ଭିନ୍ନ ଭିନ୍ନ ରେଳ ଦୁର୍ଘଟଣା ନେଇ ୨୦୧୭ ମସିହାରେ ବହୁ ଲୋକଙ୍କ ଜୀବନ ଯାଇ ସାରିଲାଣି । ଏହି ଦୁର୍ଘଟଣାକୁ ଲକ୍ଷ୍ୟ କରି ରେଳ ମନ୍ତ୍ରୀ ଏକ ନୂତନ ଯୋଜନା ଲାଗି ନିଷ୍ପତ୍ତି ନେଇଛନ୍ତି । ଅନ୍ୟମନସ୍କତା ଦୁର୍ଘଟଣାର କାରଣ ହୋଇପାରେ ବୋଲି ଚିନ୍ତା କରି ଏpublive-imageଣିକି ରେଳବାଇ କର୍ମଚାରୀଙ୍କ ମୋବାଇଲ୍ ବ୍ୟବହାର ନେଇ ଲଗାଯିବ କଟକଣା । ରେଳବାଇ କର୍ମଚାରୀମାନେ ସେମାନଙ୍କ ମୋବାଇଲରେ ହ୍ଵାଟସଆପ୍ ଆଉ ୟୁଟ୍ୟୁବ୍ ବ୍ୟବହାର କରିପାରିବେ ନାହିଁ ବୋଲି ଜାଣିବାକୁ ମିଳିଛି ।

Advertisment

ଏହି ନିୟମ ସବୁ ସମୟ ପାଇଁ ନୁହେଁ । କେବଳ କର୍ମଚାରୀମାନେ ସେମାନଙ୍କ ଡିଉଟି ସମୟ ଭିତରେ ହ୍ଵାଟସଆପ୍ ଓ ୟୁଟ୍ୟୁବ୍ ବ୍ୟବହାର କରିପାରିବେ ନାହିଁ ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଛି । ତେବେ, ଏହି ନିଷ୍ପତ୍ତି ଦ୍ୱାରା କିଛି ପରିମାଣରେ ଦୁର୍ଘଟଣା ରୋକାଯାଇ ପାରିବ ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

publive-imageଜାଣିବାକୁ ମିଳିଛି ଯେ, ସୁରକ୍ଷା ବିଭାଗରେ ନିଯୁକ୍ତ ହୋଇଥିବା ଅନେକ କର୍ମଚାରୀ ଡିୟୁଟି ସମୟରେ ମୋବାଇଲରେ ବ୍ୟସ୍ତ ରହିଥାନ୍ତି । ସେମାନେ ହ୍ଵାଟସଆପ୍ କିମ୍ବା ୟୁଟ୍ୟୁବ ବ୍ୟବହାର କରୁ କରୁ ଅଜାଣତରେ ଅନ୍ୟମନସ୍କ ହୋଇଥାନ୍ତି । ଯାହାକି ରେଳ ଦୁର୍ଘଟଣାର କାରଣ ହୋଇଥାଏ । ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି କାମ ସମୟରେ କୌଣସି ପ୍ରକାରର ମନୋରଞ୍ଜନ କାର୍ଯ୍ୟକୁ ରେଳ ମନ୍ତ୍ରାଳୟ ପକ୍ଷରୁ ବାରଣ କରାଯାଇଛି । ଏହି ଆପଗୁଡ଼ିକର ବ୍ୟବହାର ଯାତ୍ରୀମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବାରୁ ଏଗୁଡ଼ିକୁ ରେଳମନ୍ତ୍ରୀ ବନ୍ଦ କରିବା ପାଇଁ ଚିନ୍ତା କରିଛନ୍ତି । ତେବେ କର୍ମଚାରୀମାନଙ୍କୁ ଏହି ଆପ୍ ବ୍ୟବହାର ନେଇ କିପରି କଟକଣା କରାଯିବ ସେ ନେଇ କୌଣସି ତଥ୍ୟ ଏଯାବତ୍ ପ୍ରକାଶ ପାଇନାହିଁ ।

ନିରାପତ୍ତା ଓ ସୁରକ୍ଷା ସଂପର୍କରେ ପରୀକ୍ଷଣ କରିବା ପରେ ପାର୍ଲାମେଣ୍ଟର ରେଲେଓ୍ଵ ଷ୍ଟାଣ୍ଡିଂ କମିଟି ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି ଯେ ଅଧିକାଂଶ ଦୁର୍ଘଟଣା କର୍ମଚାରୀମାନଙ୍କ ଯତ୍ନହୀନତା ହେତୁ ଘଟୁଛି । ଯତ୍ନହୀନତା, ନିମ୍ନ ଧରଣର ସେବା, ସର୍ଟକଟ ଏବଂ ନିରାପତ୍ତା ଓ ସୁରକ୍ଷା ନିମୟ ଭଙ୍ଗ ହେତୁ ହିଁ ଦୁର୍ଘଟଣା ଘଟୁଥିବା ଜାଣିବାକୁ ମିଳିଛି ।

publive-imageନୂତନ ନିୟମ ମୁତାବକ, ଏ ସମସ୍ତ ଦିଗକୁ ଧ୍ୟାନ ଦିଆଯିବ । ଉଚ୍ଚକୋଟୀର ସେବା ଯୋଗାଇ ଦିଆଯିବ ବୋଲି ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଛି । ରେଳବାଇ କ୍ରସିଂ ସମୟରେ ରହୁଥିବା ଗାର୍ଡ, ଟ୍ରାକ୍ ମ୍ୟାନ୍, ଲୋକ ପାଇଲଟ୍ ଏବଂ ଟ୍ରେନ୍ ଗାର୍ଡ ଏ ପ୍ରତି ଯତ୍ନବାନ ରହିବେ । ଏପରିକି ଷ୍ଟେସନ୍ ମ୍ୟାନେଜର୍ ଏବଂ ସୁପରିଟେଣ୍ଡେଣ୍ଟମାନେ ଧ୍ୟାନ ଦେବେ ଯେ ଯେପରି କେହି ସେମାନଙ୍କ ଷ୍ଟେସନ୍ରେ ହ୍ଵାଟସଆପ୍ ଓ ୟୁଟ୍ୟୁବ୍ ବ୍ୟବହାର ନକରନ୍ତି । କେବଳ ସେତିକି ନୁହେଁ ଡିଉଟି ସମୟରେ ଟ୍ରେନ୍ ଚାଳକ ଏବଂ ଗାର୍ଡଙ୍କୁ ଫୋନ୍ ସୁଇଚ୍ ଅଫ୍ କରିବାକୁ ହେବ।

ଏଠାରେ ଆମେ କହି ରଖୁଛୁ କି, ଅଗଷ୍ଟ ୧୮ ତାରିଖରେ ଉତ୍କଳ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇ ୨୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୦ ଆହତ ହୋଇଥିଲେ । ପରେ ପୁରୀ-ହରିଦ୍ୱାର ଏକ୍ସପ୍ରେସ୍ ଖତୌଲିଠାରେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା ।