ଦିଲ୍ଲୀରେ ଚାଷୀଙ୍କ ଅଭିନବ ବିକ୍ଷୋଭ : ବେକରେ ଖପୁରୀ ମାଳ, ମୁହଁରେ ହତାଶା ଆଉ ନିରାଶାର ଚିହ୍ନ

45

skulls-farmers-suicide_650x400_81490089387କନକ ବ୍ୟୁରୋ : ବେକରେ ଖପୁରୀ ମାଳ । ମୁହଁରେ ହତାଶା ଆଉ ନିରାଶାର ଚିହ୍ନ । ଆଉ କେଉଁଠି ନୁହେଁ, ଖୋଦ୍ ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି ଏପରି ବିକ୍ଷୋଭ । କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏପରି ଅଭିନବ ଶୈଳୀରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ତାମିଲନାଡୁର ଚାଷୀ । ଆତ୍ମହତ୍ୟା କରିଥିବା ଚାଷୀଙ୍କ ଋଣ ଛାଡ଼ ଓ ମରୁଡ଼ି ସହାୟତା ପ୍ରଦାନ କରିବା ଦାବିରେ ୧୫୦ରୁ ଅଧିକ ଚାଷୀ ଦିଲ୍ଲୀର ଯନ୍ତର ମନ୍ତରଠାରେ ପ୍ରଦର୍ଶନ କରିଛନ୍ତି ବିକ୍ଷୋଭ ।

ଆତ୍ମହତ୍ୟା କରିଥିବା ୧୨ରୁ ଅଧିକ ଚାଷୀଙ୍କ ଖପୁରି ମାଳ ଧରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଉଦ୍ୟମ କରିଛନ୍ତି ଏହି ଚାଷୀମାନେ । ଗତ ୧୪ ତାରିଖଠାରୁ ସେମାନେ ଏହିପରି ମୃତଚାଷୀଙ୍କ ଖପୁରି ଧରି ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି । କାବେରୀ ଜଳ କର୍ଣ୍ଣାଟକକୁ ଦିଆଯିବା ପରେ ଏହା ଉପରେ ନିର୍ଭର କରୁଥିବା ତାମିଲନାଡ଼ୁର ୧୨ଲକ୍ଷ ହେକ୍ଟର ଜମିରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁଥିପାଇଁ ଗତ ଅକ୍ଟୋବରଠାରୁ ପ୍ରତିମାସରେ ହାରାହାରି ୨ଜଣ ଚାଷୀ ଆତ୍ମହତ୍ୟା କରୁଥିବା ତାମିଲନାଡ଼ୁ କୃଷକ ସଂଘ ପକ୍ଷରୁ କୁହାଯାଇଛି । ଏହାର କ୍ଷତିପୂରଣ ସ୍ୱରୂପ କେନ୍ଦ୍ର ସରକାର ୪୦ହଜାର କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିବାକୁ ତାଞ୍ଜାଭୁର ଓ ତିରୁଚିରାପଲ୍ଲୀ ଅଂଚଳର ଏହି ଚାଷୀମାନେ ଦାବି କରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –