ସରକାରୀ ଡାକ୍ତରଖାନାରେ ମନ୍ତ୍ରୀ, ବିଧାୟକଙ୍କୁ ମିଳିବ ନାହିଁ ଭିଆଇପି ଚିକିତ୍ସା! ଜାରି ହେଲା ନିୟମ

Advertisment
ଭୁବନେଶ୍ୱର ସମେତ ରାଜ୍ୟର ୫ଟି ମହାନଗରରେ ଥିବା ଘରୋଇ ହସପିଟାଲକୁ ସରକାରଙ୍କ ନିର୍ଦ୍ଦେଶାନାମା । ୫୦ ପ୍ରତିଶତ ସାଧାରଣ ବେଡ୍ ଓ ୮୦ ପ୍ରତିଶତ ଆଇସିୟୁକୁ କରୋନା ରୋଗୀଙ୍କ ପାଇଁ ରଖିବାକୁ କହିଲେ ସରକାର

Source:socialsolutions.com

ସର୍ବପ୍ରଥମେ ଏଠାରେ ଆମେ କହି ରଖୁଛୁ କି, ଏଭଳି ନିୟମ ଜାରି ହୋଇଛି ଉତ୍ତରପ୍ରଦେଶରେ । ଉତ୍ତରପ୍ରଦେଶର ସରକାରୀ ଡାକ୍ତରଖାନାରେ ମନ୍ତ୍ରୀ, ବିଧାୟକ ଏବଂ ଅଧିକାରୀଙ୍କୁ ଭିଆଇପି ଚିକିତ୍ସା ମିଳିବ ନାହିଁ । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏସଂପର୍କରେ ଶାସନାଦେଶ ଜାରି କରାଯାଇଛି । ତେବେ ୟୁପି ହାଇକୋର୍ଟରେ ଦାଖଲ ହୋଇଥିବା ଅଭିଯୋଗର ନିଷ୍ପତି ଆଧାରରେ ଏହି ନିୟମ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

publive-image

ଜାରି ହୋଇଥିବା ଏହି ଶାସନାଦେଶରେ କୁହାଯାଇଛି କି, କୌଣସି ବି ବ୍ୟକ୍ତିଙ୍କୁ ଭିଆଇପି ଟ୍ରିଟମେଂଟ ମିଳିବ ନାହିଁ । ସବୁ ରୋଗୀଙ୍କ ସହିତ ସମାନ ବ୍ୟବହାର କରାଯିବ । ଯଦି ଏଭଳି କୌଣସି ରୋଗର ଚିକିତ୍ସା କରିବାକୁ ପଡେ, ଯାହାର ଚିକିତ୍ସା ସରକାରୀ ମେଡିକାଲରେ ହୋଇପାରୁନାହିଁ ତେବେ ବିଶେଷ ପରିସ୍ଥିତିରେ ପ୍ରତିପୃର୍ତ୍ତି ଦିଆଯାଇପାରେ । କୋର୍ଟର ଏହି ନିର୍ଦ୍ଦେଶନାମା ସମସ୍ତ ସିଏମଏସ, ସିଏମଓ ଏବଂ ସିଏଚସି ଏବଂ ପିଏଚସିର ପ୍ରଭାରୀମାନଙ୍କ ନିକଟକୁ ପଠାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe