ବିହାରରେ ଏଲିୟନ ! ମାସକ ମଧ୍ୟରେ ଏଭଳି ରୂପରେ ଜନ୍ମ ହୋଇଛନ୍ତି ୩ ଶିଶୁ

65

ଏଇ କିଛି ଦିନ ହେଲା ଲଗାତର ଭାବରେ ଏଲିୟନ ସାଦୃଶ୍ୟ ଶିଶୁ ଜନ୍ମ ନେଉଛନ୍ତି । ଭାଗଲପୁର, ଚପାରଣ ଏବଂ ପାଲିଗଞ୍ଜ ନାମକ ଗ୍ରାମରେ ଏଭଳି ଅଜବ ଶିଶୁ ଜନ୍ମ ନେଇଥିବାର ଖବର ଏବେ ସାମ୍ନାକୁ ଆସିଛି । ସବୁଠାରୁ ଆଶ୍ଚର୍ଯ୍ୟ ଜନିତ କଥା ହେଲା ଗୋଟିଏ ମାସ ମଧ୍ୟରେ ଲଗାତର ରୂପେ ଏଭଳି ଶିଶୁ ଜନ୍ମ ନେଉଥିବାବେଳେ ସମସ୍ତ ଶିଶୁ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ।

ତାଜା ସୂଚନା ମୁତାବକ ,ପ୍ରଥମ ଶିଶୁଟି ଜନ୍ମ ହୋଇଛି ଭାଗଲପୁର ନିକଟସ୍ଥ ଚକିୟା ଗାଁରେ । ଯାହା ଦେଖିବାକୁ ସାଧାରଣ ଶିଶୁଠାରୁ ସଂପୂର୍ଣ୍ଣ ଅଲଗା ଥିଲା । କେହି କେହି ମଧ୍ୟ ଏହି ଅଜବ ତଥା ବିସ୍ମୟକର ଶିଶୁଟିକୁ ଏକ ଏଲିୟନ ବୋଲି କହିଥିଲେ । ଏହା ପୂର୍ବରୁ ମଧ୍ୟ ଚପାରଣର ଗାଁର ଜଣେ ମହିଳାଙ୍କର ଏକ ଶିଶୁ ଜନ୍ମ ହୋଇଥିଲା । ଶିଶୁଟିର ମୁଣ୍ଡ ନଥିଲା ତାର ମୁହଁଠାରୁ ଆଖି ବହୁତ ବଡଥିଲା । ଏହା ପରେ ପାଟନାର ପାଲିଗଞ୍ଜଠାରେ ମଧ୍ୟ ଜଣେ ମହିଳାଙ୍କର ଏକ ଶିଶୁ ଜାତ ହୋଇଥିଲା । ଶିଶୁଟିର ଶରୀରର ରଙ୍ଗ ସବୁଜ ଥିବାବେଳେ ଦେହ ସାରା କଇଁଛ ପରି ପଟା ପଟା ଦାଗ ରହିଥିଲା । ମୁହଁର ଆକାର ବହୁତ ବଡ ଥିଲା । କିନ୍ତୁ କାନ ଓ ଆଖିର ବିକାଶ ହୋଇ ନଥିଲା ।

ତେବେ ସାଧାରଣତଃ ଲୋକେ ଏହି ଶିଶୁଙ୍କୁ ଏଲିୟନ ଶିଶୁ କହୁଥିବା ବେଳେ ଚିକିତ୍ସକମାନଙ୍କର କିନ୍ତୁ କିଛି ଅଲଗା ମତ ରହିଛି । ସେମାନଙ୍କ ମତରେ ଏହା ଏକପ୍ରକାର ଚର୍ମ ରୋଗ । ଯାହା ବାପା ମାଆଙ୍କ ଜିନରେ ହୋଇଥିବା ନ୍ୟୁଟ୍ରିସନ କାରଣରୁ ଶିଶୁଙ୍କୁ ସଂକ୍ରମିତ ହୋଇଥାଏ । ଆଉ ଏଭଳି ଶିଶୁ ବେଶି ଦିନ ଯାଏଁ ଜୀବିତ ରୁହନ୍ତି ନାହିଁ ।