କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ପୂରା ଦେଶ ଲକଡାଉନ ହୋଇଥିବା ବେଳେ କେହି ଯେପରି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ କେନ୍ଦ୍ର ସରକାର ବଡ ଘୋଷଣା କରିଛନ୍ତି । ଖାସକରି ସ୍ୱାସ୍ଥ୍ୟକର୍ମୀ, ଚାଷୀ, ଗରିବ ଓ କର୍ମଚାରୀଙ୍କ ସହାୟତା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ୧ ଲକ୍ଷ ୭୦ ହଜାର କୋଟି ଟଙ୍କା ଘୋଷଣା କରିଛନ୍ତି । ଆଗାମୀ ୩ ମାସ ପାଇଁ ଏଭଳି ଘୋଷଣା କରିଛନ୍ତିି କେନ୍ଦ୍ର ସରକାର ।

Advertisment

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା : ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ...
- ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ଜୀବନ ବୀମା
- ସ୍ଥିତିର ସାମ୍ନା କରୁଥିବା ସମସ୍ତ ସ୍ୱାସ୍ଥ୍ୟ କର୍ମୀ ଆଉ ଡାକ୍ତର ଉପକୃତ ହେବେ
- ୨୦ ଲକ୍ଷ ସ୍ୱାସ୍ଥ୍ୟକର୍ମୀ ଲାଭ ପାଇବେ

ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା
- ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନା ଘୋଷଣା କଲେ କେନ୍ଦ୍ର ସରକାର
- ୮୦ କୋଟି ଗରୀବ ଲୋକ ଏହାଦ୍ୱାରା ଉପକୃତ ହେବେ, ଯାହା ଆମ ଜନସଂଖ୍ୟାର ଦୁଇ ତୃତୀୟାଂଶ
- ଅତିରିକ୍ତ ୫ କେଜି ହିସାବରେ ୩ ମାସ ପର୍ଯ୍ୟନ୍ତ ମାଗଣା ଚାଉଳ ଓ ଗହମ ମିଳିବ
- ୧ କେଜି ଅତିରିକ୍ତ ଡାଲି ଜାତୀୟ ଶସ୍ୟ ପ୍ରତ୍ୟେକ ପରିବାରକୁ ମିଳିବ
- ୨ଟି କିସ୍ତିରେ ଏହାକୁ ଯୋଗାଇବେ ସରକାର

ଚାଷୀଙ୍କ ପାଇଁ...
- ପିଏମ କିଷାନ ନିଧି ଯୋଜନାରେ ଚାଷୀଙ୍କ ଖାତାକୁ ୨୦୦୦ ଟଙ୍କା ଯିବ
- ଏପ୍ରିଲା ପ୍ରଥମ ସପ୍ତାହରେ ଡିବିଟି ଜରିଆରେ ଚାଷୀଙ୍କ ଆକାଉଣ୍ଟରେ ପହଞ୍ଚିବ
- ୮ କୋଟି ୬୯ ଲକ୍ଷ ଚାଷୀ ଉପକୃତ ହେବ

ମନରେଗା ପାଇଁ...
- ମନେରଗା ଯୋଜନାରେ କାମ କରୁଥିବା ୫ କୋଟି ପରିବାର ଲାଭ ପାଇବେ
- ୧୮୨ରୁ ବଢି ଦୈନିକ ମଜୁରୀ ୨୦୨ ଟଙ୍କା ହେଲା
- ୨୦୦୦ ଟଙ୍କାର ଅତିରିକ୍ତ ଲାଭ ମିଳିବ

ଗରୀବ ବୃଦ୍ଧ, ଦିବ୍ୟାଙ୍ଗ ଓ ବିଧବା...
- ଅତିରିକ୍ତ ୧୦୦୦ ଟଙ୍କା ଲେଖାଏଁ ଭତ୍ତା ମିଳିବ
- ୩ ମାସରେ ୨ଟି କିସ୍ତିରେ ଏହା ପ୍ରଦାନ କରାଯିବ
- ୩ କୋଟି ଗରୀବ ଶ୍ରେଣୀର ଲୋକ ଉପକୃତ ହେବେ
- ଡିବିଟି ଜରିଆରେ ଏହି ଅର୍ଥ ଆକାଉଂଟକୁ ଯିବ

ମହିଳା ଜନ ଧନ ଆକାଉଂଟ...
- ୨୦ କୋଟି ମହିଳା ଲାଭ ପାଇବେ
- ୩ ମାସ ଯାଏଁ ୫୦୦ ଟଙ୍କା ଲଏଖାଏଁ ଆକାଉଂଟରେ ଜମା ହେବ
- ଏକ୍ସ ଗ୍ରାସିଆ ଭାବେ ଏହି ଅର୍ଥ ଦିଆଯିବ

ଉଜ୍ଜ୍ୱଳା ଯୋଜନାରେ...
- ୮.୩ କୋଟି ଗରୀବ ବିପିଏଲ ପରିବାର ଏହାଦ୍ୱାରା ଉପକୃତ ହେବେ
- ଆସନ୍ତା ୩ ମାସ ଯାଏଁ ମାଗଣା ଗ୍ୟାସ ଯୋଗାଯିବ
- ଗରୀବ ଲୋକଙ୍କ ପାଇଁ ଗ୍ୟାସ ଉପଲବ୍ଧ କରିବାକୁ ଏହା ଉଦ୍ଦିଷ୍ଟ

