ବିମାନ ବନ୍ଦର ପରିବର୍ତ୍ତେ ମଝି ସମୁଦ୍ରରେ ଅବତରଣ କଲା ପ୍ଲେନ୍! ପହଁରୀ ପହଁରୀ ଯାତ୍ରୀ ବଂଚାଇଲେ ନିଜ ଜୀବନ, ଜାଣନ୍ତୁ କେଉଁଠି

42

ରନୱେରୁ ଖସିଲା ସମୁଦ୍ରରେ ପହଂଚିଗଲା ବିମାନ । ପ୍ରଶାନ୍ତ ମହାସାଗରରେ ବିମାନ ଦୁର୍ଘଟଣାଗ୍ରସ୍ତ । ପାପୁଆ ନ୍ୟୁ ଗିନିର ଏକ ବିମାନ ମାଇକ୍ରୋନେସିଆ ବିମାନ ବନ୍ଦରରେ ଅବତରଣ କରୁଥିବା ବେଳେ ରନୱେରେ ପହଂଚିବା ପରେ ଭାରସାମ୍ୟ ହରାଇ ସମୁଦ୍ର ଭିତରକୁ ଚାଲିଯାଇଥିଲା । ପ୍ଲେନଟି ରନୱେ ଠାରୁ ପ୍ରାୟ ୧୬୦ ଗଜ ଦୂରକୁ ଚାଲିଯିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା ।

ତେବେ ଆଶ୍ଚର୍ଯ୍ୟଜନକ ଭାବେ ଏହି ଦୁର୍ଘଟଣା ପରେ ମଧ୍ୟ ବିମାନର ସମସ୍ତ ଯାତ୍ରୀ ଓ କ୍ରୁ ମେମ୍ବରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏହି ବିମାନରେ ୩୫ଜଣ ଯାତ୍ରୀ ଓ ୧୨ଜଣ କ୍ରୁ ମେମ୍ବର ଥିଲେ । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପରେ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା । ବିମାନଟି ରନୱେରେ ଅଟକିବା ବଦଳରେ ଆଗକୁ ଆଗକୁ ବଢିବାକୁ ଲାଗିଥିଲା ଏବଂ ସିଧାସଳଖ ଯାଇ ସମୁଦ୍ର ଭିତରେ ଅଟକିଥିଲା ।

ଦୁର୍ଘଟଣାରେ ସମସ୍ତ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଓ ପୋଲିସ ପଂହଚି ବିମାନରୁ ସମସ୍ତଙ୍କୁ ଉଦ୍ଧାର କରିବା ସହ ସଙ୍ଗେ ସଙ୍ଗେ ନିକଟସ୍ଥ ହସ୍ପିଟାଲକୁ ନଆଯାଇଥିଲା । ତେବେ ଏହି ଦୁର୍ଘଟଣା କାହିଁକି ଘଟିଲା ତାହା ଏବେ ବି ଅସ୍ପଷ୍ଟ ରହିଛି ।