ମୁଖ୍ୟମନ୍ତ୍ରୀଙ୍କ ପୁରୀ ଥଇଥାନ ପ୍ୟାକେଜ୍ । ଅସ୍ଥାୟୀ କ୍ଷୁଦ୍ର ବ୍ୟବସାୟୀ, ମଠ, ଲଜ ଅଧିଗ୍ରହଣ, ଦୋକାନ ଗୃହ ଅଧିଗ୍ରହଣ ସହାୟତା ଓ ପୁନର୍ବାସ ଯୋଜନା ବାବଦରେ ହେଲା ବଡ ଘୋଷଣା

ଶ୍ରୀମନ୍ଦିରର ସୁରକ୍ଷା ଜୋନ୍ ପାଇଁ ସ୍ୱତନ୍ତ୍ର ଥଇଥାନ୍ ପ୍ୟାକେଜ ଘୋଷଣା । ତେବେ ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ଅଞ୍ଚଳରେ ଥିବା ଜମି ଓ ଅନ୍ୟାନ୍ୟ ସମ୍ପତି ଅଧିଗ୍ରହଣ ପାଇଁ 'ରାଇଟ୍ ଟୁ ଫେଆର କମ୍ପାନସେସନ୍ ଆଣ୍ଡ ଟ୍ରାନ୍ସପରେନ୍ସି ଆକ୍ଟ ୨୦୧୩ ନୀତି ଅନୁଯାୟୀ ଏକ ସ୍ୱତନ୍ତ୍ର ଥଇଥାନ୍ ଓ ପୁନର୍ବାସ ପ୍ୟାକେଜ୍ ଘେଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

843

କନକ ବ୍ୟୁରୋ: ପୁରୀ ଥଇଥାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ ଘୋଷଣା । ଶ୍ରୀମନ୍ଦିରର ସୁରକ୍ଷା ଜୋନ୍ ପାଇଁ ସ୍ୱତନ୍ତ୍ର ଥଇଥାନ୍ ପ୍ୟାକେଜ ଘୋଷଣା । ତେବେ ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ଅଞ୍ଚଳରେ ଥିବା ଜମି ଓ ଅନ୍ୟାନ୍ୟ ସମ୍ପତି ଅଧିଗ୍ରହଣ ପାଇଁ ‘ରାଇଟ୍ ଟୁ ଫେଆର କମ୍ପାନସେସନ୍ ଆଣ୍ଡ ଟ୍ରାନ୍ସପରେନ୍ସି ଆକ୍ଟ ୨୦୧୩ ନୀତି ଅନୁଯାୟୀ ଏକ ସ୍ୱତନ୍ତ୍ର ଥଇଥାନ୍ ଓ ପୁନର୍ବାସ ପ୍ୟାକେଜ୍ ଘେଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ନୀତି ଅନୁଯାୟୀ ବାସଗୃହ ପାଇଁ ବ୍ୟବହୃତ ହୋଇଥିବା ଜମି ଓ ଅନ୍ୟାନ୍ୟ ସମ୍ପତିର ଅଧିଗ୍ରହଣ କ୍ଷେତ୍ରରେ ସ୍ୱତନ୍ତ୍ର ପ୍ୟାକେଜ ମାଧ୍ୟମରେ କ୍ଷତିପୂରଣ ପ୍ରଦାନ କରାଯିବ । ଏହି ମର୍ମରେ ସ୍ଥାନାନ୍ତରିତ ହେଉଥିବା ପରିବାରଗୁଡ଼ିକୁ ପରିବହନ ଖର୍ଚ୍ଚ ପାଇଁ ତୁରନ୍ତ ୫୦ ହଜାର ଟଙ୍କା ସହାୟତା ଦିଆଯିବାକୁ ନିଷ୍ପତି । ବିସ୍ଥାପିତଙ୍କୁ ଜମି ମିଳିବା ଯାଏଁ ମାସିକ ୧୦ ହଜାର ଟଙ୍କା ଘରଭଡ଼ା ସହାୟତା ପ୍ରଦାନ କରିବେ ସରକାର ।

