ଫୋନି ପ୍ରଭାବିତଙ୍କ ପାଇଁ ୧୬୦୦ କୋଟିର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାଣନ୍ତୁ କାହାକୁ ମିଳିବ କେତେ ଟଙ୍କା ?

Advertisment
ଫୋନି ପ୍ରଭାବିତଙ୍କ ପାଇଁ ୧୬୦୦ କୋଟିର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାଣନ୍ତୁ କାହାକୁ ମିଳିବ କେତେ ଟଙ୍କା ?

କନକ ବ୍ୟୁରୋ : ଫୋନି ପ୍ରଭାବିତଙ୍କ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ବାତ୍ୟା ଫୋନି ପ୍ରଭାବିତଙ୍କ ପାଇଁ ୧୬୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ଇନପୁଟ ସବସିଡି ୬୮୦୦ ଟଙ୍କା, ନିଶ୍ଚିତ ଜଳସେଚିତ ଜମି ପାଇଁ ପ୍ରତି ହେକ୍ଟର ପିଛା ୧୩,୫୦୦ ଟଙ୍କା, ସବୁ ଦିନିଆ ଫସଲ ପାଇଁ ହେକ୍ଟର ପିଛା ୧୮ ହଜାର ଟଙ୍କା, ବାତ୍ୟା ପ୍ରଭାବିତ ଜିଲ୍ଲା ପାଇଁ ୧ ଲକ୍ଷ ପରିବା ମିନିକିଟ୍ ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହାଛଡା ପାନ ବରଜ ଚାଷରେ କ୍ଷତି ପାଇଁ ଚାଷୀ ପିଛା ୧୫ ହଜାର ଟଙ୍କା, ଛତୁ ଚାଷ ଉନ୍ନତି ପାଇଁ ୟୁନିଟ୍ ପିଛା ୪୦ ହଜାର ଟଙ୍କା, କଦଳୀ ଚାଷୀଙ୍କ ପାଇଁ ହେକ୍ଟର ପିଛା ୨୫ ହଜାର ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଅନ୍ୟପଟେ ବାତ୍ୟା ଫୋନିରେ ପଶୁ ସମ୍ପଦରେ ଯେଉଁ କ୍ଷତି ହୋଇଛି ତାହା ପାଇଁ ମଧ୍ୟ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଗାଈ ଓ ମଇଁଷି ମରିଥିଲେ ୩୦ ହଜାର ଟଙ୍କା କ୍ଷତିପୂରଣ, ବଳଦ ମରିଥିଲେ ୨୫ ହଜାର ଟଙ୍କା, ଛେଳି ପିଛା ୩୦୦୦ ହଜାର ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଛଡା ୫୦ ହଜାର ଚାଷୀ ଓ ଏସଏଚଜି ମହିଳାଙ୍କୁ ଗୋଶାଳା ପାଇଁ ମଧ୍ୟ ସହାୟତା ଦିଆଯିବ ।

ଏହାବାଦ୍ ନୂଆ ଡଙ୍ଗା ତିଆରି ପାଇଁ ୪୦ ହଜାର ଓ ଜାଲ ପାଇଁ ୧୦ ହଜାର ଟଙ୍କା, ମତ୍ସ୍ୟଚାଷୀଙ୍କ ପାଇଁ ହେକ୍ଟର ପିଛା ୧୨, ୨୦୦ ଟଙ୍କା, ଫୋନି ଦ୍ୱାରା ପ୍ରଭାବିତ ହୋଇଥିବା ଏସଏଚଜି ଗ୍ରୁପକୁ ଅତିରିକ୍ତ ୧୦ ହଜାର ଟଙ୍କା ସହାୟତା ମିଳିବ । ଏହାବାଦ୍ ଫୋନି ଦ୍ୱାରା ପ୍ରଭାବିତ ହୋଇଥିବା ଏସଏଚଜି ଗ୍ରୁପକୁ ଅନ୍ୟାନ୍ୟ ସହାୟତା ମଧ୍ୟ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe