ଚର୍ଚ୍ଚାରେ ରେଷ୍ଟୁରାଣ୍ଟ : ମାଙ୍କଡ ପରଷୁଛି ଖାଦ୍ୟ

42

ଟୋକିଓ : ଟୋକିଓ ହୋଟେଲକୁ ଖାଇବାକୁ ଯାଉଥିବା ଗ୍ରାହକଙ୍କୁ ହୋଟେଲ ଦୁଆର ମୁହଁରୁ ଶୁଭେଚ୍ଛା ଜଣାଇ ଭିତରକୁ ପାଛୋଟି ଥାନ୍ତି ୱେଟର । ଆଉ ଭଲ ମନ୍ଦ ବୁଝି ଆବଶ୍ୟକତା ଅନୁଯାୟୀ ଖାଇବା ମଧ୍ୟ ପରଷିଥାନ୍ତି । ହେଲେ ଜାପାନର ରାଜଧାନୀ ଟୋକିଓର କାବୁକି ରେଷ୍ଟୁରାଣ୍ଟରେ ଆତିଥେୟତାର ଧାରା ଭିନ୍ନ ଅଟେ । ଏଠାରେ ୱେଟରର କାମ କରୁଛନ୍ତି ମାଙ୍କଡ । ଏହି ମାଙ୍କଡମାନେ ଗ୍ରାହକମାନଙ୍କୁ ସେମାନଙ୍କ ସିଟ୍ ପର୍ଯ୍ୟନ୍ତ ନେବା ସହ ଖାଇବା ଏବଂ ଡ୍ରିଙ୍କ ମଧ୍ୟ ପରଷି ଥାନ୍ତି ।

ସାଧାରଣ ୱେଟରଙ୍କ ଭଳି ଏହି ମାଙ୍କଡମାନେ ସଠିକ୍ ୟୁନିଫର୍ମରେ ମଧ୍ୟ ରହୁଛନ୍ତି । ମାଙ୍କଡ କାରଣରୁ ଏହି ରେଷ୍ଟୁରାଣ୍ଟରେ ବଡ ଚର୍ଚ୍ଚାରେ ରହିଛି । ମାଙ୍କଡମାନଙ୍କ ଠାରୁ ସେବା ସୁବିଧାର ଭିନ୍ନ ଅନୁଭୂତି ହାସଲ କରିବା ପାଇଁ ଏଠାରେ ପ୍ରତିଦିନ ଭିଡ ଜମୁଛୁ ।

ଏହାସହ ଦେଖନ୍ତୁ ଏହି ଭିଡିଓ –