ରୋଗୀଙ୍କୁ ମାଗଣାରେ ଡାକ୍ତରଖାନା ପହଁଚାଉଛନ୍ତି ଅଟୋଚାଳକ ! ଅକ୍ଷୟ କୁମାର ସେୟାର କଲେ ଅଟୋର ଫଟୋ

37

ଅନେକ ସମୟରେ ରାସ୍ତାରେ ଯାଉଥିବା ବେଳେ ଆମେ ଏମିତି କିଛି ଜିନିଷ ଓ ଘଟଣା ବିଷୟରେ ଅବଗତ ହେଉ, ଯାହା ଆମର ଧ୍ୟାନକୁ ସେ ଆଡକୁ ଟାଣିଥାଏ । ଆଉ ଆମକୁ ସେ ବିଷୟରେ ଭାବିବାକୁ ବାଧ୍ୟ କରିଥାଏ । ଆମେ ନିଜର ଭଲ ପାଇଁ ସବୁବେଳେ ଚିନ୍ତା କରୁଥିବାବେଳେ , କିଛି ଲୋକ ଅଛନ୍ତି ଯେଉଁମାନେ ନିଜର କର୍ମ ବ୍ୟସ୍ତତା ଭିତରେ ବି ସମାଜ ପାଇଁ ଚିନ୍ତା କରିଥାନ୍ତି । ଲୋକଙ୍କ ଭଲ ପାଇଁ ନିଜର ଉଦ୍ୟମ ଜାରି ରଖିଥାନ୍ତି ।

ଏମିତି ଜଣେ ବ୍ୟକ୍ତି ହେଲେ ଜଣେ ଅଟୋଚାଳକ । ଫିଲ୍ମ ଅଭିନେତା ଅକ୍ଷୟ କୁମାର ଏହି ଅଟୋ ଚାଳକଙ୍କ ଫଟୋ ଟ୍ୱିଟରରେ ସେୟାର କରିଛନ୍ତି । ଫଟୋରେ ଅଟୋର କେବଳ ପଛ ଭାଗ ନଜର ଆସୁଛି । , କିନ୍ତୁ ଏଥିରେ ଯାହା ଲେଖା ହୋଇଛି , ତାହା ସେ ଆଡକୁ ଧ୍ୟାନ ଦେବାକୁ ବାଧ୍ୟ କରିଥାଏ । ଅଟୋବାଲା ପଛରେ ଲେଖିଛନ୍ତି , ‘ ଗମ୍ଭୀର ରୋଗୀଙ୍କ ପାଇଁ ମାଗଣା ସେବା’

ଅଭିନେତା ଅକ୍ଷୟ କୁମାର ଏହି ଫଟୋକୁ ସେୟାର କରି ଏହା ସହ ଲେଖିଛନ୍ତି , ‘ ତାଙ୍କ ପରି ଆମକୁ ବି ପ୍ରତିଦିନ ଅନେକ ଏମିତି ସୁଯୋଗ ମିଳେ ,ଯେତେବେଳେ ଆମେ ମାନବିକତାର ସାମ୍ନା କରିଥାଉ ।’ମରାଠୀ ଓ ଇଂରାଜୀ ଦୁଇ ଭାଷାରେ ଲେଖାଯାଇଥିବା ଏହା ସ୍ପଷ୍ଟ ଯେ, ଏହି ଅଟୋ ଚାଳକ ମହାରାଷ୍ଟ୍ରର ଅଟନ୍ତି । ଏବଂ ଏହି ଫଟୋଟି ବୋଧହୁଏ ଅକ୍ଷୟ କାର୍ ଭିତରୁ ଉଠାଇଛନ୍ତି । ଏହି ଫଟୋଟି ଏବେ ସୋସିଆଲ ମିଡିଆରେ ଭାଇରାଲ୍ ସାଜିଛି । ଆଉ ଅଟୋଚାଳକଙ୍କୁ ଖୁବ୍ ପ୍ରଶଂସା ମିଳିଛି ସୋସିଆଲ ମିଡିଆରେ ।

( ସୌଜନ୍ୟ -ନବଭାରତ ଟାଇମ୍ସ )