ଚାବିରେ ନୁହେଁ ବରଂ ପାସୱାର୍ଡରେ ଷ୍ଟାର୍ଟ ହେବ ବାଇକ୍ ? ବଜାରକୁ ଆସିଲା ସ୍ୱତନ୍ତ୍ର ଡିଭାଇସ

Advertisment
ଚାବିରେ ନୁହେଁ ବରଂ ପାସୱାର୍ଡରେ ଷ୍ଟାର୍ଟ ହେବ ବାଇକ୍ ? ବଜାରକୁ ଆସିଲା ସ୍ୱତନ୍ତ୍ର ଡିଭାଇସ

ଏଣିକି ଚାବିରେ ନୁହେଁ ବରଂ ପାସୱାର୍ଡରେ ଷ୍ଟାର୍ଟ ହେବ ବାଇକ୍ । ଆଉ ଏହି ପାସୱାର୍ଡରେ ଆପଣ ଆପଣଙ୍କ ଇଚ୍ଛାମୁତାବକ ରଖିପାରିବେ ଏବଂ ତାକୁ ଚାହିଁଲେ ବଦଳାଇ ମଧ୍ୟ ପାରିବେ । ତେବେ ଦେଶରେ ଦିନକୁ ଦିନ ଗାଡି ଚୋରି ଜନିତ ସମସ୍ୟାକୁ ଦୃଷ୍ଟିରେ ରଖି ଆସାମର ରହୁଥିବା ଭାସ୍କର ନାମକ ଜଣେ ଯୁବକ ଏଭଳି ଏକ ଡିଭାଇସ ପ୍ରସ୍ତୁତ କରିଛନ୍ତି ।

ସେମିତିରେ ତ ବାଇକର ଇନସ୍ୟୁରାନ୍ସ ହୋଇଥିଲେ ସୁଦ୍ଧା, ବାଇକ ଚୋରି ହେବା ଦ୍ୱାରା ସେହି ଗାଡିର ସଠିକ୍ ମୂଲ୍ୟର ଟଙ୍କା ମିଳିନଥାଏ । ଯଦି ଆପଣଙ୍କୁ ବି ଏହି ଭୟ ରହିଛି କି ତେବେ ଆପଣଙ୍କୁ ଆଉ ଏଥିପାଇଁ ଚିନ୍ତା କରିବାକୁ ପଡିବନି । କାହିଁକି ନା ବାଇକକୁ ଚୋରିରୁ ରକ୍ଷା କରିବା ପାଇଁ ଖୁବ୍ ଶୀଘ୍ର ବଜାରକୁ ଆସୁଛି ଏକ ସ୍ୱତନ୍ତ୍ର ଡିଭାଇସ୍ । ଯାହା ସଂପର୍କରେ ଆମେ ବିସ୍ତାର ଭାବରେ ନିମ୍ନରେ ଆଲୋଚନା କରିଛୁ.......

ଆସମର ଗୋଲପାଡାରେ ରହୁଥିବା ଭାସ୍କର ବର୍ମନ ନାମକ ଜଣେ ଯୁବକ ବାଇକକୁ ଚାବି ବଦଳରେ ପାସୱାର୍ଡରେ ଷ୍ଟାର୍ଟ କରିବା ଭଳି ଏକ ଖାସ୍ ଡିଭାଇସ ପ୍ରସ୍ତୁତ କରିଛନ୍ତି । ତେବେ ଚୋରିରୁ ବାଇକକୁ ରକ୍ଷା କରିବା ପାଇଁ ଏହି ଫିଚରଟି ବେଶ୍ ଫଳପ୍ରଦ ପ୍ରମାଣିତ ହୋଇପାରେ । କାରଣ ବାଇକକୁ ଚୋରିରୁ ରକ୍ଷା କରିବା ପାଇଁ ଏହାଠାରୁ ଭଲ ଏବଂ ସୁରକ୍ଷିତ କୌଣସି ବି ଫିଚର ହୋଇନପାରେ ।

ଏହି ଡିଭାଇସଟିକୁ ବାଇକର ହ୍ୟାଣ୍ଡେଲରେ ଫିଟ କରାଯିବ । ଯେଉଁଥିରେ ଶୂନ୍ୟଠାରୁ ଆରମ୍ଭ କରି ୯ ପର୍ଯ୍ୟନ୍ତ ସଂଖ୍ୟା ବା ନମ୍ବର ଦିଆଯାଇଥାଏ । ଏହି ନମ୍ବର ସହାୟତାରେ ଆପଣ ଆପଣଙ୍କ ପସନ୍ଦରେ ପାସୱାର୍ଡ ଦେଇ ତାକୁ ଏଠାରେ ସେଭ କରିପାରିବେ । ଏବଂ ସଠିକ୍ ପାସୱାର୍ଡ ଦେବା ଦ୍ୱାରା ହିଁ ବାଇକ୍ ଷ୍ଟାର୍ଟ ହେବ । ଯଦି କୌଣସି ବ୍ୟକ୍ତି ବାଇକକୁ ଚୋରି କରିବାକୁ ଚେଷ୍ଟା କରେ ତଥା ବାଇକକୁ ଚୋରି କରିବା ଉଦ୍ଦେଶ୍ୟରେ ୩ରୁ ଅଧିକ ଥର ଭୁଲ ପାସୱାର୍ଡ ଦିଅନ୍ତି ତେବେ ବାଇକଟି ୨୪ ଘଂଟା ପାଇଁ ଲକ୍ ହୋଇଯିବ ଏବଂ ୨୪ ଘଂଟା ପରେ ସଠିକ୍ ପାସଓାର୍ଡ ଦେବା ଦ୍ୱାରା ହିଁ ବାଇକଟି ପୁଣିଥରେ ଖୋଲିଯିବ ।

ଭାସ୍କର ଚାହାଁନ୍ତି କି ତାଙ୍କର ଏହି ସିଷ୍ଟମକୁ ଆଗାମୀ ଦିନମାନଙ୍କରେ ବଜାରକୁ ଆସିବାକୁ ଥିବା ବାଇକମାନଙ୍କରେ ବ୍ୟବହାର କରାଯାଉ, ଯାହାଦ୍ୱାରା କି ବାଇକ ଚୋରିରୁ ମୁକ୍ତି ମିଳିପାରିବ । ତେବେ ଏଭଳି ପ୍ରକାରର ପାସୱାର୍ଡ ଲକ ଦ୍ୱାରା ବାଇକ୍ ଚୋରି ଭଳି ଘଟଣାମାନ ବହୁଳ ମାତ୍ରାରେ ହ୍ରାସ ପାଇପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe