ସୁନନ୍ଦା ପୁଷ୍କରଙ୍କ ରହସ୍ୟମୟ ମୃତ୍ୟୁ ମାମଲା ! ହୋଟେଲ ରୁମର ସିଲ୍ ହଟାଇବାକୁ ପୁଲିସକୁ କୋର୍ଟ ଦେଲେ ନିର୍ଦ୍ଦେଶ

87

sashi-sunandaବହୁ ଚର୍ଚ୍ଚିତ ସୁନନ୍ଦା ପୁଷ୍କରଙ୍କ ରହସ୍ୟମୟ ମୃତ୍ୟୁର ମାମଲା । ଯାହା ଦେଶ ତଥା ବିଦେଶରରେ ଖୁବ୍ ଆଲୋଚନାର ବିଷୟ ଥିଲା । ସବୁ ଗଣମାଧ୍ୟମର ମୁଖ୍ୟ ଖବର ସାଜିଥିଲା । ଦିଲ୍ଲୀର ଏକ କୋର୍ଟ ପୁଲିସକୁ ଦେଇଛନ୍ତି ନିର୍ଦ୍ଦେଶ । ସିଲ୍ ହୋଇଥିବା ଫାଇଭ ଷ୍ଟାର ହୋଟେଲ ରୁମର ସିଲ୍ ହଟାଇବାକୁ କହିଛି କୋର୍ଟ । ଯେଉଁଠି ସୁନନ୍ଦା ପୁଷ୍କରଙ୍କ ରହସ୍ୟମୟ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା ।

କଂଗ୍ରେସ ନେତା ଶଶୀ ଥରୁରଙ୍କ ପତ୍ନୀ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ୨୦୧୪ରେ ହୋଇଥିଲା । ଏବେ ବି ପୁଲିସର ଏହି ମୃତୟୁର କାରଣକୁ ଖୋଜି ପାରିନି । ଏବେ ରହସ୍ୟର ଆଢୁଆଳରେ ସୁନନ୍ଦାଙ୍କ ମୃତ୍ୟୁର କାରଣ । ମେଟ୍ରୋପଲିଟନ ମାଜିଷ୍ଟ୍ରେଟ୍ ଧର୍ମେନ୍ଦ୍ର ସିଂହ ୨୬ ସେପ୍ଟେମ୍ବର ଯାଏ ଏ ବିଷୟରେ ଅନୁପାଳନ ରିପୋର୍ଟ ଦାଖଲ କରିବା ପାଇଁ ପୁଲିସକୁ କହିଛନ୍ତି । ଏହା ଛଡା ପୁଲିସକୁ ଯାଂଚ ପାଇଁ ହୋଟେଲ ରୁମରୁ ଜରୁରୀ ଜିନିଷ ନେବାକୁ ମଧ୍ୟ ଅନୁମତି ଦେଇଛନ୍ତି ।

sunanda-pushkar_650x400_61500645288ସୁନନ୍ଦାଙ୍କର ମୃତ୍ୟୁର ଯାଂଚରେ ଧିମା ପଡିବା ନେଇ କୋର୍ଟ ୪ ସେପ୍ଟେମ୍ବରରେ ପୁଲିସକୁ କହିଥିଲେ । ହୋଟେଲ ପ୍ରବନ୍ଧନଙ୍କ ପିଟିସନକୁ ନେଇ ଘୋଷଣା କରିଥିଲେ । ଯେଉଁଥିରେ ଏହି ରୁମର ସିଲ୍ ହଟାଇବାର ଦାବୀ ହୋଇଥିଲା , ଯେଉଁ କୋଠରୀରେ ସୁନନ୍ଦାଙ୍କର ମୃତ୍ୟୁ ହୋଇଥିଲା । କୋର୍ଟ କହିଥିଲା , ଦିଲ୍ଲୀ ପୁଲିସର ଧିମା ମନୋଭାବ ଯୋଗୁଁ ହୋଟେଲର ବହୁତ କ୍ଷତି ହୋଇଛି । ଯାଂଚ ନାମରେ ହୋଟେଲକୁ ଅସୁବିଧାରେ ପକାଯାଇଛି । ପୁଲିସ୍ ଯାଂଚ ପୁରା କରିବା ପାଇଁ ଅଧିିକ ସମୟ ମାଗିଥିଲା ଏବଂ କହିଥିଲା କି ଫରେନ୍ସିକ୍ ବିଶେଷଜ୍ଞ ଏଇ ନିକଟରେ ଏହି ରୁମକୁ ଆସିଥିଲେ ଏବଂ ଅନେକ ପ୍ରମାଣ ପାଇଥିଲେ । ଯାହାର ରିପୋର୍ଟକୁ ଅପେକ୍ଷା କରାଯାଇଛି । ପୁଲିସ୍ କହିଛି ଯେପର୍ଯ୍ୟନ୍ତ ରିପୋର୍ଟରେ ଏହା କିଛି ସ୍ପଷ୍ଟ କରାଯାଇନାହିଁ ଯେ ରୁମକୁ ଆଉ ବନ୍ଦ ରଖାଯାଉ , ସେପର୍ଯ୍ୟନ୍ତ ହୋଟେଲ ରୁମକୁ ଖୋଲା ଯାଇପାରିବନି । କୋର୍ଟ ୨୧ ଜୁଲାଇରେ ୪ ସପ୍ତାହ ଭିତରେ ରୁମର ସିଲ୍ ହଟାଇବାକୁ ଆଦେଶ ଦେଇଥିଲା । ଆଉ କହିଥିଲା ପୁଲିସର ଅବହେଳା ଯୋଗୁଁ ହୋଟେଲର ସମସ୍ୟାରେ ଆଉ ପକାଯାଇପାରିବ ନାହିଁ ।

Sunanda Pushkar hotelକୋର୍ଟ କହିଛନ୍ତି ,ହୋଟେଲର କୈାଣସି ଅପରାଧିକ କାର୍ଯ୍ୟ ଦେଖିବାକୁ ମିଳିନି । ଦକ୍ଷିଣ ଦିଲ୍ଲୀର ହୋଟେଲ ରୁମରେ ସୁନନ୍ଦାଙ୍କ ୧୭ ଜାନୁୟାରୀ ୨୦୧୪ରେ ମୃତ ଦେହ ମିଳିଥିଲା । ଯାଂଚ ପାଇଁ ହୋଟେଲର ସଂପୃକ୍ତ ରୁମକୁ ସେହି ରାତିରେ ସିଲ୍ କରାଯାଇଥିଲା ।
(ସୌଜନ୍ୟ- ନବଭାରତ ଟାଇମ୍ସ )