ଦୁନିଆ ଦେଖିଲା ଭାଇ-ଭଉଣୀର ସ୍ନେହ ! ‘ଭାଇ ଦୁଜ୍’ ରେ ଦିବ୍ୟାଙ୍ଗ ଭଉଣୀ ନିଜର ପାଦରେ ଲଗେଇଲେ ଭାଇ ମଥାରେ ଟୀକା , ଫଟୋ ଭାଇରାଲ

107

ଭାଇ-ଭଉଣୀର ପବିତ୍ର ବନ୍ଧନର କୌଣସି ତୁଳନା ନାହିଁ । ଭାଇର ଶୁଭ ମନାସୀ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ । ତାର ଶୁଭକାମନା କରିଥାଏ । ଆଉ ସାରା ଜୀବନ ବିପଦ ଆପଦରେ ପାଖେ ଠିଆ ହେବାପାଇଁ ଭାଇର ପ୍ରତିଶୃତିକୁ ଆଶା କରିଥାଏ । ତା ବଦଳରେ ଭଉଣୀ କିଛି ବି ଚାହିଁନଥାଏ । ନା ଅର୍ଥ ନା ସ୍ୱାର୍ଥ । ଏହିପରି ଏକ ଉତ୍ସବ ‘ଭାଇ ଦୁଜ୍’ । ଭାଇ-ଭଉଣୀର ପବିତ୍ର ସ୍ନେହର ପ୍ରତୀକ । ଏହାକୁ ସାରା ଦେଶରେ ପାଳନ କରାଯାଏ ।

ହି ଉତ୍ସବର ଏମିତି ଫଟୋ ସାମ୍ନାକୁ ଆସିଛି । ଯାହାକି ସମସ୍ତଙ୍କର ହୃଦୟକୁ ଜିତି ନେଇଛି । ଫଟୋରେ ଜଣେ ଦିବ୍ୟାଙ୍କ ଭଉଣୀ ନିଜର ପାଦର ଅଙ୍ଗୁଳୀରେ ଭାଇର ମଥାରେ ଟୀକା ଲଗାଉଛନ୍ତି । ଫେସବୁକ୍ – ଟ୍ୱିଟରରେ ଏହି ଫଟୋ ଖୁବ୍ ଭାଇରାଲ୍ ହୋଇଛି । ଏବଂ ଏହାକୁ ବହୁତ ସେୟାର କରାଯାଇଛି ।

‘ଭାଇ ଦୁଜ୍’କୁ ଦେଶରେ ଅଲଗା ଅଲଗା ସ୍ଥାନରେ ଭିନ୍ନ ଭିନ୍ନ ନାମରେ ପାଳନ କରାଯାଏ । ବଙ୍ଗଳାରେ ଏହାକୁ ଭାଇ ଫୋଟା ନାମରେ ପାଳିତ ହୁଏ । ବଙ୍ଗଳାରେ ରହୁଥିବା ସମ୍ରାଟ ବସୁ ଭାଇ ଫୋଟାର ପର୍ବ ନିଜର ଭଉଣୀ ସହ ପାଳନ କରି ଫେସବୁକରେ ଫଟୋ ସେୟାର କରିଛନ୍ତି । ଯାହାକୁ ଯିଏ ବି ଦେଖୁଛି ତାର ଆଖି ଲୁହରେ ଭରି ଯାଉଛି । ଏବଂ ଏହି ଦୁଇ ଭାଇ-ଭଉଣୀଙ୍କ ପାଇଁ ଅଜଣା ସ୍ନେହ ବହିଯାଉଛି । ଭଉଣୀ ଯେତେ ଅସମର୍ଥ ହେଲେ ବି ଭାଇର ଶୁଭମନାସୀବାରେ କେବେ ବି ହେଳା କରେନି ।

ଏହି ଫଟୋରେ ସମ୍ରାଟଙ୍କ ଭଉଣୀ ପାଦରେ ତାଙ୍କୁ ଟୀକା ଲଗାଉଥିିବାର ନଜର ଆସୁଛନ୍ତି । ଏବଂ ମୁଣ୍ଡରେ ହାତ ରଖିବାରେ ଅସମର୍ଥ ଭଉଣୀ ମୁଣ୍ଡରେ ପାଦ ରଖି ନିଜର ଆର୍ଶୀବାଦ ଦେଉଛନ୍ତି ପ୍ରିୟ ଭାଇକୁ । ସମ୍ରାଟଙ୍କର ଏହି ଫଟୋ ଏବେ ସୁଦ୍ଧା ୪୮ ହଜାରରୁ ଅଧିକ ଲୋକ ଲାଇକ୍ କରିଛନ୍ତି । ଆଉ ୧୫ ହଜାରରୁ ଅଧିକ ଲୋକ ସେୟାର କରିଛନ୍ତି ।

(ସୌଜନ୍ୟ- ନବଭାରତ ଟାଇମ୍ସ )