ମଧ୍ୟପ୍ରଦେଶ : ଦୁନିଆରେ ବହୁତ ପରମ୍ପରା ଲୋକେ ପାଳନ କରନ୍ତି । ଏ ସବୁ କୈାଣସି ବ୍ୟକ୍ତି ବା ଘଟଣା ସହ ଜଡିତ ଥାଏ । ଏହିପରି ଏକ ପରମ୍ପରା ମଧ୍ୟପ୍ରଦେଶର ଛିନ୍ଦୱାଡା ଜିଲ୍ଲାରେ ପାଳିତ ହୁଏ । ଲୋକେ ପରସ୍ପରକୁ ପଥର ମାରିଥାନ୍ତି ।
ପ୍ରଶାସନର ସଂରକ୍ଷଣରେ ଦୁଇ ଗାଁର ଲୋକଙ୍କ ମଧ୍ୟରେ ପଥର ମରାମରି ହୋଇଥାଏ । ଏଥିରେ ଅନେକ ଲୋକ ବି କ୍ଷତବିକ୍ଷତ ହୋଇଥାନ୍ତି । ସ୍ଥାନୀୟ ଲୋକଙ୍କ କହିବାନୁସାରେ ବହୁ ବର୍ଷ ପୂର୍ବେ ପ୍ରେମୀ ଯୁଗଳ ପ୍ରେମ ପାଇଁ ଜୀବନ ଦେଇଥିଲେ । ସାବର ଗାଁର ଯୁବକ ପାଡୁର୍ଣ୍ଣା ଗାଁର ଝିଅକୁ ଭଲପାଉଥିଲେ । ଯୁବକ ଜଣକ ଝିଅକୁ ଉଠାଇ ନେଇଥିଲେ । ଏହାର ବିରୋଧ କରି ସେହି ଗାଁର ଲୋକେ ପଥର ମାରିଥିଲେ । ଫଳରେ ପ୍ରେମୀ ଯୁଗଳ ମରିଯାଇଥିଲେ । ଏହି ଘଟଣାକୁ ସ୍ମୃତି କରି ପ୍ରତି ବର୍ଷ ଗୋଟମାର ମେଳା ନାଁରେ ଏହି ପଥରମରା ପରମ୍ପରା ଚାଲୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/15_09_2015-stone-war.jpg)