ଦ୍ରୈାପଦୀଙ୍କୁ ବସ୍ତ୍ରହରଣ ବେଳେ ଶେଷରେ ଆସିଥିଲେ ଶ୍ରୀକୃଷ୍ଣ : କାହିଁକି ଜାଣନ୍ତି

241

ମହାଭାରତର କଥା ଓ କାହାଣୀ ଓ ଏହାର ପ୍ରତିଟି ଚରିତ୍ର ସବୁ ବେଳେ ବିସ୍ମୟ । ଏହାକୁ ଯେତେ ଶୁଣୁଥିଲେ ମନ ପୁରେ ନାହିଁ । ଏହି ମହାଭାରତ ପର୍ବରେ ଦ୍ରୈାପଦୀଙ୍କର ଚରିତ୍ରରେ ରହିଛି ଅପୂର୍ବତା । ଅନେକ ଦୁଃଖ ଓ କଷଣ ସହିଛନ୍ତି ଏହି ମହାନ ନାରୀ । ହେଲେ ଆପଣ ଜାଣନ୍ତି ଦ୍ରୈାପଦୀଙ୍କୁ ଖୁବ୍ ବାଧିଥିଲା.ଯେତେବେଳେ ସେ କୁରୁ ସଭାରେ ଦୁର୍ଯ୍ୟୋଧନ ଦ୍ୱାରା ଲାଂଛିତ ହୋଇଥିଲେ । ତାଙ୍କର ଇଜ୍ଜତ ସହ ଖେଳ ଖେଳଖେଳାଯାଇଥିଲା ।

ଯେତେବେଳ ମହାଭାରତ ଯୁଦ୍ଧ ସରିଗଲା । ଶ୍ରୀକୃଷ୍ଣ ଦ୍ରୈାପଦୀଙ୍କ ନିକଟକୁ ଆସିଲେ । ସଖା ବୋଲି ସମ୍ବୋଧନ କଲେ । ଦ୍ରୈାପଦୀ ମଧ୍ୟ ଯୁଦ୍ଧର ସଫଳତାରେ ଶ୍ରେୟ ଦେଲେ ପ୍ରିୟ ସଖା କୃଷ୍ଣଙ୍କୁ । ପର ମୁର୍ହୂତ୍ତରେ ଦ୍ରୈାପଦୀଙ୍କୁ ପଚାରିଲେ ସଖା ମତେ କେତେ ମନେପକାଅ । କୃଷ୍ଣ କହିଲେ ସବୁବେଳେ , ତୁମେ କଣ ଜାଣନା । ଦ୍ରୈାପଦୀ କହିଲେ , ଜାଣେ ହେଲେ ଯେତେବେଳେ କୁରୁ ସଭାରେ ଦୁର୍ଯ୍ୟୋଧନ ଓ ଦୁଃଶାସନ ମୋର ବସ୍ତ୍ରହରଣ କଲେ,ମୁଁ ଅପଦସ୍ତ ହେଲା ପରେ କାହିଁକି ଆସିଲ ? ତା ପୂର୍ବରୁ ତ ଆସି ମୋତେ ସାହାଯ୍ୟ କରିପାରିଥାନ୍ତ । ଶ୍ରୀକୃଷ୍ଣ ତତକ୍ଷଣାତ୍ ସ୍ମିତ ହାସ୍ୟରେ କହିଥିଲେ , ତୁମେ ସଖୀ ଯାହା କହିଲ ସବୁ ଠିକ୍ । ହେଲେ ତୁମେ ଜାଣିଛ ,ମତେ ଯିଏ ଯେମିତି ଭାବେ ଯେଉଁପରି ଡାକେ ମୁଁ ସେହି ଭଳି କରେ । ଦ୍ରୈାପଦୀ କହିଲେ ମୁଁ ତୁମକୁ ସ୍ମରଣ କରିଥିଲି । ଶ୍ରୀକୃଷ୍ଣ କହିଲେ ହଁ ଡାକିଥିଲ ଯେ , କେମିତି ଡାକିଥିଲ ? ଦ୍ରୈାପଦୀ କହିଲେ , ମୁଁ ସେତେବେଳେ ହେ , ଦ୍ୱାରିକାଧୀଶ ରକ୍ଷାକର କହି ଡାକିଥିଲି ।

ଶ୍ରୀକୃଷ୍ଣ କହିଲେ ସଖୀ ,ମୁଁ ତ ତୁମ ହୃଦୟରେ ଅଛି । ତୁମେ ମୋତେ ଦ୍ୱାରିକାକୁ ପଠାଇଦେଲ । ମୁଁ ତେଣୁ ସେଠାରୁ ହସ୍ତିନାପୁର ଆସିବାକୁ ବିଳମ୍ବ ହେବନି । ସେଥିପାଇଁ ତୁମେ ବସ୍ତ୍ରହରଣର ଶେଷ ସମୟରେ ପହଁଛି ତୁମକୁ ରକ୍ଷା କରିଥିଲି । ତୁମେ ମୋତେ ଯେତେବେଳେ ଶେଷରେ ନିରୂପାୟ ହୋଇ ହେ ସଖା ହେ ସଖା ସମ୍ବୋଧନ କରି ଡାକିଲ । ସେତେବେଳେ ମୁଁ ଉପସ୍ଥିତ ହେଲି । ଦ୍ରୈାପଦୀ ,ଶ୍ରୀକୃଷ୍ଣଙ୍କ ଏହି କଥା ଶୁଣି ଅଯଥା ଦୋଷାରୋପରୁ ନିବୃତ୍ତ ରହିଥିଲେ ।

ଏହାସହ ମଧ୍ୟ ପଢନ୍ତୁ – ରାଜା ବିନ୍ଦୁସାର କେମିତି ହୋଇଥିଲେ ଜନ୍ମ ? ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !