ପିଏଫ ଖାତାଧାରୀଙ୍କ ପାଇଁ ଖୁସି ଖବର: ଏଣିକି ଅନଲାଇନରେ ବି ଉଠାଇପାରିବେ ଟଙ୍କା, ମାତ୍ର ୩ଟି ଷ୍ଟେପରେ ଖାତାକୁ ଚାଲିଆସିବ ପୂରା ଟଙ୍କା
ଏମ୍ପେ୍ଲାଇ ପ୍ରୋଭିଡେଂଟ ଫଣ୍ଡ ତଥା ଇପିଏଫ ରିଟାୟରମେଂଟ ସେଭିଂ ପ୍ଲାନ । ଯେଉଁଥିରେ କର୍ମଚାରୀମାନଙ୍କୁ ନିଜ ବାର୍ଷିକ ଦରମାର ୧୨ ପ୍ରତିଶତ ଟଙ୍କା ଜମା କରିବାକୁ ପଡିଥାଏ, ଆଉ ସେତିକି ହିଁ ଆମାଉଂଟ ନିଯୁକ୍ତିଦାତାଙ୍କୁ ବି ଦେବାକୁ ପଡିଥାଏ । ଇପିଏଫଓରୁ ଟଙ୍କା ଉଠାଇବା ସମୟରେ ଆପଣଙ୍କୁ ତିନୋଟି ବିକଳ୍ପ ମିଳିଥାଏ । ଯାହାକୁ ଆପଣଙ୍କୁ ଫର୍ମ ଭରିବା ସମୟରେ ନିଜ ସୁବିଧା ଅନୁସାରେ ଚୟନ କରିବାକୁ ହେବ । ମେମ୍ବର ପୁଲ (ପୂରା ଟଙ୍କା ଉଠାଇବା) ପାର୍ଟିଆଲ ( ରାଶିର କିଛି ଭାଗ ଅଂଶ ଉଠାଇବା) କିମ୍ବା ପେନସନ (ପେନସନ ରୂପରେ) ୱିଡ୍ରାଲର ବିକଳ୍ପ ଚୟନ କରିପାରିବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଇପିଏଫ ନିୟମ ଅନୁସାରେ, କର୍ମଚାରୀମାନେ ନିଜ ରିଟାୟରମେଂଟ କିମ୍ବା ଦୁଇ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ବେରୋଜଗାର ରହିବା ପରିସ୍ଥିତିରେ ନିଜର ପିଏଫ ଆକାଉଂଟରୁ ଟଙ୍କା ଉଠାଇପାରିବେ । ବେରୋଜଗାରୀ ପରିସ୍ଥିତିରେ ଟଙ୍କା ଉଠାଇବା ପାଇଁ କୌଣସି ଜଣେ ଉଚ୍ଚ ପଦସ୍ଥ ଅଧିକାରୀଙ୍କଠାରୁ ଅନୁମତି ଆଣିବାକୁ ହେବ । ଏହାଛଡା ଇପିଏଫଓ କନ୍ଟ୍ରିବ୍ୟୁଟର ବିବାହ, ଶିକ୍ଷା , ଜମି କିଣିବା, ଦୋକାନ କିମ୍ବା ହୋମ ଲୋନର ରିପେମେଂଟ କରିବା ପାଇଁ ପାର୍ଟିଆଲ ୱିଡ୍ରାଲ ମଧ୍ୟ କରିପାରିବେ ।
ଅନଲାଇନ ଜରିଆରେ ବି ଉଠାଇପାରିବେ ପ୍ରୋଭିଡେଂଟ ଫଣ୍ଡର ଟଙ୍କା
ଏଥିପାଇଁ ଆପଣଙ୍କୁ ଆଉ କଂପାନୀର ଚକ୍କର କାଟିବାକୁ ବି ପଡିବ ନାହିଁ । କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ ତଥା ଇପିଏଫଓର ୱେବସାଇଟକୁ ଯାଇ ଆପଣ ଆପଣଙ୍କର ପିଏଫ ଉଠାଇବା ସହ ଆଡଭାନ୍ସ ଲୋନ ପାଇଁ ମଧ୍ୟ ଅନଲାଇନ ଜରିଆରେ କ୍ଲେମ ଫାଇଲ କରିପାରିବେ । ତେବେ ଅନଲାଇନ ଜରିଆରେ ପିଏଫ ଉଠାଇବାକୁ ହେଲେ ଆପଣଙ୍କ ନିକଟରେ ଆଧାର ଏବଂ ୟୁଏଏନ ୟୁନିଭର୍ସାଲ ଆକାଉଂଟ ନମ୍ବର ଥିବା ନିହାତି ଜରୁରୀ । ତେବେ ନିମ୍ନରେ ଆମେ କିଭଳି ପିଏଫ ଖାତାରେ ଟଙ୍କା ଉଠାଇବେ ଏନେଇ ବିସ୍ତାର ଭାବରେ ଆଲୋଚନା କରିଛୁ ।
କ୍ଲେମ କରିବେ କିପରି?
