ସରକାରଙ୍କ ବଡ ନିଷ୍ପତି: ଏଣିକି ରୋଗୀଙ୍କୁ ମିଳିବ ମାଗଣା ଚିକିତ୍ସା । ବିନା ଖର୍ଚ୍ଚରେ ମେଡିକାଲରୁ ଘରେ ପହଂଚାଇବେ ସରକାର

40

ଆୟୁଷ୍ମାନ ଭାରତ ଆଧାରରେ ଏଣିକି ଗରୀବ ଲୋକଙ୍କୁ ମିଳିବ ମାଗଣା ଚିକିତ୍ସା । ଏଥିସହିତ ରୋଗୀଙ୍କୁ ମେଡିକାଲରୁ ଘରେ ଛାଡିବାର ବ୍ୟବସ୍ଥା ମଧ୍ୟ କରାଯିବ । ଖାଲି ଏତିକି ନୁହେଁ ଏଥିରେ ରୋଗୀକୁ ମେଡିକାଲରେ ଭର୍ତ୍ତି ହେବା ପୂର୍ବରୁ ଏବଂ ପରର ଚିକିତ୍ସା ବାବଦକୁ ସମସ୍ତ ଖର୍ଚ୍ଚ ମଧ୍ୟ ସରକାର ବହନ କରିବେ । ବଡ କଥା ହେଲା, କୌଣସି ବି ଗରିବବ୍ୟକ୍ତିଙ୍କର ଯେତେ ପୁରୁଣା ରୋଗ ଥିଲେ ମଧ୍ୟ ତାଙ୍କର ଚିକିତ୍ସା କରାଯିବ ଆଉ ସେ ବି ପୂରା ମାଗଣାରେ ।

ମେଡିକାଲରେ ଭର୍ତିହେବା ପୂର୍ବରୁ ଓ ପରର ଖର୍ଚ୍ଚ ବହନ କରିବେ ସରକାର

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଉଚ୍ଚ ପଦସ୍ଥ ସୂତ୍ର ଅନୁସାରେ, ୧୦ କୋଟି ଗରିବ ପରିବାରଙ୍କୁ ଏଣିକି ମାଗଣାରେ ଚିକିତ୍ସା ସୁବିଧା ଉପଲବ୍ଧ କରାଇବା ପାଇଁ ବିଭିନ୍ନ ସ୍ୱାସ୍ଥ୍ୟ ବୀମା କଂପାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି କି , ଅତି କମରେ ମେଡିକାଲରୁ ଛୁଟି ମିଳିବା ପରେ ରୋଗୀକୁ ତାଙ୍କ ଘରେ ନେଇ ଛାଡିବାର ପୂରା ବ୍ୟବସ୍ଥା ମଧ୍ୟ ସେମାନଙ୍କୁ ହିଁ କରିବାକୁ ପଡିବ । ଯଦିଓ ସରକାର ଗରିବ ରୋଗୀଙ୍କ ପାଇଁ ଘରୁ ମେଡିକାଲ ପର୍ଯ୍ୟନ୍ତ ଆଣିବାର ଖର୍ଚ୍ଚ ଦେଇରଖିଛନ୍ତି ତେବେ ଏହା ଏକ ପ୍ରକାରେ ସୁନିଶ୍ଚିତ କି ଏବେ ସେମାନଙ୍କୁ ମାଗଣା ଚିକିତ୍ସା ପରେ ମାଗଣାରେ ଘରେ ଛାଡିବାର ବ୍ୟବସ୍ଥା କରିବା ପାଇଁ ବି ସରକାର ପ୍ରସ୍ତୁତ ଅଛନ୍ତି ।

ଏଠାରେ ଆମ କହି ରଖୁଛୁ କି, ଚଳିତ ବର୍ଷ ବଜେଟ୍ ଅଧିବେଶନରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଦେଶର ପାଖାପାଖି ୧୨ କୋଟି ଗରିବ ପରିବାର ତଥା ପାଖାପାଖି ୫୦ କୋଟି ଲୋକଙ୍କୁ ବାର୍ଷିକ ପାଂଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ମାଗଣା ଖର୍ଚ୍ଚ ଉପଲବ୍ଧ କରାଇବାକୁ ଯୋଜନା କରାଯିବା ନେଇ ଘୋଷଣା କରିଥିଲେ । ଏହାପରେ ଉଭୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ନୀତି ଆୟୋଗ ଏହି ଯୋଜନାକୁ କାର୍ଯ୍ୟାକାରୀ କରିବାକୁ ପୂରା ପୁରି ଲାଗିପଡିଛନ୍ତି । ଏଥିପାଇଁ ୧୩୦୦ ରୋଗ ଏବଂ ତାର ଚିକିତ୍ସା ପ୍ୟାକେଜ୍ ମଧ୍ୟ ପ୍ରସ୍ତୁତ କରାଯାଇ ସାରିଛି ଏବଂ ସ୍ୱାସ୍ଥ୍ୟ ବୀମା କଂପାନୀମାନଙ୍କ ସହିତ ଏନେଇ ଆଲୋଚନା ମଧ୍ୟ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ରହିଛି ।