ଫେସବୁକ୍ ବ୍ୟବହାର କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ, କାରଣ କୌଣସି ବି ମୁହୂର୍ତ୍ତରେ ଲିକ୍ ହୋଇପାରେ ଆପଣଙ୍କର ବ୍ୟକ୍ତିଗତ ଫଟୋ

167

ଆପଣଙ୍କ ମଧ୍ୟରେ ଅନେକ ଲୋକ ଫେସବୁକ ମେସେଂଜର ଆପ ବ୍ୟବହାର କରୁଥିବେ ନିଶ୍ଚୟ । ତେବେ ଏଠାରେ ଆମେ କହି ରଖୁଛୁ କି, ଏହି ସମୟରେ ଆପଣଙ୍କୁ ଟିକିଏ ସାବଧାନତା ପରଖିବାକୁ ପଡିବ । ନଚେତ୍ ଆପଣଙ୍କର ବ୍ୟକ୍ତିଗତ ଫଟୋ ଫେସବୁକକୁ ଜରିଆରେ ସୋସିଆଲ ମିଡିଆରେ ଭାଇରାଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ପ୍ରକୃତ ଘଟଣାଟି ହେଲା, କିଛି ଦିନ ହେଲା ଫେସବୁକ ମେସେଂଜରରେ ଏକ ଫଟୋ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ରହିଛି ମେସେଂଜର ଆପର ଏକ ସ୍କ୍ରିନସର୍ଟ । ଏହି ସ୍କ୍ରିନସର୍ଟରେ ନଜର ଆସିଥିବା ଫଟୋ ଆଇକମ ଉପରେ ଏକ ଲାଲ ରଙ୍ଗରେ ହାଇଲାଇଟ୍ କରାଯାଇଛି ଏବଂ କ୍ୟାପସନରେ ଲେଖା ଯାଇଛି କି ଫଟୋ ଆଇକନ ଉପରେ ୩ ସେକେଣ୍ଡ ପାଇଁ କ୍ଲିକ୍ କରନ୍ତୁ ଏବଂ ଛାଡି ଦିଅନ୍ତୁ । ଏହା ଏକ ଭଲ ମଜାଦାର ଗେମ୍ ଅଟେ । ତେବେ ମେସେଜରେ ଏହାକୁ ମେସେଂଜର ଗେମ୍ ବୋଲି ଦର୍ଶାଯାଇଛି କରାଯାଇଛି ।

ଜାଣନ୍ତୁ ଏହି ଭାଇରାଲ ଫଟୋର ସତ୍ୟତା

ସର୍ବ ପ୍ରଥମେ ଏଠାରେ ଆମେ କହି ରଖୁଛୁ କି, ଫଟୋ ଉପରେ ଲେଖା ଯାଇଥିବା ଟେକ୍ସଟକୁ ଆପଣ ଆଦୌ ଫଲୋ କରନ୍ତୁ ନାହିଁ । ନଚେତ ଆପଣଙ୍କର ବ୍ୟକ୍ତିଗତ ଫଟୋ ମଧ୍ୟ ଫେସବୁକରେ ସେଣ୍ଡ ହୋଇପାରେ । କାରଣ ମେସେଂଜର ଆପରେ ଫଟୋ ଥିବା ଆଇକନକୁ କ୍ଲିକ କରିବା କ୍ଷଣି ଫୋନର ଫ୍ରଂଟ କ୍ୟାମେରା ଅନ ହୋଇଯାଇଥାଏ ଏବଂ ଆପଣଙ୍କର ସେଲ୍ଫି ସେଣ୍ଡ ହୋଇଯାଇଥାଏ । ତେଣୁ ସାବଧାନ ନରହିବେ ତ ଆପଣଙ୍କର ବ୍ୟକ୍ତିଗତ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇପାରେ ।

ସୌଜନ୍ୟ: ଅମର ଉଜାଲା