ଦେଶରେ ବ୍ୟାଙ୍କ ଗୁଡ଼ିକର ଅନାଦାୟ ଋଣ (ଏନପିଏ) ଏବଂ ଚାପଗ୍ରସ୍ତ ଋଣ ପରିମାଣ ଅସମ୍ଭାଳ ହେଲାଣି । ଚଳିତବର୍ଷ ଜୁନ୍ ସୁଦ୍ଧା ଦେଶର ବ୍ୟାଙ୍କ ଗୁଡ଼ିକର ଏନପିଏ ଏବଂ ପୁନର୍ଗଠିତ ଋଣ ପରିମାଣ ରେକର୍ଡ ୯.୫ ଲକ୍ଷ କୋଟି ଟଙ୍କା ବା ୧୪୫.୫୬ ବିଲିଅନ ଡଲାରରେ ପହଞ୍ଚିଥିବା ବିଷୟ ସୂଚନା ଅଧିକାର ଆଇନ publive-imageବଳରେ ମିଳିଥିବା ରିଜର୍ଭ ବ୍ୟାଙ୍କ ତଥ୍ୟ ସମୀକ୍ଷାରୁ ଏହା ଜଣାଯାଇଛି । ଚଳିତବର୍ଷ ଜାନୁଆରିରୁ ଜୁନ୍ ମଧ୍ୟରେ ଏଥିରେ ୪.୫ ପ୍ରତିଶତ ବୃଦ୍ଧି ଦେଖାଦେଇଛି । ଗତବର୍ଷର ଜୁନ୍-ଡିସେମ୍ବର ଅବଧିରେ ଏହି ରାଶି ୫.୮ ପ୍ରତିଶତ ବୃଦ୍ଧି ଘଟିଥିଲା । ସେହିଭଳି ଚଳିତବର୍ଷ ଜୁନ୍ ସୁଦ୍ଧା ବ୍ୟାଙ୍କ ଗୁଡ଼ିକର ମୋଟ ଋଣ ମଧ୍ୟରୁ ଚାପଗ୍ରସ୍ତ ଋଣର ପ୍ରତିଶତ ୧୨.୬ ପ୍ରତିଶତରେ ପହଞ୍ଚିଛି । ଏପରିକି ଗତ ୧୫ ବର୍ଷ ମଧ୍ୟରେ ଏହା ସର୍ବାଧିକ ।

Advertisment

publive-imageଭାରତରେ କମ୍ପାନି ଗୁଡ଼ିକ ପାଇଁ ଋଣ ଯୋଗାଣର ମୁଖ୍ୟ ଉତ୍ସ ବ୍ୟାଙ୍କ ଗୁଡ଼ିକ ରହି ଆସିଛନ୍ତି । କିନ୍ତୁ ଏନପିଏ ବୃଦ୍ଧି ଯୋଗୁଁ ବ୍ୟାଙ୍କ ଗୁଡ଼ିକର ଲାଭ ହ୍ରାସ ଘଟିଛି । ଏଥିଯୋଗୁଁ ବ୍ୟାଙ୍କ ଗୁଡ଼ିକ କମ୍ପାନି ଗୁଡ଼ିକୁ ନୂଆ ଋଣ ଦେବାରେ ସମର୍ଥ ହେଉନାହାନ୍ତି । ବିଶେଷକରି ଛୋଟ ଛୋଟ ସଂସ୍ଥା ଗୁଡ଼ିକ ଋଣ ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତ ମାର୍ଚ୍ଚ ସୁଦ୍ଧା ବ୍ୟାଙ୍କ ଗୁଡ଼ିକର ନୂଆ ଋଣ ପ୍ରଦାନ ହାର ୫ ପ୍ରତିଶତ ସ୍ତରକୁ ଖସିଆସିଛି, ଯାହାକି ଗତ ପ୍ରାୟ ୬ ଦଶକ ମଧ୍ୟରେ ସର୍ବନିମ୍ନ ।

ଏତଦବ୍ୟତୀତ ଏନପିଏ ବୃଦ୍ଧି ପାଉଥିବାରୁ ବ୍ୟାଙ୍କ ଗୁଡ଼ିକୁ ଏ ବାବଦରେ ଅଧିକ ପୁଞ୍ଜି ରଖିବାକୁ ପଡ଼ୁଛି। ବ୍ୟାଙ୍କର ଏନପିଏ ବୃଦ୍ଧି ମଧ୍ୟ ଅର୍ଥନୀତି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି । ମୋଦି ସରକାର ଗତ ନିର୍ବାଚନ ପ୍ରତିଶ୍ରୁତିରେ ଦେଶରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଋଣ ପ୍ରଦାନ ହାର ବୃଦ୍ଧି ନପାଇଲେ ଦେଶରେ ନୂଆ ବ୍ୟବସାୟ ହୋଇପାରିବ ନାହିଁ । ଫଳରେ ୨୦୧୯ ନିର୍ବାଚନରେ ମୋଦିଙ୍କ ବିଜୟରେ ବେକାରି ବାଧକ ସାଜିପାରେ ବୋଲି ଆଶଙ୍କା ବ୍ୟକ୍ତ କରାଗଲାଣି ।