ପଛୁଆ ଜିଲ୍ଲାର ଆଗୁଆ ଝିଅ : ଆଖି ନଥାଇ ବି ଓଏଏସ୍ ପାଇଁ ଉଦାହରଣ ପାଲଟିଲେ କୋରାପୁଟ ଝିଅ ସସ୍ମିତା

85

କନକ ବ୍ୟୁରୋ : ନିଜ ଉଦ୍ୟମ ଓ ପ୍ରତିଭା ବଳରେ ପହଂଚିପାରିଛନ୍ତି ନିଜ ଲକ୍ଷ୍ୟ ସ୍ଥଳରେ । ଭିନ୍ନକ୍ଷମ, ଆଖିକୁ ଭଲ ଭାବେ ଦେଖାଯାଏ ନାହିଁ, ହେଲେ ଅଟକି ଯାଇନି ତାଙ୍କର ପାଦର ଗତି । ନିଜ ପାଇଁ ସୃଷ୍ଟି କରିଛନ୍ତି ସ୍ୱତନ୍ତ୍ର ପରିଚୟ, ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।

ଜୀବନକୁ ଭରପୂର ଜିଇଁବାର ଇଚ୍ଛା । ଦୁଃଖକୁ ପଛରେ ପକାଇ ଆଗକୁ ବଢିବାର ସାହାସ । ଭିନ୍ନକ୍ଷମ ହୋଇ ମଧ୍ୟ ସମାଜ ପାଇଁ ଦେଖାଇଛନ୍ତି ସକ୍ଷମର ବାଟ । କୋରାପୁଟ ଜିଲ୍ଲାର ସସ୍ମିତା ଜେନା । ପଛୁଆ ଜିଲ୍ଲାର ଆଗୁଆ ଝିଅ ଭାବେ ସସ୍ମିତା ଓଏଏସରେ ପରୀକ୍ଷାରେ ସଫଳ ହୋଇ ସମସ୍ତଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ଆଖିକୁ ଭଲଭାବେ ଦେଖାଯାଏନାହଁ । ୭୦ ଭାଗ ଦିବ୍ୟାଙ୍ଗ ହୋଇ ମଧ୍ୟ ସସ୍ମିତା, ସମସ୍ତଙ୍କ ପାଇଁ ଆଣିଛନ୍ତି ଗୌରବ ।

ପିଲାଟି ଦିନରୁ ଉଚ୍ଚ ଆଶା ରଖି ଆସିଥିବା ସସ୍ମିତା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ବିଇଡି କରିଛନ୍ତି । ଏହି ସମୟରେ ହିଁ ସେ ଚଳାଇଥିଲେ ଓଏଏସ ପ୍ରସ୍ତୁତି । କୌଣସି କୋଚିଂ ନନେଇ ଘରେ ପ୍ରସ୍ତୁତ ହୋଇଥିଲେ ସସ୍ମିତା । ସମାଜ ପାଇଁ କିଛି କରିବାର ଇଚ୍ଛା ତାଙ୍କୁ ନିଜ ଲକ୍ଷ୍ୟ ସ୍ଥଳରେ ପହଚାଂଇଥିଲା । ବାପା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡ୍ରାଇଭର । ଘରର ଆର୍ଥିକ ସ୍ଥିତି କିମ୍ବା ନିଜର ଶାରୀରିକ ଅକ୍ଷମତା ସବୁ ହାର ମାନିଛି ତାଙ୍କର ଦୁର୍ବାର ଇଚ୍ଛାଶକ୍ତି ଆଗରେ । ଓଏଏସ ପାଇବା ପରେ ଏବେ ତାଙ୍କ ପରିବାରରେ ଖୁସିର ଲହରି ଖେଳିଯାଇଛି ।

ସମାଜର ଅନେକ କ୍ଷେତ୍ରରେ ଆଜି ନାରୀ ନିଜକୁ ପ୍ରତିଷ୍ଠିତ କରାଇଛନ୍ତି । ସସ୍ମିତାଙ୍କ ଏହି ସଫଳତା କେବଳ ନାରୀଜାତି ନୁହେଁ ସମସ୍ତଙ୍କ ପାଇଁ ପ୍ରେରଣା ଯୋଗାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –