ଲାଡେନ ପରେ ଏବେ ଟାର୍ଗେଟରେ ତାର ପୁଅ, ? ୪୦ ସୈନିକଙ୍କ ସ୍ୱତନ୍ତ୍ର ଟିମ୍ ହମଜାକୁ ଧରିବାକୁ ନିଯୁକ୍ତ !

61

କନକ ବ୍ୟୁରୋ : ଯେତେବେଳେ ଓସାମା ବିନ୍ ଲାଡେନଙ୍କୁ ୨୦୧୧ ମସିହାରେ ମରାଯାଇଥିଲା , ସେତେବେଳେ ସେ ନିଜ ଉତ୍ତ120523120531-osama-bin-laden-full-169ରାଧିକାରୀ ଭାବେ ୩ଜଣ ପୁଅଙ୍କୁ ଛାଡିଯାଇଥିଲା । ଏମାନଙ୍କ ମଧ୍ୟରୁ ଜଣେ ସବୁକିଛି ଛାଡିଦେଇଛି । ଦ୍ୱିତୀୟ ଜଣକଙ୍କର ମୃତ୍ୟୁ ହୋଇଛି । ଏବଂ ସବୁଠୁ ଛୋଟ ପୁଅ ଲାଡେନର ପଦାଙ୍କ ଅନୁସରଣ କରି ତାର ରାସ୍ତାରେ ଚାଲିବା ଆରମ୍ଭ କରିଛି । ଏବେ ୨୮ ବର୍ଷୀୟ ହମଜା ଲାଡେନ ଦ୍ୱାରା ଗଠିତ ଆତଙ୍କୀ ସଂଗଠନର ଅଲ୍-କାଏଦାର ଟପ୍ ନେତା ଅଛନ୍ତି । ଏବଂ ଖୁବ୍ ଶୀଘ୍ର ତାଙ୍କୁ ଏହି ସଂଗଠନର ଅଧିକାରୀ ସ୍ତରରେ କମାଣ୍ଡ ମିଳିପାରେ । ବ୍ରିଟିଶ ମିଡିଆର ରିପୋର୍ଟ ଅନୁସାରେ , ମିଳିତ ସେନା ହମଜାକୁ ‘ମାରିବା ବା ଜିଅଁନ୍ତା ଧରିବା’ ପାଇଁ ଏକ ଗୁପ୍ତ ଅଭିଯାନରେ କାମ କରୁଛନ୍ତି ।

HAMJAରିପୋର୍ଟ ଅନୁସାରେ, ସିରିଆ ରେ ସକ୍ରିୟ ଏହି ମିଳିତ ସେନାର ମୋଷ୍ଟ ୱାଂଟେଡ୍ ଆତଙ୍କବାଦୀଙ୍କ ତାଲିକାରେ ହମଜା ଅବଲ ନାଁ ରହିଛି । ସିଆଇଏ ମଧ୍ୟ ଆଶଙ୍କା କରିଛି କି ଲାଡେନର ମୃତ୍ୟୁ ପରେ ହମଜା ଅଲ-କାଏଦାର ଆଗାମୀ ମୁଖିଆ ହୋଇପାରେ । ଓସାମା ବିନ୍ ଲାଡେନ୍ ୧୧ ସେପ୍ଟେମ୍ବର ୨୦୧୧ମସିହାରେ ଆମେରିକାରେ ହୋଇଥିବା ଆତଙ୍କୀ ହମଲାର ଦାୟିତ୍ୱ ନେଇଥିଲା । ଏହାର ୧୦ ବର୍ଷ ପରେ ୨୦୧୧ରେ ୟୁଏସ୍ ନେଭି ସିଲ୍ସ ଏବୋଟାବାଦ୍ ରେ ଲାଡେନର ବାସସ୍ଥଳିରେ ଆକ୍ରମଣ କରି ତାକୁ ମାରିଥିଲେ ।

‘ଦ ଏକ୍ସପ୍ରେସ୍ ଟ୍ରିବ୍ୟୁନ’ ଅନୁସାରେ ଗୁପ୍ତଚର ସଂସ୍ଥାମାନେ ଏହି ଚେତାବନୀ ମଧ୍ୟ ଜାରି କରିଛନ୍ତି ,ହମଜା ଏବେ ପୁରା ସକ୍ରିୟ ହୋଇସାରିଛି । ଏବଂ ସେ ନିଜର ପିତାଙ୍କର ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ପଶ୍ଚିମ ଦେଶ ଉପରେ ବଡ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି । ହମଜା ୨୦୧୫ରେ ଲଣ୍ଡନରେ ହୋଇଥିବା ଆତଙ୍କୀ ଆକ୍ରମଣର ପ୍ରଶଂସନୀୟ ସ୍ୱରୂପ ଏକ ଭିଡିଓରେ ନଜର ଆସିଥିଲା । ଗୁପ୍ତଚର ସଂସ୍ଥାଗୁଡିକୁ ସୂଚନା ମିଳିଛି ଯେ ହମଜା ସିରିଆରେ ଅଛି । ଏହାପରେ ସିଆଇଏ ତାକୁ ୟୁଏସର ଟେରର ୱାଚ୍ ଲିଷ୍ଟରେ ସାମିଲ କରିଛି ।

ସେନା ପାଖାପାଖି ୪୦ ସ୍ୱତନ୍ତ୍ର ଏୟର ସର୍ଭିସ୍ ସୋଲଜରଙ୍କୁ ସିରିଆରେ ହମଜାକୁ ଖୋଜିବାକୁ ଗୁପ୍ତ ମିଶନ ରେ ଲାଗିଛି । ଏହି ସ୍ପେଶାଲ ଟିମ୍ ପାଖରେ ହାଇଟେକ୍ ସ୍ପାଇ ପ୍ଲେନ୍ସ ଓ ଡ୍ରୋନ୍ସ ଅଛି । ଯାହା କି ରେଡିୟୋ କମ୍ୟୁନିକେଶନ ସିଗନଲକୁ ଧରିପାରିବ । (ସୌଜନ୍ୟ-ନବଭାରତ ଟାଇମ୍ସ)