ଏୟାରପୋର୍ଟରୁ ଅଦୃଶ୍ୟ ହୋଇଗଲେ ମହିଳା ! ଭିଡିଓ ସୋସିଆଲ ମିଡିଆରେ ଭାଇରାଲ

51

କୋପେନହେଗନ ଏୟାରପୋର୍ଟରେ ଚାଲିଥିଲା ଏକ ସ୍ପୋର୍ଟ ଚ୍ୟାନେଲର ଲାଇଭ ଦୃଶ୍ୟର ସୁଟିଂ । କ୍ୟାମେରାରେ ଏମିତି ଏକ ଜିନିଷ ଦେଖିବାକୁ ମିଳିଲା, ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେହି ଏୟାରପୋର୍ଟରେ ଉପସ୍ଥିତ ଲୋକେ ଏ ଏହି ଘଟଣାକୁ ଦେଖି ଖୁବ୍ ଡରିଯାଇଥିଲେ ।

ତଥ୍ୟ ଅନୁସାରେ, ସେଠାରେ ଜଣେ ଖେଳାଳୀଙ୍କ ସାକ୍ଷାତକାର ଚାଲିଥିଲା । କ୍ୟାମେରାରେ ଖେଳାଳଙ୍କ ଠିକ୍ ପଛରେ ଜଣେ ମହିଳା ଠିଆ ହେବାର ନଜର ଆସୁଥିଲା । ଏମିତି ଲାଗୁଥିଲା କି ସେ ମହିଳା ଜଣକ ଖେଳାଳୀଙ୍କ କଥା ଶୁଣିବା ପାଇଁ ସେଠାରେ ଠିଆ ହୋଇଛନ୍ତି । ହେଲେ ଅଚାନକ କ୍ୟାମେରାରେ ଦେଖାଗଲା ସେ ମହିଳା ଜଣକ ଅଦୃଶ୍ୟ ହୋଇଯାଇଛନ୍ତି । ଏହା ଦେଖି କ୍ୟାମେରାମ୍ୟାନ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ସାକ୍ଷାତକାରର ଭିଡିଓକୁ ଯେତେବେଳେ ଆଉଥରେ ରିଭ୍ୟୁ କରାଗଲା ତ ସେଥିରେ ଥିଲା ସେ, ମହିଳା ଜଣକ ଚୁପଚାପ୍ ଠିଆହୋଇଥିଲେ ଏବଂ ଅଚାନକ ଅଦୃଶ୍ୟ ହୋଇଯାଇଥିଲେ । ସେହି ଏୟାରପୋର୍ଟରେ ଥିବା ଲୋକେ ବି ଏହାକୁ ଦେଖି ହଙ୍ଗାମା ଆରମ୍ଭ କରିଦେଇଥିଲେ । ଆଉ ଏହି ଭିଡିଓ ଦୃଶ୍ୟ ସୋସିଆଲରେ ଖୁବ୍ ଭାଇରାଲ ହୋଇଥିଲା ।
ଦେଖନ୍ତୁ ଏହି ଭିଡିଓ –