ଦେଶର ସବୁଠାରୁ ବଡ଼ ପେମେଣ୍ଟ୍ ଆପ୍ ପେଟିଏମ୍ ଏବେ ଗ୍ରାହକଙ୍କ ପାଇଁ ଆଣିଛି ଏକ ଆକର୍ଷଣୀୟ ଅଫର୍। ପେଟିଏମ୍ ଦ୍ୱାରା ପେଟ୍ରୋଲ୍ ଓ ଡିଜେଲ୍ କ୍ରୟ କଲେ ୭,୫୦୦ ଟଙ୍କାର କ୍ୟାସ୍ବ୍ୟାକ୍ ଅଫର୍ ମିଳିବ ବୋଲି କମ୍ପାନି ପକ୍ଷରୁ ସୂଚନା ମିଳିଛି। ତେବେ ଚାଲନ୍ତୁ ଜାଣିବା ଅଫର୍ ମୁତାବକ ଆପଣଙ୍କୁ କେଉଁ ସବୁ ସୁବିଧା ଉପଲବ୍ଧ ହେବ।
: ୭,୫୦୦ ଟଙ୍କାର କ୍ୟାସ୍ବ୍ୟାକ୍ ଅଫର୍ ନିର୍ଦ୍ଦିଷ୍ଟ କେତୋଟି ପେଟ୍ରୋଲ୍ ପମ୍ପ୍ରେ ଲାଗୁ ହେବ। ସର୍ବନିମ୍ନ ୫୦ ଟଙ୍କାର ପେଟ୍ରୋଲ କ୍ରୟରେ ଏହି ଅଫର୍ କାର୍ଯ୍ୟ କରିବ। ଏହି ଅଫର୍ର ଅବଧି ୨୦୧୯ ଅଗଷ୍ଟ ୧ ତାରିଖ।
: ପ୍ରଥମ ନେଣଦେଣ ପରେ ‘ଗେଟ୍ ଅପ୍ଟୁ ରୁପିଜ୍ ୭୫୦୦ କ୍ୟାସ୍ବ୍ୟାକ୍ ଅଫର୍’ରେ ଭାଗ ନେବାକୁ ଗ୍ରାହକ ସୁଯୋଗ ପାଇବେ। ଏଥିରେ ଭାଗ ନେବା ପାଇଁ ପ୍ରତିଦ୍ୱନ୍ଦ୍ୱୀଙ୍କୁ ‘କ୍ୟାସ୍ବ୍ୟାକ୍ ଅଫର୍’ ସେକ୍ସନକୁ କ୍ଲିକ୍ କରିବାକୁ ହେବ।
: ତା’ପରେ ୪୮ ଘଣ୍ଟା ମଧ୍ୟରେ ପେଟିଏମ୍ ପକ୍ଷରୁ ଗ୍ରାହକଙ୍କୁ ଏସ୍ଏମ୍ଏସ୍ ଜରିଆରେ ଏକ ପ୍ରମୋ କୋଡ୍ ମିଳିବ।
: ଯଦି ବି ବ୍ୟବହାରକାରୀ ଗୋଟାଏ ସପ୍ତାହରେ ଅନେକ ଥର ନେଣଦେଣ କରିଛନ୍ତି। ମାତ୍ର ପ୍ରମୋ କୋଡ୍ କେବଳ ସଫଳ ନେଣଦେଣ ପାଇଁ ମିଳିବ।