୯୯ ବର୍ଷିୟା ମହିଳାଙ୍କ ଅଦ୍ଭୂତ ଇଚ୍ଛା : ଜେଲରେ କଏଦୀ ହୋଇ ପୂରଣ କଲେ ନିଜ ଆଶା

32

ସାଧାରଣତଃ ଜୀବନରେ କିଛି ନୂଆ ଅନୁଭବ ଓ ଅନୁଭୂତି ପାଇଁ କିଛି ଲୋକ ଚାହିଁଥାନ୍ତି । ଜୀବନରେ କିଛି ଇଚ୍ଛା ପୂରଣ ପାଇଁ ଦେଶ ଦୁନିଆଁ ବୁଲିବା ଓ କିଛି ଭଲ ଖାଦ୍ୟ ଖାଇବା ପାଇଁ କିଛି ଲୋକ ଆଶା କରିଥାନ୍ତି । କିନ୍ତୁ ଜଣେ ୯୯ ବର୍ଷିୟା ବୟସ୍କା ମହିଳାଙ୍କ ଅଦ୍ଭୂତ ଇଚ୍ଛାକୁ ନେଇ ସାଧାରଣରେ ଚର୍ଚ୍ଚା । ଏହି ମହିଳା ମୃତ୍ୟୁ ପୂର୍ବରୁ ଗୋଟିଏ ଥର ଜେଲର କଏଦୀ ଜୀବନ ବିତେଇବାକୁ କରିଥିଲେ ଆଶା । ସେ ନିଜ ଭାଣିଜୀକୁ ଏହି ଇଚ୍ଛା ବିଷୟରେ କହିଥିଲେ । ଆଉ ଏହି ଇଚ୍ଛାକୁ ପୂରଣ କରିବାକୁ ଭାଣିଜୀ ଜଣକ ଲାଗିପଡିଥିଲେ ।

ପୁଲିସ୍ ଷ୍ଟେସନ ଯାଇ ଭାଣିଜୀ ଜଣକ ପୁଲିସ ଅଫିସରଙ୍କୁ କହିଥିଲେ ଏହି କଥା । ବିନା ଅପରାଧରେ ବୟସ୍କା ମହିଳାଙ୍କୁ ଜେଲରେ ବନ୍ଦୀ ଜୀବନ ବିତେଇବାର ସୁଯୋଗ ଦେବାକୁ କରିଥିଲେ ପ୍ରୟାସ ଏବଂ ଏଥିରେ ରାଜି ହୋଇଥିଲେ ଅଫିସର । ସେହି ମହିଳାଙ୍କ ଘରକୁ ଯାଇ ପୁଲିସ ବୟସ୍କାଙ୍କ ହାତରେ ହାତକଡି ପକାଇ ଜଣେ ଅପରାଧି ଭଳି ତାଙ୍କୁ ଜେଲକୁ ଆଣିଥିଲେ । ଜେଲରେ ନିଜକୁ କଏଦୀ ଭାବେ ଆବିଷ୍କାର କରି ଖୁବ୍ ଖୁସି ଅନୁଭବ କରିଥିଲେ ସେହି ବୟସ୍କା ମହିଳା । କିଛି ଦିନ ପରେ ତାଙ୍କୁ ଜେଲରୁ ମିଳିଥିଲା ମୁକ୍ତି । ଆଉ ମହିଳାଙ୍କର ଏଭଳି ଇଚ୍ଛାକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଥିଲା ।