ସ୍କୁଲରେ ଯୋଗୀ କ୍ରେଜ୍ ! ଛାତ୍ରଙ୍କୁ ‘ ଯୋଗୀ କଟ୍ ’ କେଶ ରଖିବାକୁ ଆଦେଶ

27

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବେ ଚାରିଆଡେ ଚର୍ଚ୍ଚାରେ । ପ୍ରତିଦିନର ଖବରରେ ସ୍ଥାନ ପାଉଛି ତାଙ୍କର ଖବର । ଏବେ ଏମିତି ଏକ ଘଟଣାକୁ ନେଇ ଖୁବ୍ ଚର୍ଚ୍ଚା । ତାଙ୍କର ବେଶଭୂଷା ଠାରୁ ହେୟାର ଷ୍ଟାଇଲ ସବୁଥିରେ ଲୋକଙ୍କର ନଜର ।

ଉତ୍ତର ପ୍ରଦେଶର ୱେଷ୍ଟ ଏଣ୍ଡ ରୋଡ୍ ସ୍ଥିତ ଋଷଭ ଏକାଡେମୀ ନାମକ ଏକ ସ୍କୁଲରେ ପିଲାଙ୍କୁ ଯୋଗୀ ହେୟାର ଷ୍ଟାଇଲ୍ ରଖିବାକୁ ଆଦେଶ ଦିଆଯାଇଛି । ଏହାଛଡା ସ୍କୁଲରେ ଲମ୍ବା କେଶ ଓ ଦାଢୀ ରଖି ଆସୁଥିବା ଛାତ୍ରଙ୍କୁ ସ୍କୁଲରେ ପ୍ରବେଶ ଅନୁମତି ଦିଆଯିବ ନାହିଁ । ସ୍କୁଲର ଏପରି ନିୟମରେ ଅଭିଭାବକମାନେ ବିରୋଧ କରିଛନ୍ତି ।ସୂଚନା ଅନୁସାରେ ସ୍କୁଲର ଅଭିଭାବକ ଯେତେବେଳେ ନିଜର ପିଲାଙ୍କୁ ସ୍କୁଲକୁ ଛାଡିବାକୁ ଆସିଥିଲେ । ସ୍କୁଲର ଏପରି ନିୟମକୁ ଜାଣି ହଙ୍ଗାମା କରିଥିଲେ । ସ୍କୁଲ ପ୍ରବନ୍ଧକ ଓ ଅଭିଭାବକଙ୍କ ଝଗଡା ବଢିବା ନେଇ ପୁଲିସ ପହଁଚିଥିଲେ ଏବଂ ପରିସ୍ଥିତିକୁ ସମାଧାନ କରି ଛାତ୍ରଙ୍କୁ ସ୍କୁଲରେ ପ୍ରବେଶ କରେଇବାକୁ କହିଥିଲେ ।