ଏକବିଂଶ ଶତାଦ୍ଦୀରେ ମନୁଷ୍ୟ ମଧ୍ୟ ଯନ୍ତ୍ରଚାଳିତ ହୋଇଗଲାଣି । ନିୟମିତ ଗଣମାଧ୍ୟମରେ ପ୍ରକାଶିତ ହେଉଥିବା ଶାଶୂ-ବୋହୁ ମନାନ୍ତର ହେଉ ବା ସଂପତ୍ତି ପାଇଁ ପିତା-ପୁତ୍ରଙ୍କ ଝଗଡା ହେଉ ,ଏସବୁ ଆଜିକାଲି ସ୍ୱାଭାବିକ ହୋଇଗଲାଣି । କାରଣ ଆଜିର ସମୟରେ ଅନ-ଲାଇନରେ ବିକ୍ରି ହେଲାଣି ସଂପର୍କ । ସବୁ ଆବଶ୍ୟକତାକୁ ମଣିଷ ଏବେ ଅନ-ଲାଇନ ମାଧ୍ୟମରେ ପାଇପାରୁଛି । ପିତା-ମାତାଙ୍କ ଠାରୁ ଆରମ୍ଭ କରି ସ୍ତ୍ରୀ ପିଲା ମଧ୍ୟ ମିଳୁଛନ୍ତି ଏହି ଅନ୍-ଲାଇନରେ ।
ଜାପାନରେ ଆରମ୍ଭ ହୋଇଛି “ ରେଣ୍ଟ ଏ ୱାଇଫ୍ ଓଟାୱା ଡଟ୍ କମ୍ ” ନାମକ ଏକ ସଂସ୍ଥା । ଏହି ଅନ୍-ଲାଇନ ସାଇଟରେ ସବୁକିଛି ମିଳୁଛି । ଜଣେ ନିସଃସଙ୍ଗ ବ୍ୟକ୍ତି ଚାହିଁଲେ ଘଣ୍ଟା କି ଦିନ ବା ମାସ ହିସାବରେ ସୁଲଭ ମୂଲ୍ୟରେ ଏଠାରୁ ବାପା-ମା’ ଓ ମନମୁତାବକ ସଂପର୍କୀୟ ଲୋକଙ୍କୁ ପାଇପାରୁଛି । ସେଠାରେ ବର୍ଷେ ତଳେ ଆରମ୍ଭ ହୋଇଥିବା ଏହି ସଂସ୍ଥା ଏବେ ଖୁବ୍ ଲୋକପ୍ରିୟତା ଅର୍ଜନ କରିଛି । ନିଃସନ୍ତାନ ଦଂପତ୍ତି ମଧ୍ୟ ଏଠାରୁ ପିଲାଛୁଆ ଭଡାରେ ନେଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/11217838-Hispanic-family-outside-home-for-rent-Stock-Photo-rent-house.jpg)