ଆପଣ ଜାଣିଛନ୍ତି କି , ମଦ ପିଇବା ପରେ ଲୋକେ ଝଗଡା କାହିଁକି କରନ୍ତି ? ଜାଣନ୍ତୁ ଏହାର ବୈଜ୍ଞାନିକ କାରଣ

42

ଅଧିକାଂଶ ସମୟରେ ଆପଣ ଦେଖିଥିବେ କି, ବାର କିମ୍ବା ପାର୍ଟିରେ ଲୋକେ ମଦ ପିଇବା ପରେ ପରେ ଝଗଡା କରିବା ତଥା ଗାଳି ଗୁଲଜ କରିବା ଆରମ୍ଭ କରିଦେଇଥାନ୍ତି । ତାଙ୍କ ବ୍ୟବହାରରେ ଏକ ପ୍ରକାରର ପରିବର୍ତ୍ତନ ଚାଲି ଆସିଥାଏ । ତେବେ ଆପଣ କେବେ ଚିନ୍ତା କରିଛନ୍ତି କି ପ୍ରକୃତରେ ଏମିତି କାହିଁକି ହୁଏ ? ଯାହାର ଜବାବ ଆମେ ନିମ୍ନରେ ଆଲୋଚନା କରିଛୁ ।

ନିକଟରେ ଅଷ୍ଟ୍ରେଲିୟାରେ ଥିବା University Of New South Walesର ଏକ ବୈଜ୍ଞାନିକ ଦଳ ଏହି ପ୍ରଶ୍ନର ଉତର ଖୋଜି ବାହାର କରିଛନ୍ତି । ଯେଉଁମାନେ କି ଏହି ପ୍ରସଙ୍ଗ ଉପରେ ଏକ ଗବେଷଣା କରିଥିଲେ ଆଉ ଏଥିରେ ସେମାନେ ଜାଣିବାକୁ ପାଇଥିଲେ କି, ଯଦି କୌଣସି ବ୍ୟକ୍ତି ୨ପ୍ୟାଗ ଭୋଡକା ପିଇ ଦିଏ ତେବେ ତାର ମସ୍ତିଷ୍କରେ କିଛି ପରିବର୍ତ୍ତନ ଚାଲିଆସେ । ଯେଉଁ କାରଣରୁ ଉକ୍ତ ବ୍ୟକ୍ତିଙ୍କଠାରେ ହିଂସା ଭାବ ଚାଲିଆସିଥାଏ । କିନ୍ତୁ ଏଭଳି କାହିଁକି ହୋଇଥାଏ ? ତେବେ ଏହାକୁ ଜାଣିବା ପାଇଁ ଏମଆରଆଇ ସ୍କାନର ବ୍ୟବହାର କରାଯାଇଥିଲା ।

ଏହି ରିସର୍ଚରେ ସେମାନେ ଦୁଇଟି ଗ୍ରୁପ କରିଥିଲେ । ଗୋଟିଏ ଗ୍ରୁପରେ ଥିବା ଲୋକଙ୍କୁ ସେମାନେ ଦୁଇ ପ୍ୟାଗ ଭୋଡକା ପିଇବାକୁ ଦେଇଥିଲେ ଏବଂ ଅନ୍ୟ ଗ୍ରୁପର ଲୋକଙ୍କୁ ସାଧାରଣ ଡ୍ରିଙ୍କସ ପିଇବାକୁ ଦେଇଥିଲେ । ଆଉ ଏହି ଅଧ୍ୟୟନ ଆସୋସିଏଟ ପ୍ରଫେସର ଥୋମାସ ଡେନସନଙ୍କ ନେତୃତ୍ୱରେ ହିଁ କରାଯାଇଥିଲା ।
ତେବେ ଅଧ୍ୟୟନରୁ ଜଣା ପଡିଥିଲା କି, ଆଲକୋହଲ ପିଇବା ଦ୍ୱାରା ମସ୍ତିଷ୍କରେ ଥିବା prefrontal cortexର ସକ୍ରିୟତା ଖୁବ୍ କମ୍ ହୋଇଯାଇଥାଏ । ଯେଉଁ କାରଣରୁ ଲୋକଙ୍କର କଥା କହିବାର ଶୈଳୀ ସଂପୂର୍ଣ୍ଣ ଭାବରେ ବଦଳି ଯାଇଥାଏ । ଏହି କାରଣରୁ ହିଁ ଅଧିକାଂଶ ଲୋକେ ହିଂସ୍ର ବି ହୋଇଯାଇଥାନ୍ତି ।