ସାଇକେଲ ଚଢି ରାଜାଙ୍କୁ ଭେଟିବାକୁ ଗଲେ ପ୍ରଧାନମନ୍ତ୍ରୀ ! ଫଟୋ ଏବେ ଭାଇରାଲ୍

24

ନେଦରଲାଣ୍ଡ : ଯେକୌଣସି ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ ସେ ବାହାରକୁ ଯାତ୍ରା କଲାବେଳେ ସୁରକ୍ଷା ବ୍ୟବସ୍ଥା କରାଯାଏ । ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଗଲାବେଳେ ସେ ଯାଉଥିିବା ଗାଡି ଠାରୁ ନେଇ ରାସ୍ତାଘାଟ ସବୁ ସ୍ୱତନ୍ତ୍ର ପ୍ରକାରର ବ୍ୟବସ୍ଥା ହୋଇଥାଏ । କିନ୍ତୁ ଜଣେ ପ୍ରଧାନମନ୍ତ୍ରୀ କେବେ ସାଇକେଲ ଚଢି ଯିବାର ଦେଖିନଥିବେ କି , ଶୁଣିବି ନଥିବେ । ହେଲେ ଏକଥା ସତ । ନବଭାରତ ଟାଇମ୍ସରେ ପ୍ରକାଶିତ ଏ ଖବର ଏବେ ଖୁବ୍ ଚର୍ଚ୍ଚାରେ । ଏକ ଦେଶର ପ୍ରଧାନମନ୍ତ୍ରୀ ସାର୍ବଜନୀକ ସ୍ଥାନରେ ସାଇକେଲ ଚଳାଇ ଯାଉଛନ୍ତି । ଏହି ଫଟୋ ଏବେ ଖୁବ୍ ଭାଇରାଲ୍ ସାଜିଛି ।

ସୂଚନା ଅନୁସାରେ , ନେଦରଲାଣ୍ଡର ପ୍ରଧାନମନ୍ତ୍ରୀ ମାର୍କ ରୁତେ ଏମିତି ଜଣେ ପ୍ରଧାନମନ୍ତ୍ରୀ , ଯିଏ ଦେଶର ରାଜାକୁ ଭେଟିବା ପାଇଁ କୈାଣସି ସୁରକ୍ଷା ସଜ୍ଜିତ ବୁଲେଟ୍ ପ୍ରୁଫ୍ ଗାଡିରେ ନୁହେଁ , ସାଇକେଲ ଦ୍ୱାରା ଯାଇଛନ୍ତି । ମାର୍କ ରୁତେଙ୍କର ରୟାଲ୍ ପ୍ୟାଲେସ୍ ରେ ସାଇକେଲ ରଖିବାର ଚିତ୍ର ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ । ଇଂଟରନେଟରେ ଏହି ଫଟୋକୁ ବିଶ୍ୱସାରା ଲୋକେ ବହୁତ ପସନ୍ଦ କରିଛନ୍ତି ।

ବାସ୍ତବିକ୍ ପରିବେଶ ସୁରକ୍ଷା ସହ ସଂପୃକ୍ତ ଏମ୍ସଟରଡେମର ଅନେକ ଲୋକ କୁହନ୍ତି ,ବହୁ ଅଂଚଳର ବାୟୁ ବହୁତ ପ୍ରଦ୍ୟୁଷିତ । ଏଠାରେ ବାୟୁରେ ନାଇଟ୍ରୋଜେନ୍ ଅକ୍ସାଇଡ୍ ର ମାତ୍ରା ବହୁତ ଅଧିକ । ଯାହା କି ୟୁରୋପିଅନ ୟୁନିୟନର ମାନକକୁ ପ୍ରଥମରୁ ଅତିକ୍ରମ କରିସାରିଛି । ୨୦୧୫ମସିହା ପରେ ସ୍ଥାନୀୟ ଲୋକ ପ୍ରଦ୍ୟୁଷଣର କ୍ଷତିକାରକ ସ୍ତରକୁ ନେଇ ସମସ୍ୟାରେ ପଡିଛନ୍ତି ।

ସଂଯୁକ୍ତ ରାଷ୍ଟ୍ରରେ ନେଦରଲାଣ୍ଡର ସ୍ଥାୟୀ ପ୍ରତିନିଧି କେରାଲ ବେନ୍ ଉଷ୍ଟରମ୍ ସବୁଠୁ ପ୍ରଥମେ ନେଦରଲାଣ୍ଡର ପିଏମଙ୍କର ଏହି ଫଟୋ ଟ୍ୱିଟ୍ କରିଛନ୍ତି । ସେ ଟ୍ୱିଟରେ ଲେଖିଛନ୍ତି , ‘ ଏହା ନେଦରଲାଣ୍ଡ । ନୂଆ ସରକାର ଗଠନକୁ ନେଇ ରାଜାଙ୍କୁ ଭେଟିବା ପରେ ସାଇକେଲରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ରୁତେ ।’ ରୁତେ ୨୦୧୦ ମସିହାରୁ ନେଦରଲାଣ୍ଡର ପ୍ରଧାନମନ୍ତ୍ରୀ ପଦରେ ରହିଛନ୍ତି । ୨୬ ଅକ୍ଟୋବରରେ ସେ ପୁଣି ନିଜ ମନ୍ତ୍ରୀମଣ୍ଡଳ ସହ ଶପଥ ନେବେ । ଏହା ତାଙ୍କର ୩ ଥରର କାର୍ଯ୍ୟକାଳ ।