ବିକାଶ ପାଇଁ ବିଜେପି ସରକାର ଜରୁରୀ : ଯୋଗୀ ଆଦିତ୍ୟନାଥ

49

କନକ ବ୍ୟୁରୋ : ବିଜେପିର ଚାଲିଛି ଜାତୀୟ କାର୍ଯ୍ୟକାରିଣୀ । ଆଉ ଏଥିରେ ଆକର୍ଷଣ ସାଜିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଶାସନ ଗାଦିକୁ ଆସି ୭ଦିନରେ ୫୦ ନିଷ୍ପତ୍ତି ନେଇ ଖୁବ୍ ଚର୍ଚ୍ଚାକୁ ଆସିଛନ୍ତି । ଭୁବନେଶ୍ୱରରେ ଜାତୀୟ କାର୍ଯ୍ୟକାରିଣୀରେ କନକ ନ୍ୟୁଜକୁ ଯୋଗୀ ଦେଇଛନ୍ତି ସାକ୍ଷାତକାର । ଆଉ ଏଥିରେ କହିଛନ୍ତି ଅନେକ ଗୁରୁତ୍ୱପୂର୍ଣ୍ଣ କଥା ।

ଓଡିଶା ପାଇଁ ବିଜେପି ହିଁ ଜରୁରୀ ବୋଲି କହିଛନ୍ତି ଯୋଗୀ । ଆଉ କହିଛନ୍ତି , ୧୭ ବର୍ଷ ଧରି ଓଡିଶା ପଛୁଆ ରାଜ୍ୟ ହୋଇ ରହିଛି । ନବୀନଙ୍କ ନେତୃତ୍ୱରେ ଓଡିଶାରେ ବିକାଶ ହୋଇପାରିନି । ବିଜେପି ଦଙ୍ଗାରେ ନୁହେଁ ବିକାଶରେ ବିଶ୍ୱାସ କରେ । ରାଷ୍ଟ୍ରବାଦ ଓ ବିକାଶକୁ ନେଇ କାମ କରୁଛି ବିଜେପି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସା କରିଛନ୍ତି ଯୋଗୀ । ଲୋକଙ୍କ ସହ ରହି କାମ କରିବାରେ ଓ ନେତୃତ୍ୱ ନେବାରେ ଧର୍ମେନ୍ଦ୍ର ପ୍ରଧାନ ସକ୍ଷମ ବୋଲି ଉତ୍ତରପ୍ରଦେଶର ଏହି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଦେଖନ୍ତୁ ଏହି ଭିଡିଓ-