ଏସଏଚଜି ଗ୍ରୁପ...
- ୭ କୋଟି ପରିବାର ଏହାଦ୍ୱାରା ଲାଭ ପାଇବେ
- ଦେଶରେ ୬୩ ଲକ୍ଷ ଏସଏଚଜି ଗ୍ରୁପ କାମ କରୁଛି
- ଦିନ ଦୟାଲ ଯୋଜନାରେ କୋ ଲ୍ୟାଟେରାଲ ଫ୍ରି ଲୋନକୁ ଦୁଇ ଗୁଣ କରାଗଲା
- ବିନା ଗ୍ୟାରେଂଟିରେ ମିଳୁଥିବା ଲୋନ ଯାହା ୧୦ ଲକ୍ଷ ଥିଲା, ଏବେ ୨୦ ଲକ୍ଷ ହେଲା
- ସଙ୍ଗେ ସଙ୍ଗେ ଏହାର ସୁବିଧା ମିଳିବ

ସଂଗଠିତ ଶ୍ରେଣୀ ପାଇଁ...
- ଭବିଷ୍ୟନିଧି ପାଂଠିରେ କର୍ମଚାରୀ ଆଉ କଂପାନୀ ଅର୍ଥ କେନ୍ଦ୍ର ଦେବ
- କର୍ମଚାରୀ ଦେଉଥିବା ୧୨ ପ୍ରତିଶତ ଆଉ କଂପାନୀ ଦେଉଥିବା ୧୨ ପ୍ରତିଶତ କେନ୍ଦ୍ର ବହନ କରିବ
- ଆସନ୍ତା ୩ ମାସ ପର୍ଯ୍ୟନ୍ତ ଏହା କେନ୍ଦ୍ର ପ୍ରଦାନ କରିବ
- ଯେଉଁ କଂପାନୀରେ ୧୦୦ ପର୍ଯ୍ୟନ୍ତ କର୍ମଚାରୀ ଅଛନ୍ତି ସେଠି ସୁବିଧା ଲାଗୁ
- ଯେଉଁ କଂପାନୀରେ ୯୦ ପ୍ରତିଶତ ଲୋକ ୧୫ ହଜାରରୁ କମ ପାଉଛନ୍ତି, ସେଠି ଏହା ଲାଗୁ
- ସେହିଭଳି ଇପିଏଫଓ ସ୍କିମ ରେଗୁଲେସନରେ ସଂଶୋଧନ କରାଯାଇଛି
- ଏହା ଜରିଆରେ ୮୦ ଲକ୍ଷରୁ ଅଧିକ କର୍ମଚାରୀ ଓ ୪ ଲକ୍ଷ ସଂସ୍ଥା ଲାଭ ପାଇପାରିବେ
- ଜମା ଥିବା ଅର୍ଥର ୭୫ ପ୍ରତିଶତ ଅର୍ଥ ନଚେତ ୩ ମାସର ଦରମା ଉଠାଇପାରିବେ, ଏହା ଭିତରୁ ଯେଉଁଟା କମ ଥିବା ତାହା ନେଇପାରିବେ

ନିର୍ମାଣ ଶ୍ରମିକ...
- ନିର୍ମାଣ ଶ୍ରମିକଙ୍କ ଉନ୍ନତି ପାଇଁ ଥିବା ଫଣ୍ଡରୁ ଅର୍ଥ ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ
- ଫଣ୍ଡରେ ଥିବା ୩୧ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର
- ୩.୫ କୋଟି ପଂଜୀକୃତ ନିର୍ମାଣ ଶ୍ରମିକ ଏହାଦ୍ୱାରା ଲାଭବାନ ହ େବେ
- ରାଜ୍ୟ ସରକାର ମାନଙ୍କୁ ନିର୍ଦ୍ଦେଶ ଏଦିଗରେ ଧ୍ୟାନ ଦେବା ପାଇଁ
- ତାଲାବନ୍ଦର ପ୍ରଭାବ ଯେଭଳି ଏମାନଙ୍କ ଉପରେ ନପଡେ ସେନେଇ ଗୁରୁତ୍ୱ ଦେବେ

ଡିଏମଫ...
- ଡିଏମଏଫରେ ଥିବା ଅର୍ଥକୁ କରୋନା ମୁକାବିଲା ପାଇଁ ଖର୍ଚ୍ଚ କରିବାକୁ ପରାମର୍ଶ
- ମେଡିକାଲ ଟେଷ୍ଟ, ସ୍କ୍ରୀନିଂ କିମ୍ବା କରୋନା ବ୍ୟାପିବାକୁ ରୋକିବା ଦିଗରେ ଖର୍ଚ୍ଚ ହେବ
- କରୋନା ମୁକାବିଲା ଯେମିତି ପ୍ରଭାବିତ ନହୁଏ ସେନେ ଯୋର

ଆଗାମୀ ୩ ମାସ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏହି ତମାମ ଲାଭକୁ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ କରାଇବେ । ଏହା ପଛର ସବୁଠାରୁ ବଡ ଉଦ୍ଦେଶ୍ୟ ହେଉଛି କେହି ଲୋକ ଯେମିତି ଭୋକରେ ରହିବେନି ଆଉ ସେମାନଙ୍କ ହାତରେ ଯେଭଳି ଟଙ୍କା ରହିବ ।