ଅବୈଧ ପାର୍କିଂରେ ରଖାଯାଇଥିବା ଗାଡିର ଫଟୋ ଉଠାନ୍ତୁ ! ସରକାରଙ୍କଠାରୁ ପୁରସ୍କାର ନିଅନ୍ତୁ

Advertisment
ଅବୈଧ ପାର୍କିଂରେ ରଖାଯାଇଥିବା ଗାଡିର ଫଟୋ ଉଠାନ୍ତୁ ! ସରକାରଙ୍କଠାରୁ ପୁରସ୍କାର ନିଅନ୍ତୁ

Source; newindianexpress.com

ଏଭଳି ଏକ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ । ସୂଚନା ମୁତାବକ, ବେଆଇନ ଭାବରେ ଗାଡି ପାର୍କିଂକୁ ଦୃଷ୍ଟିରେ ରଖି ନିତିନ ଗଡକରୀ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯଦି କେହି ପାର୍କିଂର ନିୟମ ଉଲ୍ଲଘଂନ କରି ଭୁଲ ତଥା ବେଆଇନ ଭାବରେ ବା ଭୁଲ ସ୍ଥାନରେ ଗାଡି ପାର୍କିଂ କରନ୍ତି ତେବେ ଉକ୍ତ ଗାଡିର ଏକ ଫଟୋ ଉଠାଇ ସମ୍ବନ୍ଧିତ ଅଧିକାରୀ ବା ପ୍ରାଧିକରଣଙ୍କ ନିକଟକୁ ପଠାଇବା ଦ୍ୱାରା ପ୍ରେରଣ କରିଥିବା ବ୍ୟକ୍ତିବିଶେଷଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଗଡକରୀ କହିଛନ୍ତି । କାରଣ ପଠାଯାଇଥିବା ଫଟୋ ଆଧାରରେ ଗାଡି ମାଲିକଙ୍କ ଉପରେ ୫୦୦ଟଙ୍କା ଜରିମାନା ଲାଗୁ କରାଯିବ ଏବଂ ଉକ୍ତ ଟଙ୍କାର ୧୦ ପ୍ରତିଶତ ଟଙ୍କା ଫଟୋ ପଠାଇବା ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯିବ ।

ଗଡକରୀଙ୍କ ନିର୍ଦ୍ଦେଶାନୁସାରେ, ମୋଟର ଗାଡି ନିୟମରେ ଏକ ନୂଆ ନିୟମ ସାମିଲ କରାଯାଉଛି । ଯାହା ଦ୍ୱାରା ସଡକ ଉପରେ କୌଣସି ବି ଗାଡି ରଖା ହୋଇଥିଲେ ତେବେ ତାର ଏକ ଫଟୋ ଉଠାଇ ତାକୁ ପରିବହନ ବିଭାଗ କିମ୍ବା ପୁଲିସ ଅଧିକାରୀଙ୍କ ନିକଟକୁ ପ୍ରେରଣ କରିବାକୁ ହେବ । ଯାହାକୁ ଆଧାର କରି ଗାଡି ମାଲିକ ଠାରୁ ୫୦୦ ଟଙ୍କା ଜରିମାନା ଲାଗୁ କରାଯିବା ସହିତ ଏହି ଟଙ୍କାର ୧୦ ପ୍ରତିଶତ ଅର୍ଥ ରାଶି ଫଟୋ ପଠାଇଥିବା ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରାଯିବ ।

ସୌଜନ୍ୟ: ନ୍ୟୁଜ୍-୧୮

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe