ପୁଣି ଜିଓର ଐତିହାସିକ ଘୋଷଣା । ଏଣିକି ବିନା କୌଣସି ଡାଟା ପ୍ୟାକରେ ୟୁଜର୍ସଙ୍କୁ ମିଳିବ ଏହି ସୁବିଧା

35

ଟେଲିକମ ଜଗତରେ ହଇଚଇ ସୃଷ୍ଟି କରିଥିବା ରିଲାଏନ୍ସ ଜିଓ ଖୁବ୍ ଶୀଘ୍ର ଆରମ୍ଭ କରିବାକୁ ଯାଉଛି ପୁଣି ଏକ ଧମାକାଧାର ସର୍ଭିସ । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି କି ଜିଓର ଏହି ସେବା ହେଉଛି ଏଯାବତର ସବୁଠାରୁ ବଡ ସର୍ଭିସ ବୋଲି । ତେବେ କଂପାନୀ ଖୁବ୍ ଶୀଘ୍ର ବଜାରରେ ଲଂଚ କରିବାକୁ ଯାଉଛି ଜିଓ ହୋମ ଟିଭି ପ୍ରୋଜେକ୍ଟ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଜିଓ ହୋମ ଟିଭିରେ ୟୁଜର୍ସଙ୍କୁ ଉଭୟ ଏଚଡି ଏବଂ ଏସଡି ଡେଫିନେସନରେ ଚ୍ୟାନେଲ ଦେଖିବାକୁ ମିଳିବ । ଏସଡି ଚ୍ୟାନେଲଗୁଡିକ ମୂଲ୍ୟ ମାସିକ ମାତ୍ର ୨୦୦ ଟଙ୍କା ରଖାଯାଇଥିବା ବେଳେ ଉଭୟ ଏସଡି ଏବଂ ଏଚଡି ଟ୍ୟାନେଲ ଗୁଡିକର ଦମା ରହିଛି ମାତ୍ର ୪୦୦ଟଙ୍କା । ସୂଚନା ଅନୁସାରେ, ଜିଓର ଏହି ଲାଟେଷ୍ଟ ଟେକନିକ ମଲ୍ଟିମିଡିଆ ବ୍ରାଣ୍ଡକାଷ୍ଟ ମଲ୍ଟିକାଷ୍ଟ ସର୍ଭିସ ଉପରେ (eMBMS)କାମ କରିବ ।

ଏଠାରେ ଆମେ ସ୍ପଷ୍ଟ କରିଦେଉଛୁ କି, ଜିଓ ହୋମ ଟିଭି ସର୍ଭିସ ନିକଟରେ ବିଭିନ୍ନ ଗଣାମାଧ୍ୟମରେ ପ୍ରକାଶ ପାଇଥିବା ଜିଓର ଡିଟିଏଚ ସଂପର୍କିତ ନୁହେଁ । କାରଣ eMBMS ଟେକନିକ ସଂପର୍କରେ ଶୁଣିବାକୁ ମିଳିଛି କି, ଏହି ଟିଭି ଟ୍ୟାନେଲ ଏବଂ ରେଡିଓର ହାଇବ୍ରିଡ ଭର୍ସନ ଅଟେ । ଏହା ଏଚଡି କଂଟେଂଟ ଭାବରେ ପ୍ରମାଣିତ ହୋଇପାରେ । କାରଣ, ଏଥିପାଇଁ ୟୁଜର୍ସଙ୍କୁ କୌଣସି ଇଂଟରନେଟ ପ୍ୟାକର ଆବଶ୍ୟକତା ପଡିବ ନାହିଁ , ବରଂ ଏହା ଅଫଲାଇନରେ ହିଁ କାମ କରିବ ।

ଉଲ୍ଲେଖ ଥାଉ କି, ରିଲାଏନ୍ସ ଜିଓ ସିମ୍ ବାଲା ଲାପଟପ ଆଣିବା ପାଇଁ ଏକ ଆମେରିକୀୟ ପ୍ରୋସେସର କମ୍ପାନୀ ସହ କଥାବାର୍ତ୍ତା ଚାଲିଛି । ଏଥିରେ Windows୧୦ ରହିବ ଏବଂ ବ୍ୟବହାରକାରୀ ଏଥିରେ ସିମ ଲଗାଇପାରିବେ । ରିଲାଏନ୍ସ ଜିଓ ପକ୍ଷରୁ ଏପର୍ଯ୍ୟନ୍ତ ଏହି ବାବଦରେ କୌଣସି ସୂଚନା ଦିଆଯାଇନାହିଁ । କିନ୍ତୁ ଏକ ଆମେରିକୀୟ ପ୍ରୋସେସର କମ୍ପାନୀର ଜଣେ ଅଧିକାରୀ କହିଛନ୍ତି ଯେ, ସେ ଜିଓ ସହ କଥାବାର୍ତ୍ତା କରୁଛନ୍ତି । ସେ କହିଛନ୍ତି ଯେ, ସେ ଡିଭାଇସ ନେଇ ଡାଟା ଏବଂ କଣ୍ଟେଣ୍ଟ ବିକ୍ରି କରିପାରନ୍ତି । ଇଟି ର ଏକ ରିପୋର୍ଟ ଅନୁଯାୟୀ, ଆମେରିକୀୟ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ସେମାନେ ଭାରତୀୟ ସ୍ମାର୍ଟଫୋନ ମେକର ସ୍ମାଟ୍ରୋନ ସହ କଥାବାର୍ତ୍ତା କରୁଛନ୍ତି ଯେମିତି କି ସେଲୁଲାର କନେକ୍ଟିଭିଟି ବାଲା ଲାପଟପ ଅଣାଯାଇପାରିବ ଏବଂ ଏଥିରେ ସ୍ମାପଡ୍ରାଗନ ୮୩୫ ପ୍ରୋସେସର ଦିଆଯାଇପାରିବ ।

ରିପୋର୍ଟ ଅନୁଯାୟୀ, ରିଲାଏନ୍ସ ଜିଓ ପାଇଁ ଆଗାମୀ ସବୁଠାରୁ ବଡ ପ୍ରୋଜେକ୍ଟ ଲାପଟପ ରହିବ । ଯାହାକି କମ୍ପାନୀକୁ ଆଭରେଜ ରେଭେନ୍ୟୁ ପ୍ରତି ୟୁଜର୍ସ ବଢାଇବାରେ ସାହାର୍ଯ୍ୟ ମିଳିବ । ତେବେ ମାର୍କେଟରେ ସେଲୁଲାର କନେକ୍ଟିଭିଟି ବାଲା ଟ୍ୟାବଲେଟ ରହିଛି କିନ୍ତୁ ଲାପଟପ ନାହିଁ । ଯଦି ଜିଓ ଏହାକୁ ଲଞ୍ଚ କରେ ତେବେ ନିଶ୍ଚିତ ଭାବେ କିଛି ନୂଆ ପ୍ଲାନ ମଧ୍ୟ ଲଞ୍ଚ କରିବ । କାହିଁକି ନା କମ୍ପ୍ୟୁଟରରେ ମୋବାଇଲ ଅପେକ୍ଷା ଅଧିକ ଡାଟା ବ୍ୟବହାର ହୋଇଥାଏ । ଆଉ ଏଥି ପାଇଁ କେବଳ କମ୍ପ୍ୟୁଟର ବ୍ୟବହାରକାରୀଙ୍କ ପାଇଁ ଜିଓ ଅଲଗା କିଛି ପ୍ଲାନ ଲଞ୍ଚ କରିପାରେ ।