ନିପା ଭାଇରସକୁ ନେଇ ଡାକ୍ତରଙ୍କ ସାଘାଂତିକ ତଥ୍ୟ : ବାଦୁଡି ନୁହେଁ ବରଂ ଏହି ଭୂତାଣୁ ପାଇଁ ଦାୟୀ ଅନ୍ୟ କେହି

ନିପା ଭାଇରସକୁ ନେଇ ଡାକ୍ତରଙ୍କ ସାଘାଂତିକ ତଥ୍ୟ : ବାଦୁଡି ନୁହେଁ ବରଂ ଏହି ଭୂତାଣୁ ପାଇଁ ଦାୟୀ ଅନ୍ୟ କେହି

Source:Hindustan

ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି ନିପା ଭାଇରସ୍ । ଏହି ଭାଇରସର ଶିକାର ହୋଇ ଏଯାବତ୍ ୧୪ ଜଣଙ୍କର ଜୀବନ ଗଲାଣି । ମୃତ୍ୟୁର ବାହକ ତଥା ଏହି ବିପଦଜ୍ଜନକ ଭାଇରସଟି ମୁଖ୍ୟତଃ ବାଦୁଡି ଠାରୁ ସଂକ୍ରମିତ ହେଉଥିବା ନେଇ ଖବର ପ୍ରକାଶ ପାଉଥିବା ବେଳେ ଏବେ ଏହି ଭୂତାଣୁକୁ ନେଇ ଏକ ନୂଆ ଖବର ଆସିଛି । ଯାହାକୁ ଲୋକେ ବାଦୁଡି ଦ୍ୱାରା ବ୍ୟାପୁଛି ବୋଲି ମନେ କରୁଥିଲେ ତାର ବାସ୍ତବ କାରଣ କିଛି ଅଲଗା ରହିଛି ।

publive-image

ସୂଚନା ମୁତାବକ, ନିକଟରେ ହୋଇଥିବା ଭୋପାଳସ୍ଥିତ ‘ନେସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହାଇ ସିକ୍ୟୁରିଟି ଆନିମଲ୍ ଡିଜିଜେସ୍’ ଠାରେ ୨୧ଟି ବାଦୁଡ଼ିଙ୍କ ରକ୍ତ ଓ ସେରମ୍ ନମୁନା ପରୀକ୍ଷା କରାଯିବା ପରେ ଭୂତାଣୁ ସଂକ୍ରାନ୍ତରେ ନେଗେଟିଭ୍ ରେଜଲ୍ଟ ଆସିବାରୁ ମାରାତ୍ମକ ନିପା ଭୂତାଣୁର ସଂକ୍ରମଣର କାରଣ ରହସ୍ୟମୟ ହୋଇ ଉଠିଛି।
ପ୍ରଥମେ କେରଳରେ ନିପା ଭୂତାଣୁ ବ୍ୟାପିବା ଯୋଗୁଁ ୧୪ ଜଣ ଲୋକଙ୍କର ମୃତ୍ୟୁ ହେବା ସହ ୨୦ ଜଣ ପୀଡ଼ିତ ହୋଇଛନ୍ତି।

publive-image

ଏବେ ସ୍ୱାସ୍ଥ୍ୟ ଅଧିକାରୀମାନେ ନିପା ଭାଇରସ୍ କାରଣରୁ ପ୍ରଥମେ ମୃତ୍ୟୁ ମୁଖରେ ପଡ଼ିଥିବା ମୁଶା ପରିବାରର ୨୬ ବର୍ଷିୟ ମହମ୍ମଦ ସବିତଙ୍କ ଭ୍ରମଣ ଇତିବୃତ୍ତ ଅନୁଶୀଳନ କରିବେ। ମୁଶା ପରିବାରରେ ଅନ୍ୟ ଚାରିଜଣ ମଧ୍ୟ ଏହି ଭୂତାଣୁ ଯୋଗୁଁ ମୃତ୍ୟୁ ମୁଖରେ ପଡ଼ିଥିଲେ। ମୁଶାଙ୍କ ଚଙ୍ଗାରୋତ ଗାଁ’ରେ ଥିବା କୂଅରୁ ଫଳାହାରୀ ବାଦୁଡ଼ି ଦେଖିବା ପରେ ସେମାନେ ଭାବିଥିଲେ ସମସ୍ୟାର ସମାଧାନ ହୋଇଗଲା। କାରଣ ଫଳାହାରୀ ବାଦୁଡ଼ି ନିପା ଭୂତାଣୁର ପ୍ରାକୃତିକ ବାହକ । ସେମାନଙ୍କ ଠାରୁ ଏହି ଭୂତାଣୁ ଅନ୍ୟାନ୍ୟ ଜନ୍ତୁ ଏବଂ ମାନବଙ୍କ ଶରୀରକୁ ପ୍ରବେଶ କରିଥାଏ । ତେଣୁ ପରୀକ୍ଷା ନିମନ୍ତେ ଭୋପାଳସ୍ଥିତ ଭାରତର ସବଶ୍ରେଷ୍ଠ ପ୍ରାଣୀ ପରୀକ୍ଷା ଲାବରୋଟାରିକୁ ସେମାନଙ୍କର ରକ୍ତ ଓ ସେରମ୍ ପଠାଯାଇଥିଲା ।

publive-image

ସେଠାକୁ ପଠାଯାଇଥିବା ୨୧ଟିଯାକ ନମୁନାର ନେଗେଟିଭ୍ ରେଜଲ୍ଟ ବାହାରିଛି । ବାଦୁଡ଼ିଙ୍କ ରକ୍ତ ନମୁନା ସହ ଗାଈ, ଛେଳି, ଠେକୁଆ, କୁକୁର ଓ ବିରାଡ଼ି ଆଦି ଗୃହପାଳିତ ଜନ୍ତୁମାନଙ୍କ ଠାରୁ ନିଆଯାଇଥିବା ରକ୍ତ ନମୁନାରୁ ମଧ୍ୟ ନେଗେଟିଭ୍ ରେଜଲ୍ଟ୍ ବାହାରିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବିଶେଷଜ୍ଞମାନେ କହନ୍ତି: ଏହା ପ୍ରାଥମିକ ଫଳାଫଳ ହୋଇଥିବାରୁ ଏ ସଂକ୍ରାନ୍ତରେ ଅଧିକ ଗବେଷଣା ଆବଶ୍ୟକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe