ଲୋଡା ପଡେନି ହୋମ ନିଅାଁ : ପାଣିକୁ ସାକ୍ଷି ରଖି ଏଠାରେ ଭାଇ ସହ ଭଉଣୀର ହୁଏ ବିବାହ!

34

ଆଜି ବି ସମାଜରେ ଲୁଚି ରହିଛି ଅନ୍ଧବିଶ୍ୱାସ । ଆଉ ଲୋକମାନେ କରୁଛନ୍ତି ଅଦ୍ଭୂତ କାର୍ଯ୍ୟ । ଏମିତି ଏକ ଖବରକୁ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏକ ଆଦିବାସୀ ସମାଜର ଅଜବ ପରଂପରା ।

ସୂଚନା ଅନୁସାରେ ଛତିଶଗଡରେ ବସ୍ତରର କାଙ୍ଗେର ଘାଟିର ଧୁରୱା ସମାଜରେ ଏମିତି ଏକ ପ୍ରଥା ରହିଛି । ଏଠାରେ ଭାଇ ସହ ଭଉଣୀର କରାଯାଉଛି ବିବାହ । ଆଉ ଏହି ସଂପ୍ରଦାୟରେ ପୁଅ-ଝିଅଙ୍କ ବିବାହରେ ନିଆଁକୁ ସାକ୍ଷି ରଖାଯାଏନାହିଁ । ପାଣିକୁ ସାକ୍ଷି ରଖି ବିବାହ କାର୍ଯ୍ୟ କରାଯାଏ ଏହି ଧୁରୱା ସମାଜରେ ପୁଅର ବିବାହ ତାର ମାମୁଁ ବା ନିଜ ଭାଇ ସହ କରାଯାଇଥାଏ । ଯିଏ ବିବାହ ପାଇଁ ମନାକରେ ସେହି ସମାଜ ତାଙ୍କ ଠାରୁ ଜୋରିମନା ଆଦାୟ କରେ । ଏଠାରେ ବିବାହ ପାଇଁ ଝିଅର ସର୍ବନିମ୍ନ ବୟସ ୧୮ ବର୍ଷ ଓ ପୁଅର ବୟସ ୨୧ ବର୍ଷ ହୋଇଥାଏ ।