେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇ ଚିକିତ୍ସା କରିଥିଲେ ଏବଂ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ସଂପୂର୍ଣ୍ଣ ସୁସ୍ଥ ବୋଲି ଘୋଷଣା କରିଥିଲେ । ସୁସ୍ଥ ହେବାପରେ ପ୍ଲାଜୁସ ସମସ୍ତ ଘଟଣା ସଂପର୍କରେ ପୋଲିସକୁ କହିବା ସହ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତାଙ୍କ ଉପରକୁ ଏଭଳି ମରଣାନ୍ତକ ଆକ୍ରମଣ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe