ଲମ୍ବା କେଶକୁ ନେଇ ମହିଳାଙ୍କ ବିଶ୍ୱ ରେକର୍ଡ ! ୫୫ଫୁଟର ଲମ୍ବା କେଶର ଓଜନ୨୦ କିଲୋଗ୍ରାମ୍

46

ମହିଳାଙ୍କ ସୈାନ୍ଦର୍ଯ୍ୟ ହୋଇଥାଏ ତାଙ୍କର କେଶ । ଏହାକୁ ଲମ୍ବା ଓ ଆକର୍ଷଣୀୟ କରିବା ପାଇଁ ମହିଳାମାନେ ଖୁବ୍ ପ୍ରୟାସ କରିଥାନ୍ତି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏମିତି ଜଣେ ମହିଳା ଅଛନ୍ତି ଯାହାଙ୍କ ଲମ୍ବା କେଶ ପାଇଁ ତାଙ୍କ ନାଁ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛି ।

ସୂଚନା ଅନୁସାରେ ,ଆମେରିକାର ମଣ୍ଡେଲା ନାମକ ଏହି ମହିଳାଙ୍କର କେଶକୁ ଯେ ଦେଖିବ ଚକିତ ହୋଇଯିବ । ୫୫ଫୁଟର ଲମ୍ବା କେଶର ଓଜନ ୨୦ କିଲୋଗ୍ରାମ୍ । ଏହି କେଶକୁ ଥରେ ସଫାକରିବାକୁ ସେହି ମହିଳାଙ୍କୁ ଖର୍ଚ୍ଚ କରିବାକୁ ପଡେ ୬ ବୋତଲର ସାମ୍ପୁ ଏବଂ ସବୁଠୁ ଆଶ୍ଚର୍ଯ୍ୟର କଥା ଯେ ଏହି ଧୁଆ କେଶକୁ ଶୁଖାଇବାକୁ ଦୁଇ ଦିନ ସମୟ ଲାଗିଯାଏ ।

ଏତେ ଲମ୍ବର କେଶକୁ ନେଇ ମଣ୍ଡେଲାଙ୍କୁ ହୋଇଥିଲା ସମସ୍ୟା । କେହି ବିବାହ କରିବାକୁ ରାଜି ହେଉନଥିଲେ । ହେଲେ ଜଣେ ହେୟାର ଡ୍ରେସର ତାଙ୍କୁ ବିବାହ କରିବାକୁ ଦେଇଥିଲେ ପ୍ରସ୍ତାବ । ଆଉ ମଣ୍ଡେଲା ସେଥିରେ ରାଜି ହୋଇଥିଲେ । ମଣ୍ଡେଲାଙ୍କ ସ୍ୱାମୀ କୁହନ୍ତି ସେ ଖୁବ୍ ଭଲ ପାଆନ୍ତି ନିଜ ସ୍ତ୍ରୀଙ୍କ ଲମ୍ବା କେଶକୁ । ଏହି ଲମ୍ବା କେଶକୁ ନେଇ ସାରା ବିଶ୍ୱରେ ଖୁବ୍ ଚର୍ଚ୍ଚିତ ହୋଇଛନ୍ତି ମେଣ୍ଡେଲା । ଆଉ ବିଶ୍ୱ ରେକର୍ଡରେ ସ୍ଥାନୀତ ହୋଇଛି ଏହି ଲମ୍ବା କେଶ ।

ଏହାସହ ଦେଖନ୍ତୁ ଏହି ଭିଡିଓ –