ଗୋଟିଏ ବାଇକରେ ୫ଜଣ ! ପୁଲିସ ଦେଖି କଲେ ପ୍ରଣାମ , ଭାଇରାଲ ହେଲା ଫଟୋ

68

ବାଙ୍ଗାଲୁରୁ : ବାଇକରେ ନିୟମ ଅନୁସାରେ ଦୁଇ ଜଣ ଲୋକ ବସିପାରିବେ । ତୃତୀୟ ଜଣ ବସିଥିବାର ଦେଖିଲେ ଟ୍ରାଫିକ୍ ପୋଲିସ୍ ତାଗିଦ୍ କରିବାର ଆପଣଙ୍କର ନଜର ଆସିଥିବ । ଯଦି ଏହି ବାଇକରେ ୫ଜଣ ବସି ଯିବାର ଦେଖାଯିବ ,ତାହେଲେ କଣ ହେବ ?

ଆନ୍ଧ୍ର ପ୍ରଦେଶ ପୁଲିସର ଜଣେ ଅଧିିକାରୀ ଯାହା କରିଛନ୍ତି , ତାହା ଜାଣିଲେ ଆପଣଙ୍କ ଚେହେରାରେ ହସ ଫୁଟି ଉଠିବ । ବାଙ୍ଗାଲୁରୁ ପୁଲସରେ ନିଯୁକ୍ତ ଡିସିପି ଟ୍ରାଫିକ୍ ଅଭିଷେକ୍ ଗୋୟଲ ଜଣେ ପୁଲିସର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଏକ ବାଇକରେ ୫ଜଣ ବସି ଯ୍ଧମଥିବାର ଦେଖି ତାଙ୍କ ପାଖକୁ ଯାଇ ପ୍ରଣାମ କରିଛନ୍ତି ଏବଂ ଆଗକୁ ଟ୍ରାଫିକ୍ ନିୟମ ମାନିବାକୁ ନିର୍ଦ୍ଦେଶ ଦେଇଥିଲେ । ଅଭିଷେକ ଲେଖିଛନ୍ତି ଯେ, ‘ଏହି ଅଧିକାରୀ ଆଉ କଣ କରିପାରିଥାନ୍ତେ । ଆମର ପାଖରେ ସବୁବେଳେ ଏକ ସୁରକ୍ଷିତ ତରିକା ଥାଏ ଆପଣ ବି ସୁରକ୍ଷିତ ତରିକା ଆପଣାନ୍ତୁ ଓ ନିରାପଦ ରୁହନ୍ତୁ । ’

ଏହି ଅଧିକାରୀ ଆନ୍ଧ୍ର ପ୍ରଦେଶ ପୁଲିସରେ ନିଯୁକ୍ତ ଅଛନ୍ତି । ଏବଂ ଫଟୋ ଆନ୍ଧ୍ର ପ୍ରଦେଶର ଅନନ୍ତପୁରର ବୋଲି କୁହାଯାଉଛି । ଅଭିଷେକଙ୍କର ଏହି ଟ୍ୱିଟ୍ ଏବେ ଖୁବ୍ ଭାଇରାଲ ସାଜିଛି । ତାଙ୍କର ଏହି ଟ୍ୱିଟ୍ କୁ ଏବେ ସୁଦ୍ଧା ୧୭୦୦ରୁ ଅଧିକ ଲୋକ ରିଟ୍ୱିଟ୍ କରିଛନ୍ତି ଏବଂ ପାଖାପାଖି ୩୧୦୦ ଲୋକ ଲାଇକ୍ କରିଛନ୍ତି ।ନବଭାରତ ଟାଇମ୍ସରେ ପ୍ରକାଶିତ ଖବର ଏବେ ଚର୍ଚ୍ଚାରେ ।