ସ୍କୁଲ ଟ୍ୟୁସନ ଦରମାରେ ଦିଆଯାଉଛି ଛେଳି ଓ ମେଣ୍ଢା ! ବାଧକ ସାଜିଛି ଅର୍ଥ ସମସ୍ୟା

178

ଜିମ୍ବାୱେ : ଆଜିକାଲି ମହଙ୍ଗା ହେଇଗଲାଣି ପାଠପଢା । ପିଲାଙ୍କ ଭଲ ସ୍କୁଲରେ ପାଠ ପଢାଇବା ପିତାମାତାଙ୍କ ପାଇଁ କାଠିକର ପାଠ ହୋଇଗଲାଣି । କାରଣ ସ୍କୁଲ ଫିସ୍ ଆକାରରେ ଅଧିକ ଅର୍ଥ ଦେବାକୁ ପଡୁଛି । ଏହି ସ୍କୁଲ ଦରମାକୁ ନେଇ ଏମିତି ଏକ ଖବର ପ୍ରକାଶ ପାଇଛି , ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସ୍କୁଲ ଫିସ୍ ପାଇଁ ଲୋକେ ଦେଉଛନ୍ତି ଗୃହପାଳିତ ପଶୁ ।

ବିବିସି ନ୍ୟୁଜରେ ପ୍ରକାଶିତ ଖବର ଅନୁସାରେ, ଜିମ୍ବାୱେରେ ଏମିତି ଘଟଣା ସାମ୍ନାକୁ ଆସିଛି । ଏଠାରେ ପିତାମାତା ମାନେ ସେମାନଙ୍କ ପିଲାଙ୍କ ସ୍କୁଲ୍ ଟ୍ୟୁସନ ଫି’ ଆକାରରେ ଦେଉଛନ୍ତି ଘରେ ରଖିଥିବା ଛେଳି ଓ ମେଣ୍ଢା । ଆଉ ସେଠାର ସରକାର ମଧ୍ୟ ଏପରି ପ୍ରଣାଳୀ ଆରମ୍ଭ କରିଛନ୍ତି ।

ଜିମ୍ବାୱେରେ ନଗଦ ଅର୍ଥ ସଙ୍କଟ ବଢିବାରେ ଲାଗିଛି । ଲୋକେ ଟଙ୍କା ପାଇଁ ବ୍ୟାଙ୍କରେ ଲମ୍ବା ଧାଡିରେ ଅପେକ୍ଷା କରିବାକୁ ପଡୁଛି । ଏହା ସହ ସେଠାରେ ବେକାରୀ ସମସ୍ୟା ମଧ୍ୟ ମୁଖ୍ୟ ସମସ୍ୟା ସାଜିଛି । ଏଥିଯୋଗୁଁ ଅର୍ଥ ସଂକଟ ଦେଖାଦେଇଛି । ସେଠାର ସରକାର ଗ୍ରାମାଂଚଳ ପାଇଁ ପଶୁଧନକୁ ସ୍କୁଲ ଦରମାରେ ଦେବାର ବ୍ୟବସ୍ଥା କରିଛନ୍ତି ଏବଂ ସହରାଂଚଳ ଲୋକେ ଦରମା ଆକାରରେ ସ୍କୁଲ ପାଇଁ କିଛି କାମ ମଧ୍ୟ କରିପାରିବେ ।

ଏହାସହ ମଧ୍ୟ ପଢନ୍ତୁ – ସୋସିଆଲ ମିଡିଆ ଗ୍ରୁପ୍ ଆଡମିନ୍ ସାବଧାନ ! ଆପତ୍ତିଜନକ ପୋଷ୍ଟ କଲେ ଯିବେ ଜେଲ୍