ଏମିତି ଏକ ପରିବାର , ଯେଉଁଠି ସମସ୍ତେ ପିନ୍ଧୁଛନ୍ତି ହେଲମେଟ୍ !

27

ଆମେରିକାର ଅଛି ଏମିତି ଏକ ପରିବାର , ଯେଉଁଠି ପରିବାରର ସବୁ ସଦସ୍ୟ ପିନ୍ଧୁଛନ୍ତି ହେଲମେଟ୍ । ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଟେକ୍ସାସରେ ରହୁଥିବା ଗ୍ୟାରି ଗୁଟରେଜଙ୍କ ପରିବାର ଏଭଳି କାମ କରୁଛନ୍ତି । ସେମାନଙ୍କର ଅଜବ ପ୍ରକାରର ବେଶଭୂଷା ମଧ୍ୟ ପଡୋଶୀଙ୍କୁ ଚକିତ କରିଛି । କାହିଁକି ସେମାନେ ଏପରି କରୁଛନ୍ତି ? ଏହା ଜାଣିବାକୁ ନିଶ୍ଚେ ଇଚ୍ଛା ହେଉଥିବ । ଘର କାମ କରିବା ଠାରୁ ଆରମ୍ଭ କରି ଟିଭି ଦେଖିବା ଓ ଶୋଇବା ସମୟରେ ମଧ୍ୟ ହେଲମେଟ ପିନ୍ଧୁଥିବାର ଦେଖିବାକୁ ମିଳିଛି । ଏହାର କାରଣ କିନ୍ତୁ ଟିକେ ଅଲଗା । କୈାଣସି ବଡ ସମସ୍ୟା ପାଇଁ ନୁହେଁ ।

ନିକଟରେ ଭାରତର ଏକ ସରକାରୀ କାର୍ଯ୍ୟାଳୟରେ କିଛି କର୍ମଚାରୀ ହେଲମେଟ୍ ପିନ୍ଧି କାମ କରୁଥିବାର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା । ଏହାର କାରଣ ଥିଲା ସଂପୃକ୍ତ ସରକାରୀ କାର୍ଯ୍ୟାଳୟର ଦୁରାବସ୍ଥା । କେତେବେଳେ ଛାତ ଭୁଷୁଡି ପଡିବ ସେନେଇ କର୍ମଚାରୀମାନେ ହେଲମେଟ୍ ବ୍ୟବହାର କରୁଥିଲେ । ହେଲେ ଟେକ୍ସାସର ଏହି ପରିବାର ହେଲମେଟ୍ ପିନ୍ଧିବା ପଛରେ କାରଣ ହେଉଛି ତାଙ୍କର ୪ ମାସର ଛୋଟ ପୁଅ । ଛୋଟ ପୁଅ ଜୋନ୍ସ ପ୍ଲୋଜିୟୋସେଫ୍ଲି ନାମକ ଏକ ରୋଗରେ ପୀଡିତ । ଏହି ରୋଗରେ ଶିଶୁର ମୁଣ୍ଡର ଆକାର ବୃଦ୍ଧି ପାଇଥାଏ ।

ଡାକ୍ତରଙ୍କ ପରାମର୍ଶ କ୍ରମେ ନିର୍ଦ୍ଦିଷ୍ଟ ବୟସ ପର୍ଯ୍ୟନ୍ତ ମୁଣ୍ଡରେ ହେଲମେଟ୍ ପିନ୍ଧିଲେ ଏହା ଆଉ ବୃଦ୍ଧି ପାଇବ ନାହିଁ । ଏହାକୁ ଗ୍ରହଣ କରି ପରିବାର ଲୋକେ ଶିଶୁଟିକୁ ସବୁବେଳେ ହେଲମେଟ୍ ପିନ୍ଧାଉଛନ୍ତି ଏବଂ କାଳେ ପିଲାଟି ଏକୁଟିଆ ଏହା ପିନ୍ଧିବା ଦ୍ୱାରା ତା ମନରେ ଅଲଗା ଭାବନା ସୃଷ୍ଟି ହେବ , ଏଥିପାଇଁ ସମସ୍ତେ ହେଲମେଟ ପିନ୍ଧିବା ଅଭ୍ୟାସ କରିଛନ୍ତି । (ସୈାଜନ୍ୟ- ପିପୁଲ୍ ଡଟ୍ କମ୍ )