ଇପିଏଫଓ ସଦସ୍ୟମାନେ ଏଣିକ ନିଜ ପିଏଫ ଉଠାଇବା ପାଇଁ କିମ୍ବା ପିଏଫରୁ ଆଡଭାନ୍ସ ଟଙ୍କା ଉଠାଇବା ପାଇଁ ୟୁନିଫାଇଡ ପୋର୍ଟାଲକୁ ଯାଇ ଅନଲାଇନ କ୍ଲେମ କରିପାରିବେ । ବର୍ତ୍ତମାନ ସମୟରେ ଇପିଏଫଓର ପାଖାପାଖି ୪ କୋଟି ଆକ୍ଟିଭ ମେମ୍ବର ଅଛନ୍ତି । ଯେଉଁମାନେ କି ଏହି ସୁବିଧାର ଲାଭ ଉଠାଇପାରିବେ । ତେବେ ଇପିଏଫଓର ମୋଟ ମେମ୍ବର୍ସଙ୍କ ସଂଖ୍ୟା ପାଖାପାଖି ୧୫ କୋଟି ରହିଛି ।
କେୱାଇସି ନିହାତି ଜରୁରୀ
ଅନଲାଇନ କ୍ଲେମ ସବମିଟ କରିବା ଭଳି ସୁବିଧାର ଫାଇଦା ସେହିମାନଙ୍କୁ ହିଁ ମିଳିବ , ଯେଉଁମାନଙ୍କର ୟୁନିଫାଇଡ ପୋର୍ଟାଲରେ କେୱାଇସି ସଂପୂର୍ଣ୍ଣ ଥିବ । ଅର୍ଥାତ୍ ତାଙ୍କର ଆକ୍ଟିଭେଟଡ ୟୁଏଏନ, ଆଧାର ଏବଂ ବ୍ୟାଙ୍କ ଆକାଉଂଟ ନମ୍ବର ଦେବାକୁ ପଡିବ । ଏହାପରେ ଯାଇ ହିଁ ଯାଇ ୟୁନିଫାଇଡ ପୋର୍ଟାଲରେ ଅନଲାଇନ କ୍ଲେମ ସବମିଟ ହୋଇପାରିବ ।
୫ ଦିନ ଭିତରେ ମିଳିବ ଟଙ୍କା
ଇପିଏଫଓ ତରଫରୁ ଆଧାର ସେଟିଂକୁ ଏନକରେଜ କରିବା ପାଇଁ ନିଜ ଫିଲ୍ଡ ଅଫିସରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି କି, ସେମାନେ ଅନଲାଇନ କ୍ଲେମକୁ ଅଧିକ ଗୁରୁତ୍ୱ ଦିଅନ୍ତୁ ଏବଂ ଏଭଳି କ୍ଲେମର ସେଟେଲମେଂଟ ୫ ଦିନ ଭିତରେ କରନ୍ତୁ ।
ଅନଲାଇନ୍ ଜରିଆରେ କିଭଳି ଉଠାଇବେ ଟଙ୍କା
- ଅନଲାଇନ କ୍ଲେମ ସବମିଟ କରିବା ପାଇଁ ଆପଣଙ୍କୁ ଇପିଏଫଓର ୱେବସାଇଟ http://www.epfindia.com/site_en/କୁ ଯିବାକୁ ପଡିବ । ଏଠାରେ ଆପଣଙ୍କୁ ଅନଲାଇନ କ୍ଲେମ କରିବାର ବିକଳ୍ପ ନଜର ଆସିବ ।
- ଅନଲାଇନ କ୍ଲେମ ଅପସନ ଉପରେ କ୍ଲିକ୍ କରିବା ପରେ https://unifiedportal-mem.epfindia.gov.in/memberinterface/ଲିଙ୍କ ଖୋଲିବ । ଏଠାରେ ଆପଣଙ୍କୁ ନିଜର ୟୁନିଭର୍ସାଲ ଆକାଉଂଟ ତଥା ୟୁଏଏନ ଏବଂ ପାସୱାର୍ଡ ଦେବାକୁ ହେବ ।
- ଏହାପରେ କ୍ଲେମ ସବମିଟ୍ କରିବାର ବିକଳ୍ପ ଆସିବ ।
ଏହାଦ୍ୱାରା ଆପଣଙ୍କୁ ପିଏଫର ଟଙ୍କା ଉଠାଇବା ପାଇଁ ଆଉ କଂପାନୀକୁ ଯାଇ ପିଏଫ ୱିଡ୍ରାଲ ଫର୍ମ ଭରି ଜମା କରିବାକୁ ଆଉ ଦରକାର ପଡିବନି । କାରଣ ଏବେ ଆପଣ ଏହି କାମ ଅନଲାଇନ ଜରିଆରେ ବି କରିପାରିବେ । କିନ୍ତୁ ଏଥିପାଇଁ ଆପଣଙ୍କୁ ପ୍ରଥମେ ୟୁନିଫାଇଡ ପୋର୍ଟାଲରେ କେୱାଇସି ଭରିବାକୁ ହେବ ।