ଟାଟା ଟ୍ରଷ୍ଟର ମହାନ ଦାନ ! କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ଦେଲେ ୧ହଜାର କୋଟିର ଦିୱାଲୀ ଉପହାର

29

ରତନ ଟାଟାଙ୍କ ନେତୃତ୍ୱରେ କାମ କରୁଥିବା ଟାଟା ଟ୍ରଷ୍ଟ, କର୍କଟ ରୋଗୀଙ୍କୁ ଭଲ ଚିକିତ୍ସା ପାଇଁ ପୁଣି କରିଛନ୍ତି ସାହାଯ୍ୟ । ଟାଟା ଟ୍ରଷ୍ଟ ୫ଟି ରାଜ୍ୟରେ କର୍କଟର ଉପଚାର ସୁବିଧା ଉପଲବ୍ଧ କରିବା ପାଇଁ ସରକାରଙ୍କୁ ୧ହଜାର କୋଟି ଟଙ୍କା ଦାନ ଦେବାକୁ ଯାଉଛନ୍ତି । ଟାଟା ଟ୍ରଷ୍ଟର ଏହି ସାହାଯ୍ୟର ଲାଭ ହଜାର ହଜାର କର୍କଟ ରୋଗୀ ଓ ତାଙ୍କ ପରିବାରକୁ ମିଳିବ ।

ରାଜସ୍ଥାନ , ଝାରଖଣ୍ଡ , ଉତ୍ତରପ୍ରଦେଶ , ଆନ୍ଧ୍ର ପ୍ରଦେଶ ଓ ଆସାମରେ କ୍ୟାନସରର ଚିକିତ୍ସା ପାଇଁ ଏହି ଡାକ୍ତରଖାନାଗୁଡିକୁ ବିକଶିତ କରାଯିବ । ଏହି ଡାକ୍ତରଖାନାରେ ମୁମ୍ବାଇର ଟାଟା ମେମୋରିୟଲ ଡାକ୍ତରଖାନା ଭଳି କ୍ୟାନସରର ଚିକିତ୍ସା ସୁବିଧା ହେବ । ଏବେ ଟାଟା ମେମୋରିୟଲରେ ସମଗ୍ର ଦେଶରୁ ଆସୁଥିବା ରୋଗୀଙ୍କୁ ସବସିଡିରେ ଚିକିତ୍ସା କରାଯାଉଛି । ଏହି ଡାକ୍ତରଖାନାରେ ଚିକିତ୍ସିତ ହେବାକୁ ଆସୁଥିବା ଲୋକଙ୍କ ସଂଖ୍ୟା ଏତେ ଅଧିକ ଯେ , ଚିକିତ୍ସା ପାଇଁ ରୋଗୀଙ୍କୁ ୱେଟିଂ ଲିଷ୍ଟରେ ରଖିବାକୁ ପଡିଥାଏ । ଅନେକଥର ଲୋକେ ମୁମ୍ବାଇ ଭଳି ସହରକୁ ଆସି ଚିକିତ୍ସା କରିପାରନ୍ତି ନାହିଁ ଏବଂ ସେମାନଙ୍କୁ ଅଧାରୁ ଚିକିତ୍ସାକୁ ଛାଡି ଫେରିଯାଇଥାନ୍ତି ।

ସରକାରଙ୍କ ସୂତ୍ରରୁ ପ୍ରକାଶ ଯେ, ନିକଟରେ ରତନଟାଟା ଦେଶରେ ଅନେକ ଆଫୋର୍ଡେବଲ କ୍ୟାନସର ଉପଚାର ସଂସ୍ଥାନ ଖୋଲିବା ନେଇ ଇଚ୍ଛା କରିଛନ୍ତି । ରତନ ଟାଟା , ଟାଟା ଗ୍ରୁପ୍ ର ଅନ୍ୟ କଂପାନୀଗୁଡିକୁ କର୍ପୋରେଟ୍ ସୋସିଆଲ୍ ରେସ୍ପନ୍ସିବିଲିଟି (ସିଏସଆର୍) ପ୍ରୋଗ୍ରାମରେ ଅଧିକରୁ ଅଧିକ ଯୋଡିବାକୁ କହିଛନ୍ତି । ଟାଟା ଟ୍ରଷ୍ଟ ଦ୍ୱାରା ଦିଆଯାଉଥିବା ୧ ହଜାର କୋଟି ଟଙ୍କାର ରାଶି ର ବ୍ୟବହାର ଇନଫ୍ରାଷ୍ଟ୍ରକଚର ନିର୍ମାଣ ଓ ମେଡିକଲ୍ ଜିନିଷ କିଣିବାରେ ଖର୍ଚ୍ଚ ହେବ । ଏହି ରାଜ୍ୟ ଗୁଡିକରେ ବିକଶିତ ହେବାକୁ ଯାଉଥିବା ଡାକ୍ତରଖାନା ର ଷ୍ଟାଫଙ୍କୁ ଟାଟା ମେମୋରିୟଲ ପ୍ରଶିକ୍ଷିତ କରିବ ।

( ସୌଜନ୍ୟ- ନବଭାରତ ଟାଇମ୍ସ)