ଓଲାରେ ଟ୍ରାଭେଲ କରୁଛନ୍ତି କି ? ତେବେ ଆପଣଙ୍କୁ ବି କଂପାନୀ ଦେଇପାରେ ୫ ଲକ୍ଷ ଟଙ୍କା, ଜାଣନ୍ତୁ କିପରି

47

ନିକଟରେ ଓଲା କ୍ୟାବ ନିଜର ୟୁଜର୍ସଙ୍କ ପାଇଁ ଏକ ବହୁତ ଭଲ ସେବାର ଶୁଭାରମ୍ଭ କରିବା ନେଇ ଘୋଷଣା କରିଛି । ଓଲା ନିଜର ଭାରତୀୟ ୟୁଜର୍ସଙ୍କ ପାଇଁ ‘ଇନ ଟ୍ରିପ ଇନସ୍ୟୁରାନ୍ସ ପ୍ରୋଗ୍ରାମ’ର ଲଂଚ କରିଛି ।

ସୂଚନା ଅନୁସାରେ, ଓଲା ଏଣିକି ନିଜର ୟଜର୍ସଙ୍କ ଯାତ୍ରା ସମୟରେ ବୀମା ସୁରକ୍ଷାର ବିକଳ୍ପ ଦେବ । ଯାହାଦ୍ୱାରା ସହର ମଧ୍ୟରେ ଯାତ୍ରା କରୁଥିବା ୟୁଜର୍ସ ମାତ୍ର ୧ ଟଙ୍କା ପ୍ରିମିୟମରେ ବୀମା ସୁରକ୍ଷା ଭଳି ସୁବିଧା ପାଇପାରିବେ ।

କଂପାନୀ ତରଫରୁ ସୂଚନା ମିଳିଛି କି, ଦେଶରେ ପାଖାପାଖି ୧୧୦ରୁ ଅଧିକ ସହରଗୁଡିକରେ ଏହି କାର୍ଯ୍ୟକ୍ରମ ଲଂଚ କରାଯିବା ନେଇ Eko General Insurance  ଏବଂ ଆଇସିଆଇସିଆଇ Lombard General Insurance ସହ ହାତ ମିଳାଇଛି । ଏହି କାର୍ଯ୍ୟକ୍ରମ ଆଧାରରେ ପାଂଚ ଲକ୍ଷ ଟଙ୍କାର ବୀମା, ଫ୍ଲାଇଟ ମିସ ହେଲେ ଏବଂ ଜିନିଷ ହଜିଗଲେ କଭର ଭଳି ବିକଳ୍ପ ରହିଛି । ସହର ମଧ୍ୟରେ ପ୍ରତି ରାଇଡ ୧ ଟଙ୍କାରେ, ଓଲା ରିଟେଲ ପାଇଁ ୧୦ ଟଙ୍କା ଏବଂ ଓଲା ଆଉଟ୍ ଷ୍ଟେସନ ପାଇଁ ୧୫ ଟଙ୍କା ପର୍ଯ୍ୟନ୍ତ ପ୍ରିମିୟମ ଉପରେ ବୀମା ସୁରକ୍ଷା ନେଇ ପାରିବେ । ତେବେ ଏହି ସୁବିଧା କ୍ୟାବ,ଅଟୋ, ଏବଂ ଇ-ରିକ୍ସା ଭଳି ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଉଦ୍ଦିଷ୍ଟ । ଆଗାମୀ ସପ୍ତାହରେ ଏହା କାର୍ଯ୍ୟକାରୀ ହେବାକୁ ଯାଉଛି ।