ପୁର୍ନବାସ ଯୋଜନା: ଏହି ଯୋଜନା ଅନୁସାରେ ପ୍ରାତ୍ୟେକ ବିସ୍ଥାପିତ ପରିବାରଙ୍କୁ ତିନୋଟି ଇଚ୍ଛାଧୀନ ସହାୟତା ମଧ୍ୟରୁ ଯେ କୌଣସି ଗୋଟିଏକୁ ବାଛିପାରିବାକୁ ବ୍ୟବସ୍ଥା ରହିଛି । ସେଗୁଡ଼ିକ ହେଲା ୧- ଗୋଟିଏ ପରିବାର ଏକକାଳୀନ ୩୦ ଲକ୍ଷ ଟଙ୍କାର ସହାୟତା ନେଇପାରିବେ । ୨- ମନ୍ଦିରର ୧.୫ କି.ମି ଅଞ୍ଚଳ ମଧ୍ୟରେ ପ୍ରସ୍ତାବିତ ପୁନର୍ବାସ ଓ ଥଇଥାନ କଲୋନୀରେ ୫୨୦ ବର୍ଗଫୁଟ ପରିମିତ ଘର ନଚେତ୍ (୩) ମନ୍ଦରର ୨ କି.ମି ମଧ୍ୟରେ ୪୦/୨୫ ଫୁଟର ଏକ ଜାଗା ପାଇପାରିବେ । ତେବେ ଏକକାଳୀନ ସହାୟତା ନେଇଥିବା ପରିବାର ଘରଭଡ଼ା ସହାୟତା ପାଇବେ ନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ।
ଦୋକାନ ଗୃହ ଅଧିଗ୍ରହଣ ସହାୟତା: ପରିବହନ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଏକକାଳୀନ ୫୦ ହଜାର ଟଙ୍କା ସହାୟତା ଦୋକାନ ଘର ପାଇଁ ମଧ୍ୟ ୨ ପ୍ରକାର ସହାୟତା ଘୋଷଣା କରାଯାଇଛି । ଏଥିରୁ କୌଣସି ଗୋଟିଏକୁ ବାଛିପାରିବେ । ୨ଶହ ବର୍ଗଫୁଟରୁ କମ୍ , ୨୦୦ରୁ ୫୦୦ ବର୍ଗଫୁଟ ମଧ୍ୟରେ ଏବଂ ୫ଶହ ବର୍ଗଫୁଟରୁ ଅଧିକ ବିଲ୍ଟିଅପ୍ ସ୍ଥାନରେ ଥିବା ଦୋକାନ ପାଇଁ ମାସିକ ଯଥାକ୍ରମେ ୫ ହଜାର ଏବଂ ୧୦ ହଜାର ଓ ୧୫ ହଜାର ଟଙ୍କା ଘରଭଡ଼ା ଦିଆଯିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ତେବେ ପୂର୍ବରୁ ଗତ ୨୩ ତାରିଖ ଦିନ ମୁଖ୍ୟମନ୍ତ୍ରୀ ୫୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଥିଲେ । ଯେଉଁଥିରେ ପୁରୀର ସର୍ବାଙ୍ଗୀନ ସୌନ୍ଦର୍ଯ୍ୟର ବିକାଶ ହେବା ସହ ଶ୍ରୀମନ୍ଦିରର ଚର୍ତୁପାଶ୍ୱକୁ ସୁନ୍ଦର ଏବଂ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ ମିଳିପାରିବ ବୋଲି କାର୍ଯ୍ୟ ଜାରି ରହିଛି । ତେବେ ଆଜିର ଯେଉଁ ଥଇଥାନ୍ ପ୍ୟାକେଜ ଘୋଷଣା କରାଯାଇଛି ସେଥିରେ ବିଜ୍ଞପ୍ତି ପାଇବାର ୩୦ ଦିନ ମଧ୍ୟରେ ଭିତରେ ଯେଉଁମାନେ ସ୍ୱେଚ୍ଛାକୃତ ଭାବରେ ସୁରକ୍ଷା ଜୋନରେ ଥିବା ସେମାନଙ୍କର ସମ୍ପତି ସରକାରଙ୍କୁ ହସ୍ତାନ୍ତର କରିପାରିବେ । ଆଉ ସେମାନଙ୍କୁ ଏହି ସ୍ୱତନ୍ତ୍ର ପ୍ୟାକେଜ ସହିତ ୧୦ ପ୍ରତିଶତ ଅଧିକ ଆର୍ଥିକ ସହାୟତା ମିଳିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର ।